ଦେଖନ୍ତୁ ଭିଡ଼ିଓ: ଜେଲ୍ ରୁ ବାହାରିଲେ ଅର୍ଚ୍ଚନା ନାଗ କଳା କୋର୍ଟ ପିନ୍ଧି ଦେଲେ ବଡ଼ ବୟାନ, କହିଲେ "ମୁ ନେବି ପ୍ରତିଶୋଧ..."

 

ଗତକିଛି ମାସ ତଳେ ହନିଟ୍ରାପ୍ ମାମଲାରେ ବେସ୍ ଚର୍ଚ୍ଚାର ପରିସରକୁ ଆସିଥିଲେ ଅର୍ଚ୍ଚନା ନାଗ। ଆଜ୍ଞା ହଁ, ସେହି ଅର୍ଚ୍ଚନା ନାଗ ଯିଏ କି ଅନେକ ବଡ଼ ବଡ଼ିଆଙ୍କୁ ନିଜ ସୁନ୍ଦରତାର ଜାଲରେ ଫସାଇଥିଲେ। କେବଳ ସେତିକି ନୁହେଁ ବରଂ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଥିବା ମଧ୍ୟ ସାମ୍ନାକୁ ଆସିଥିଲା।

କିନ୍ତୁ, ଏବେ ଦୀର୍ଘ ୧୪ ମାସ ପରେ ଜେଲ୍ ରୁ ଫେରିଛନ୍ତି ଅର୍ଚ୍ଚନା। କେବଳ ଫେରିଛନ୍ତି ତାହା ନୁହେଁ ବରଂ ତାଙ୍କର ଗେଟ୍ ଅପ୍ ଏବଂ ଲୁକ୍ ମଧ୍ୟ ପୁରା ବଦଳି ଯାଇଛି। ଧଳା ଚୁଡ଼ିଦାର୍ ସହିତ କଳା କୋର୍ଟ ପିନ୍ଧି ପୁରା ଓକିଲ ଲୁକ୍ ରେ ଆସିଥିଲେ ଅର୍ଚ୍ଚନା। ଜେଲ୍ ଭିତରୁ ବାହାରି ସିଧା କ୍ୟାପିଟାଲ ଲ' କଲେଜକୁ ଯାଇଥିଲେ ଅର୍ଚ୍ଚନା।

ସେଠାରେ ସେ ପରୀକ୍ଷା ଦେବାକୁ ଯାଇଥିଲେ। କେବଳ ଯେ ଅର୍ଚ୍ଚନା ତାହା ନୁହେଁ ବରଂ ତାଙ୍କ ସହିତ ଥିଲେ ସ୍ୱାମୀ ଜଗବନ୍ଧୁ ଏବଂ ପୁଅ। ସ୍ୱାମୀ ଏବଂ ପୁଅ ସହିତ ଅର୍ଚ୍ଚନା ପରୀକ୍ଷା ଦେବାକୁ ଯାଇଥିଲେ। ତାଙ୍କର ଗେଟ୍-ଅପ୍ ମଧ୍ୟ ଖୁବ୍ ଭାଇରାଲ ହେଉଛି। ଜେଲ୍ ଭିତରୁ ବାହାରି ସିଧା ସେ ଓକିଲ ହୋଇଗଲେ କି ବୋଲି ଖୁବ୍ ଚର୍ଚ୍ଚା ହେଉଛି। 

ପରୀକ୍ଷାରେ ପାସ୍ ହେବାପରେ ଅର୍ଚ୍ଚନା ଓକିଲ ହୋଇଯିବେ। ଆଉ ତାଙ୍କ ସହିତ ଯେଉଁମାନେ ଅନ୍ୟାୟ କରିଛନ୍ତି ସେମାନଙ୍କ ଠାରୁ ପ୍ରତିଶୋଧ ନେବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ମୋଟ ତିନୋଟି କେସରେ ଅର୍ଚ୍ଚନାଙ୍କୁ ସର୍ତ୍ତ ମୂଳକ ବେଲ୍ ମଞ୍ଜୁରୀ ଦେଇଛନ୍ତି। ସେଥିମଧ୍ୟରୁ ଫୋନ୍ ଅଫ୍ ନ କରିବା ଏବଂ ରାଜ୍ୟ ଛାଡ଼ି ଅନ୍ୟତ୍ର ନ ଯିବା ଭଳି ସର୍ତ୍ତ ରହିଛି।

<a href=https://youtube.com/embed/ttai-_FHVA4?autoplay=1&mute=1><img src=https://img.youtube.com/vi/ttai-_FHVA4/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଆହୁରି ପଢ଼ନ୍ତୁ:- ବିବାହିତ ମହିଳାଙ୍କର ଏହି ସବୁ ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଆଜିକାର ଯୁବକ, ଜାଣନ୍ତୁ ପୁରା ଖବର