ପ୍ରେମ ପାଇଁ ଲିଙ୍ଗ ପରିବର୍ତ୍ତନ କରିଲେ ଏହି ଯୁବତୀ! ଛାତ୍ରୀଙ୍କୁ ବିବାହ କରି ଚର୍ଚ୍ଚାରେ ଖେଳ ଶିକ୍ଷୟତ୍ରୀ….

 

ପ୍ରେମ ପାଇଁ ମଣିଷ କିଛି ବି କରିପାରେ, ଅନେକେ ଏଥିପାଇଁ ନିଜର ଜୀବନ ଦେବାକୁ ପଛାଉ ନଥିବା ବେଳେ ଆରଭ ନାମକ ଏକ ଯୁବକ ନିଜ ଲିଙ୍ଗ ପରିବର୍ତ୍ତନ କରିବାକୁ କୁଣ୍ଠାବୋଧ କରିନାହାଁନ୍ତି। କଥାଟି ଶୁଣିବାକୁ ବେସ୍ ଅଡୁଆ ଲାଗୁଥିଲେ ହେଁ, ରାଜସ୍ଥାନ ଠାରେ ଏଭଳି ହିଁ ଏକ ଘଟଣା ଘଟିଥିବା ଜଣାପଡିଛି।

 

ଆରଭ୍ କୁନ୍ତଲ ନାମକ ଏହି ଯୁବକ ପ୍ରକୃତରେ ଜଣେ ଝିଅ ଥିଲେ। ସେ ସ୍କୁଲରେ ଖେଳ ଶିକ୍ଷକ ଭାବରେ ଚାକିରୀ କରୁଥିବା ବେଳେ ସେଠାରେ ପଢ଼ୁଥିବା କଳ୍ପନା ନାମକ ଛାତ୍ରୀଙ୍କୁ ଭଲପାଇ ବସିଥିଲେ। ବାସ୍ କଳ୍ପନାଙ୍କ ପ୍ରତି ତାଙ୍କର ଆକର୍ଷଣ ଏତେ ବଢି ଯାଇଥିଲା ଯେ ବିବାହ କରିବା ପାଇଁ ଡାକ୍ତରୀ ଅପରେସନ୍ ମାଧ୍ୟମରେ ସେ ନିଜ ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ।

ସବୁଠାରୁ ବଡ଼ କଥା ହେଉଛି ଏହି ସର୍ଜରୀ ସରିବା ପରେ ହିଁ ଆରବ୍ କଳ୍ପନାଙ୍କ ପାଖକୁ ଯାଇ ପ୍ରେମ ନିବେଦନ କରିଥିଲେ। କଳ୍ପନା ଏବଂ ଉଭୟ ପରିବାରର ସହମତି କ୍ରମେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ୨୦୧୯ ମସିହାରୁ ଲିଙ୍ଗ ପରିବର୍ତ୍ତନ ପାଇଁ ସେ ସର୍ଜରୀ ପ୍ରୋସେସ୍ ଆରମ୍ଭ କରିଥିବା ଆରବ୍ କହିଛନ୍ତି।