ରାଜ୍ୟରେ ଚାଲିଛି ତ୍ରୁଟିପୂର୍ଣ୍ଣ କୋଭିଡ଼ ଟେଷ୍ଟ! ଜବରଦସ୍ତି ପଜିଟିଭ୍ କରଉଥିବାକୁ ନେଇ ବିଏମସି ଉପରେ ବର୍ଷିଲେ ଯୁବତୀ ଦେଖନ୍ତୁ ଭିଡିଓ

 

ରାଜ୍ୟରେ ବର୍ତ୍ତମାନ ହୁହୁ ହୋଇ କରୋନା ସଂକ୍ରମଣ ମାଡ଼ି ଚାଲିଥିବା ବେଳେ ରାଜ୍ୟ ସରକାର କୋଭିଡ଼ ଟେଷ୍ଟିଂ ଉପରେ ଖାସ୍ ଧ୍ୟାନ ଦେଉଛନ୍ତି। କିନ୍ତୁ ବର୍ତ୍ତମାନ ରାଜ୍ୟରେ ସରକାରୀ ଡାକ୍ତରଖାନାରେ ତ୍ରୁଟିପୂର୍ଣ୍ଣ ଟେଷ୍ଟିଂ ହେଉଥିବା ଖବର ସାମ୍ନା କୁ ଆସିଛି। ଅନ୍ୟ କୌଣସି ଡାକ୍ତରଖାନା ନୁହେଁ ବରଂ ଖୋଦ୍ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ହୋଇଛି ଏଭଳି ଅପାରଗତା।

ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଘଟଣା ମୁତାବକ ଯୁବତୀଙ୍କର ନିକଟରେ ଅପରେସନ ହେବାକୁ ଥିବାରୁ ସେ କୋଭିଡ଼ ପରୀକ୍ଷା କରାଇବା ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ତାଙ୍କ ଥରେ କୋଭିଡ଼ର କୌଣସି ଲକ୍ଷଣ ନଥିବା ବେଳେ ତାଙ୍କୁ ପଜିଟିଭ ରିପୋର୍ଟ ମିଳିଥିଲା। ଏଥିରେ ତାଙ୍କର ସନ୍ଦେହ ହେବାରୁ ସେ ବେସରକାରୀ ଡାକ୍ତରଖାନାରେ ଆଉଥରେ ନିଜର ପରୀକ୍ଷା କରାଇଥିଲେ,ଏବଂ ସେଠାରେ ତାଙ୍କର ନେଗେଟିଭ ରିପୋର୍ଟ ଆସିଥିଲା। ଦେଖନ୍ତୁ ଭିଡ଼ିଓ-

(ସୌଜନ୍ୟ : OTV) 

ଏହା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ଆଣିବା ପାଇଁ ବିଏମସି ପକ୍ଷରୁ ଫୋନ କଲ୍ ଆସିଥିଲା। ସେଠାରେ ଯୁବତୀ ଜଣକ ବାରମ୍ବାର ସେ ପଜିଟିଭ କି ନାହିଁ ବୋଲି ପ୍ରଶ୍ନ କରିବାରୁ,"ତମେ ଯୋଉଠି ପରୀକ୍ଷା କରିବ ସେଠି ପଜିଟିଭ ବାହାରିବ" ବୋଲି କହିଥିଲେ ବିଏମସି କର୍ତ୍ତୃପକ୍ଷ।

ଶେଷରେ ଯୁବତୀ ଜଣକ ଯଦି ଭୁଲ ରିପୋର୍ଟ ହେଇଥିବା ତେବେ ସେ ହ୍ୟୁମାନ ରାଇଟ୍ସ କମିଶନରେ କେସ୍ କରିବେ ଏବଂ ପେସାରେ ସେ ଜଣେ ଆଇନଜୀବୀ ବୋଲି କହିବା ପରେ ମାତ୍ର ୧୦ ମିନିଟ ଭିତରେ ତାଙ୍କ ଫୋନ କୁ ସେ କୋଭିଡ଼ ନେଗେଟିଭ ବୋଲି ବିଏମସି ପକ୍ଷରୁ ଏକ ମେସେଜ ଦ୍ୱାରା ସୂଚନା ଦିଆଯାଇଥିଲା। ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ରାଜ୍ୟରେ ହେଉଥିବା ଟେଷ୍ଟିଂ କୁ ନେଇ ଜନସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।