ଡାକ୍ତରଖାନାରେ ଅବହେଳା! ଜୀବନ୍ତ ଶିଶୁକୁ ମୃତ ଘୋଷଣା କରି ଡବାରେ ପ୍ୟାକ୍ କରିଦେଲେ, ଆଉ ତାପରେ...
ଆମ ସମାଜରେ ଡାକ୍ତରଙ୍କୁ ଭଗବାନଙ୍କର ଆଖ୍ୟା ଦିଆ ଯାଇଥାଏ। ତେବେ, ସେହି ଭଗବାନ ଯେତେବେଳେ ନିଜ କର୍ତ୍ତବ୍ୟରେ ଅବହେଳା କରନ୍ତି ସେତେବେଳେ ସାଧାରଣ ଜନତାଙ୍କର ତାଙ୍କ ଉପରୁ ଭରଷା ଉଠିଯାଏ। ଦିଲ୍ଲୀର ଏକ ଡାକ୍ତରଖାନାରେ ଏଭଳି ହିଁ ଏକ ଘଟଣା ଘଟିଯାଇଛି। ଏଠାରେ ଡାକ୍ତର ଏକ ଜୀବିତ ଶିଶୁକୁ ମୃତ ଘୋଷଣା କରିବା ସହିତ ତାକୁ ଏକ ବକ୍ସ ଭିତରେ ଭର୍ତ୍ତି କରି ଘରକୁ ପଠାଇଦେଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାଇ ରବିବାର ଦିନ ଦ୍ୱିପ୍ରହର ୨ଟା ସମୟରେ ରାଜଧାନୀ ଦିଲ୍ଲୀ ସ୍ଥିତ ଏଲଏନଜେପି ମେଡ଼ିକାଲ କଲେଜରେ ଜଣେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ, ଜନ୍ମ ହେବାପରେ ସେଠାରେ ଥିବା ଡାକ୍ତର ନବଜାତ ଶିଶୁଟିକୁ ମୃତ ଘୋଷଣା କରିଥିଲେ। କେବଳ ସେତିକି ନୁହେଁ ବରଂ ଏକ ଡବାରେ ପ୍ୟାକ୍ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲେ।