ଅଲଗା ହେବାକୁ ଯାଉଛନ୍ତି ସାନିଆ-ଶୋଏବ୍! ବିବାହ ପୂର୍ବରୁ ଶାହିଦ କପୁରଙ୍କ ସହିତ ରହିଥିଲା ଚକ୍କର….

 

ଷ୍ଟାର ଦମ୍ପତ୍ତି ସାନିଆ ମିର୍ଜା ଏବଂ ଶୋଏବ୍ ମଲିକଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଉଥିବା ନେଇ ଖୁବ ଚର୍ଚ୍ଚା ହେଉଛି। ଦିର୍ଘ ୧୨ ବର୍ଷର ଦାମ୍ପତ୍ୟ ଜୀବନ ଅତିବାହିତ କରି ସାରିବା ପରେ ସେମାନେ ପରସ୍ପର ଠାରୁ ଅଲଗା ହେବାକୁ ଯାଉଥିବା ନେଇ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ, ଏଥିନେଇ ବିଧିବଦ୍ଧ ଭାବରେ କିଛି ଘୋଷଣା କରାଯାଇନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶୋଏବଙ୍କୁ ବିବାହ କରିବା ପୂର୍ବରୁ ସାନିଆଙ୍କର ଶୋହରାବ୍ ନାମକ ତାଙ୍କର ପିଲାଦିନର ସାଙ୍ଗଙ୍କ ସହିତ ବିବାହ ଠିକ ହୋଇଥିଲା। ବିବାହର ମାତ୍ର କିଛି ଦିନ ପୂର୍ବରୁ ନିଜର ନିଷ୍ପତ୍ତି ବଦଳାଇ ସେ ଶୋଏବଙ୍କୁ ବିବାହ କରିଥିଲେ। ତେବେ, ବିବାହ ପୂର୍ବରୁ ସାନିଆଙ୍କର ନାଁ ଅନେକ ବଲିଉଡ ଅଭିନେତାଙ୍କ ସହିତ ଶୁଣିବାକୁ ମିଳୁଥିଲା।

 କରଣ ଜୋହରଙ୍କ ଟକ୍ ସୋ ‘କଫି ୱିଥ୍ କରଣ’ ରେ ସାନିଆ ଯୋଗ ଦେଇଥିବା ବେଳେ ଶାହିଦ କପୁରଙ୍କ ସହିତ ସମ୍ପର୍କକୁ ନେଇ ପ୍ରଶ୍ନ ପଚରା ଯାଇଥିଲା। ଏହାର ଉତ୍ତରରେ ସାନିଆ,"ମୋର ମନେ ନାହିଁ, ଏହା ବହୁ ପୂର୍ବର କଥା", ବୋଲି କହିଥିଲେ। ତେବେ, ତାଙ୍କୁ ଏହି ସୋରେ ସେ କାହାକୁ ବିବାହ, ହୁକଅପ୍ ଏବଂ ଛଟପଟ କରିବାକୁ ଚାହିଁବେ? ବୋଲି ମଧ୍ୟ ପଚରା ଯାଇଥିଲା। ଯାହାର ଉତ୍ତରରେ ସେ ରଣବୀର ସିଂହଙ୍କ ସହ ହୁକଅପ୍ କରିବାକୁ, ରଣବୀର କପୁରଙ୍କୁ ବିବାହ କରିବାକୁ ଏବଂ ଶାହିଦ କପୁରଙ୍କୁ ଛଟପଟ କରିବାକୁ ଚାହାନ୍ତି ବୋଲି ଉତ୍ତର ଦେଇଥିଲେ।