ସାହାରା ଇଣ୍ଡିଆରେ ନିବେଶ ଟଙ୍କା ଫେରି ପାଇବା ପାଇଁ ତୁରନ୍ତ କରନ୍ତୁ ଏହି କାମ, ନହେଲେ ହାତରୁ ଯିବ ମୂଳ ଟଙ୍କା

 

ସହାରା ଇଣ୍ଡିଆରେ ଆପଣ ମଧ୍ୟ ନିବେଶ କରିଥିଲେ କି? ଯେଉଁ ଟଙ୍କା ଏପର୍ଯ୍ୟନ୍ତ ସୁଦ୍ଧା ଆପଣ ଫେରିପାଇ ନାହାଁନ୍ତି। ତେବେ, ଏହି କମ୍ପାନୀରେ ନିବେଶ କରିଥିବା ସମସ୍ତଙ୍କ ପାଇଁ ଆସିଛି ଖୁସି ଖବର। ମିଳିଥିବା ସୂଚନା ଅନୁଯାଇ ସହାରା ପରିବାର ନିବେଶ କରିଥିବା ସମସ୍ତ ଲୋକମାନଙ୍କର ଟଙ୍କା ଖୁବଶୀଘ୍ର ଫେରାଇ ଦେବାକୁ ଯୋଜନା କରୁଛି।

ଖୁବଶୀଘ୍ର ନିବେଶକମାନେ ସେମାନଙ୍କ ଟଙ୍କା ଫେରି ପାଇବେ ବୋଲି ଏହି କମ୍ପାନୀ ତରଫରୁ ସୂଚନା ମିଳୁଛି। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାହାରା ନିବେଶକମାନେ ସେମାନଙ୍କର ସମସ୍ତ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରଖିବା ଉଚିତ୍। କାରଣ ଟଙ୍କା ଫେରାଇବା ସମୟରେ କମ୍ପାନୀ ତରଫରୁ ସମସ୍ତ ଡକ୍ୟୁମେଣ୍ଟକୁ ଯାଞ୍ଚ କରାଯିବ।

ନିବେଶକଙ୍କ ପାଖରେ ସଠିକ ଦସ୍ତାବିଜ୍ ନଥିଲେ କିମ୍ବା ଏହା ହଜିଯାଇଥିଲେ ସେମାନେ ସେମାନଙ୍କ ମୂଳ ଟଙ୍କା ଫେରି ପାଇବେ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିନ ଥିଲା ଯେବେ ସାହାରା ଇଣ୍ଡିଆ ପରିବାର ଭାରତର ପ୍ରମୁଖ ବଡ଼ କମ୍ପାନୀ ମାନଙ୍କ ମଧ୍ୟରୁ ଅନ୍ୟତମ ରହିଥିଲା। କିନ୍ତୁ, ଧୀରେ ଧୀରେ ଏହି କମ୍ପାନୀ ବୁଡିବାକୁ ଲାଗିଥିଲା ଏବଂ ଶେଷରେ ପରିସ୍ଥିତି ଏପରି ହେଲା ଯେ ଏହା ନିଜ ନିବେଶକଙ୍କ ଟଙ୍କା ଫେରାଇବାରେ ସକ୍ଷମ ହୋଇପାରିନଥିଲା।