ପାକିସ୍ତାନକୁ ଭାରତର ଚରମବାଣୀ! POK ଛଡାଇ ଆଣିବୁ ବୋଲି କହିଲେ ରାଜନାଥ ସିଂ, ଜାଣନ୍ତୁ ପୂରା ଖବର
ସୌର୍ଯ୍ୟ ଦିବସ ଅବସରରେ ପାକିସ୍ତାନକୁ ଚରମବାଣୀ ଶୁଣାଇ ଦେଲେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପାକିସ୍ତାନ ଅଧିକୃତ କାଶ୍ମୀରରେ ଲୋକଙ୍କ ଉପରେ ଯଦି ଅତ୍ୟାଚାର ବନ୍ଦ ନ ହୁଏ ତେବେ ଭାରତ ଏହି ଅଞ୍ଚଳକୁ ପାକିସ୍ତାନ ଠାରୁ ଛଡାଇ ଆଣିବ ବୋଲି ରାଜନାଥ ସ୍ପଷ୍ଟ ଭାବରେ କହିଛନ୍ତି। ବର୍ତ୍ତମାନର ଭାରତ ସରକାର ଲଦାଖ୍ ଏବଂ ଜାମ୍ମୁ-କାଶ୍ମୀର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିଥିବା ସେ କହିଛନ୍ତି।
ତେବେ ମନ୍ତ୍ରୀ ରାଜନାଥ ସିଂ ସୌର୍ଯ୍ୟ ଦିବସ ଅବସରରେ ସମ୍ଭୋଧନ କରିବାକୁ ଯାଇ ଏଭଳି ଖୋଲା ଚେତାବନୀ ଦେଇଛନ୍ତି। ଭାରତ ଗିଲଗିଟ୍-ବଲୁଚିସ୍ଥାନ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ପହଞ୍ଚିବ ଏବଂ ଏହାକୁ ଅକ୍ତିଆର କରିବା ପରେ ହିଁ ଜାମ୍ମୁକାଶ୍ମୀର ଏବଂ ଲଦାଖରେ ବିକାଶ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୨୭, ୧୯୪୭ ମସିହାରେ ଭାରତ ବାୟୁସେନା ପ୍ରଥମ ଥର ପାଇଁ ଶ୍ରୀନଗରରେ ଲ୍ୟାଣ୍ଡିଂ କରିଥିଲା। ସେହିଦିନ ଠାରୁ ହିଁ ଏହାକୁ ସୌର୍ଯ୍ୟ ଦିବସ ଭାବରେ ପାଳନ କରାଯାଉଛି। ତେବେ, ପାକିସ୍ତାନର ବାରମ୍ବାର ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ହିଁ ସ୍ଥାନୀୟ ଅଞ୍ଚଳ ଏବଂ ଉଭୟ ରାଷ୍ଟ୍ର ମଧ୍ୟରେ ବିବାଦ ସୃଷ୍ଟି କରି ଆସିଛି।