ଚାକିରୀ ଖୋଜୁଛନ୍ତି କି? +୨ କରିଥିଲେ ବିନା ପରୀକ୍ଷାରେ ଭଲ ଦରମାରେ ରେଲୱେରେ ପାଇବେ ଚାକିରୀ, ଜାଣନ୍ତୁ ପୂରା ଖବର

 

ଚାକିରୀ ଖୋଜୁଥିବା ଯୋଗ୍ୟ ପ୍ରାର୍ଥୀ ମାନଙ୍କ ପାଇଁ ଖୁସି ଖବର। ପଶ୍ଚିମ ରେଳବାଇ ଅଧୀନରେ ଏକାଧିକ ପୋଷ୍ଟ ଗୁଡିକ ପାଇଁ ନିଯୁକ୍ତି ଆବେଦନ ଜାରି କରିଛି ରେଳବାଇ ନିଯୁକ୍ତି ସେଲ୍(RRC)। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ମାସ ୪ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ।

 ଇଚ୍ଛୁକ ପ୍ରାର୍ଥୀମାନେ ରତୀୟ ରେଳବାଇର ଅଫିସିଆଲ୍ ୱେବ୍‌ସାଇଟ୍ rrc-wr.com କୁ ଯାଇ ଆବେଦନ କରିପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ପୋଷ୍ଟ୍ ପାଇଁ ଗ୍ରାଜୁଏସନ୍‌ ଓ +2 ଭଳି ଯୋଗ୍ୟତାର ଆବଶ୍ୟକତା ରହିଛି। ତେବେ, କେବଳ କ୍ରୀଡା କୋଟା ଅଧିନରେ ହିଁ ନିଯୁକ୍ତି ଦିଆଯିବ ବୋଲି ଜଣାପଡିଛି। ଏହା ବିଷୟରେ ଅଧିକ ଜାଣିବା ପାଇଁ Indian Railway Recruitment 2022 Notification PDF କୁ କ୍ଲିକ୍ କରି ସରକାରୀ ବିଜ୍ଞପ୍ତିକୁ ପଢନ୍ତୁ।

ଏହି ବିଜ୍ଞପ୍ତି ଅଧୀନରେ ମୋଟ ୧୬ଟି ପଦବୀ ଖାଲି ପଡିଥିବା ବେଳେ ଏଥିପାଇଁ ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ ସର୍ବାଧିକ ୨୫ ବର୍ଷ ପର୍ଯ୍ୟନ୍ତ ହେବା ଉଚିତ। ସାଧାରଣ ବର୍ଗ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ହୋଇଥିବା ବେଳେ ଏସ୍‌ସି / ଏସ୍‌ଟି / ପୂର୍ବତନ ସୈନିକ / ମହିଳା, ସଂଖ୍ୟାଲଘୁ * ଏବଂ ଆର୍ଥିକ ପଛୁଆ ବର୍ଗ ପାଇଁ ଏହା ୨୫୦ ଟଙ୍କା ଅଟେ।