ଦେଖନ୍ତୁ ଭିଡ଼ିଓ: ପେଟରେ ଥିବା ମଲା ଛୁଆ ପାଇଁ କଷ୍ଟ ପାଉଥିଲା ମାଆ ମାଙ୍କଡ଼, ଏଭଳି ଭାବରେ ସାହାଯ୍ୟ କରିଲେ ଏହି ପୋଲିସ କର୍ମଚାରୀ

 

ଆଜିର କଳି ଯୁଗରେ ବଞ୍ଚି ରହିଛି ମାନବିକତା। ପଶୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଥିବାର ଅନେକ ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଏହାରି ଭିତରେ ଜଣେ ପୋଲିସ କର୍ମଚାରୀ ଏକ ମଙ୍କଡ଼ର ଜୀବନ ବଞ୍ଚାଉଥିବାର ଦୃଶ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି। ଏଠାରେ ସେ ମାଙ୍କଡ଼ର ଗର୍ଭରେ ଫସି ରହିଥିବା ମୃତ ଶିଶୁକୁ ବାହାର ଯନ୍ତ୍ରଣାରୁ ଆରାମ ଦେଇଥିବା ଦେଖିବାକୁ ମିଳୁଛି।

ଘଟଣାଟି ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରୁ ଆସିଛି। ଭାଇରାଲ ହେଉଥିବା ଭିଡ଼ିଓରେ ମାଆ ମାଙ୍କଡଟି ଏକ ଡ୍ରେନ ପାଖରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳୁଛି। ସେହିବାଟ ଦେଇ ଯାଉଥିବା ଫତେହପୁରର ଖଗା ପୁଲିସ ଷ୍ଟେସନରେ କନଷ୍ଟେବଳ ବିନୋଦ କୁମାର ଏହାକୁ ଦେଖି ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନିଅନ୍ତି। ସେ ଅତି ଯତ୍ନର ସହିତ ମାଙ୍କଡଟି ପେଟରୁ ମଲା ଛୁଆଟିକୁ ବାହାର କରିବାରେ ସଫଳ ହୁଅନ୍ତି। ଏହାପରେ ମାଆ ମାଙ୍କଡଟି ଧୀରେ ଧୀରେ ସେଠାରୁ ପଳାଉଥିବା ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡ଼ିଓ:-