ଚଳିବନି କି ପେନ୍ ଲେଖାଥିବା ନୋଟ୍? ଆପଣଙ୍କ ପେନ୍‌ରେ ଲେଖାଥିବା ନୋଟ୍‌ ଅଛି କି? ଜାଣନ୍ତୁ ଏହା ଚଳିବ ନା ନାହିଁ

 

ବ୍ୟାଙ୍କ ନୋଟ୍ ଉପରେ କିଛି ଲେଖିଲେ କିମ୍ବା ପେନ୍ ସାହାଯ୍ୟରେ ଗାରେଇ ଦେଲେ ଏହା ଚଳିବନାହିଁ। ଏହି ନୋଟ ଗ୍ରହଣ ଯୋଗ୍ୟ ନୁହେଁ ବୋଲି କିଛି ସୋସିଆଲ ମିଡିଆ ପୋଷ୍ଟରେ ଆପଣ ନିଶ୍ଚିତ ଭାବରେ ପଢ଼ିଥିବେ। ତେବେ, ସତରେ କଣ ନୋଟ୍ ଉପରେ କିଛି ଲେଖିଦେଲେ ଏହା ଅଚଳ ହୋଇଯିବ? ଏଭଳି ଅନେକ ପ୍ରଶ୍ନ ଆପଣ ମାନଙ୍କ ମନରେ ନିଶ୍ଚିତ ଭାବରେ ଉଙ୍କି ମାରୁଥିବ।

ତେବେ, PIB (Press information Bureau) ଫ୍ୟାକ୍ଟ ଚେକ୍‌ର ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟ ପକ୍ଷରୁ ଏକ ଟ୍ୱିଟ୍ କରାଯାଇ ଏହାର ସଠିକ୍ ଜବାବ ରଖାଯାଇଛି। ଏହି ପୋଷ୍ଟ ଅନୁଯାଇ ନୋଟ ଉପରେ ସାମାନ୍ୟ କିଛି ଲେଖା ହୋଇଥିଲେ କିମ୍ବା କିଛି ଲାଗିଥିଲେ ଏହା ଅଚଳ ହୋଇଯାଏ ନାହିଁ। ଏପରିକି ନୋଟଟି ଚିରି ଯାଇଥିଲେ ବି ଆପଣ ନିକଟସ୍ଥ ବ୍ୟାଙ୍କକୁ ଯାଇ ଏହାକୁ ବଦଳାଇ ଦେଇ ପାରିବେ।