ଗୋଲ୍ଡେନ୍ ଷ୍ଟୋନକୁ ଛୁଇଁବାକୁ ମହିଳାଙ୍କୁ କାହିଁକି ବାରଣ? ଜାଣନ୍ତୁ ଏହାର ମୁଖ୍ୟ କାରଣ….

 

ସଂସାରରେ ଏଭଳି ଅନେକ ଜିନିଷ ରହିଛି ଯାହାକି ମଣିଷକୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଏହିଭଳି ହିଁ ଏକ ସ୍ଥାନ ହେଉଛି ତାମିଲନାଡୁ ରାଜ୍ୟରେ ସ୍ଥିତ "ଦ ଗୋଲଡେନ୍ ରକ୍"। ତାମିଲନାଡ଼ୁର ମହାବିଲପୁରମରେ ଥିବା ଏକ ପଥର ଖଣ୍ଡର ଅବସ୍ଥିତି ଅନେକଙ୍କୁ ଆକର୍ଷିତ କରିଥାଏ। ଲୋକେ ଏହାକୁ ସୁନାର ପତ୍ର ଦ୍ୱାରା ଆଚ୍ଛାଦିତ କରିଥିବାରୁ ଏହାର ରଙ୍ଗ ଏପରି ରହିଛି।

ପାଖାପାଖି ୧୧୦୦ ମିଟର ଉଚ୍ଚରେ ଥିବା ଏହି ଓଜନିଆ ସୁବର୍ଣ୍ଣ ପଥରଟି ନଇଁ ଯାଇଥିବା ଅନ୍ୟ ଏକ ପଥର ଉପରେ ରଖାଯାଇଛି। ଲୋକଙ୍କ ବିଶ୍ୱାସ ଅନୁଯାଇ ବର୍ଷ ବର୍ଷ ତଳେ ଜଣେ ବୌଦ୍ଧ ଭିକ୍ଷୁ ଏହି ପଥରଟିକୁ ସେଠାରେ ସ୍ଥାପିତ କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ଏହା ଏପରି ଗଡାଣିଆ ଅବସ୍ଥାରେ ରହିଥିଲେ ହେଁ କୌଣସି ଝଡ଼ ଝଞ୍ଜା ଏହାକୁ ହଲାଇ ପାରିନାହିଁ।

ପୁରୁଷମାନଙ୍କୁ ଏହି ପଥର ଖଣ୍ଡ ପାଖକୁ ଯିବାର ଅନୁମତି ରହିଥିବା ବେଳେ ମହିଳା ମାନଙ୍କୁ ଏଥିରୁ ବଞ୍ଚିତ ରଖାଯାଇଛି। ମାନ୍ୟତା ଅନୁଯାଇ କେବଳ କୌଣସି ମହିଳା ହିଁ ଏହି ପଥରଟିକୁ ହଲାଇ ପାରିବାର ଶକ୍ତି ରଖିଥାନ୍ତି। ତେଣୁ ମହିଳା ମାନଙ୍କୁ ପଥରଟିକୁ କେବଳ ଦୂରରୁ ହିଁ ଦେଖିବାକୁ ଅନୁମତି ଦିଆଯାଇଥାଏ।