ଦେଖନ୍ତୁ ଭିଡ଼ିଓ: ମାଗଣା ହେଲମେଟ୍ ପାଇଁ ଉତ୍ପାତ! ପୋଲିସକୁ ବି ମାନିଲେନି ଲୋକେ…..

 

ଲୋକଙ୍କୁ କିଛିବି ମାଗଣା ମିଳିଲେ ସେମାନେ ଏହାକୁ ପାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଥାନ୍ତି। ଏହା କିଛି ନୂଆ କଥା ହୋଇନଥିଲେ ହେଁ ମଧ୍ୟପ୍ରଦେଶ ଜବଲପୁର ଠାରେ ଏପରି ହିଁ ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ପ୍ରକୃତରେ ଏଠାରେ ପୋଲିସ ମାଗଣାରେ ହେଲମେଟ ବଣ୍ଟନ କରୁଥିବା ଜାଣିବା ପରେ ଅହେତୁକ ଭିଡ଼ ଦେଖିବାକୁ ମିଳିଥିଲା, ଏବଂ ଏହାରି ଭିତରେ ଲୋକେ ମନଇଚ୍ଛା ହେଲମେଟ୍ ଲୁଟୁଥିବା ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁଯାଇ ଚାଲାଣ କାଟିବା ସତ୍ତ୍ୱେ ଲୋକଙ୍କ ମଧ୍ୟରେ ହେଲମେଟ ପିନ୍ଧିବାକୁ ସଚେତନତା ବଢ଼ୁନଥିବା ଏବଂ ବଢୁଥିବା ଦୁର୍ଘଟଣାକୁ ଆଖି ଆଗରେ ରଖି ଜବଲପୁର ପୋଲିସ ମାଗଣା ହେଲମେଟ ବାଣ୍ଟିବାକୁ ଯୋଜନା କରିଥିଲା। ଏହି ଖବର ଲୋକଙ୍କ ପାଖରେ ପହଞ୍ଚିବା ପରେ ଘଟଣାସ୍ଥଳରେ ପାଗଳାମୀ ଦେଖିବାକୁ ମିଳିଥିଲା।