ବିବାହିତଙ୍କ ପାଇଁ ବମ୍ପର୍ ପେନସନ୍ ପ୍ଲାନ୍! ଏହି ଯୋଜନାରେ ମାତ୍ର ଥରେ କରନ୍ତୁ ଆବେଦନ, ବର୍ଷକୁ ମିଳିବ ୫୧ ହଜାର, ଜାଣନ୍ତୁ ପୂରା ଖବର

 

ବିବାହିତ ଦମ୍ପତ୍ତିଙ୍କ ପାଇଁ ସରକାର ଆଣିଛନ୍ତି ବମ୍ପର ପେନସନ୍ ପ୍ଲାନ୍। ସରକାରୀ ହୁଅନ୍ତୁ ଅଥବା ବେସରକାରୀ କର୍ମଚାରୀ ଏହି ପ୍ଲାନରେ ବିନିଯୋଗ କରିଲେ ଆପଣଙ୍କୁ ବାର୍ଷିକ ୫୧ ହଜ଼ାର ଟଙ୍କା ପେନସନ୍ ମିଳିପାରିବ। ଏହି ଯୋଜନାରେ ଆପଣ ମାସିକ ପେନସନ୍ ଚାହୁଁଥିଲେ ୪୧୦୦ ଟଙ୍କା ଲେଖାଏଁ ପାଇପାରିବେ।

ପତିପତ୍ନୀ ହୋଇଥିଲେ ସରକାରଙ୍କ ବ୍ୟୟ ବନ୍ଦନା ଯୋଜନାରେ ଆପଣଙ୍କୁ ୩ ଲକ୍ଷ ୭ ହଜ଼ାର ଟଙ୍କା ଜମା କରିବାକୁ ହେବ। ସରକାର ଏହି ଯୋଜନାରେ ୭.୪୦% ସୁଧ ଦେବା ସହିତ ଏହି ରକମ୍ ଆଗକୁ ଯାଇ ମୋଟ୍ ୬ ଲକ୍ଷ ୧୫ ହଜ଼ାର ଟଙ୍କା ହେବ। ଆପଣଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାରେ ନିବେଶ କରିବାକୁ ପଡ଼ିବ। ତେବେ, ମଝିରେ ଏହି ପଲିସିକୁ ସରେଣ୍ଡର୍ କରିଲେ ଆପଣଙ୍କୁ ଟଙ୍କା ଫେରସ୍ତ ମିଳିଯିବ।

କେନ୍ଦ୍ର ସରକାର ଏବଂ ଜୀବନ ବୀମା ନିଗମ ଅଫ୍ ଇଣ୍ଡିଆ (ଏଲଆଇସି) ଏହି ଯୋଜନାକୁ ଏକାଠି ପରିଚାଳନା କରିଥାନ୍ତି। ଏହି ଯୋଜନାରେ ଆପଣ ସର୍ବାଧିକ ୧୫ ଲକ୍ଷ ଟଙ୍କା ନିବେଶ କରିପାରିବେ। ତେବେ, ପେନସନଭୋଗୀ ଚାହିଁଲେ ମାସିକ, ତ୍ରୈମାସିକ କିମ୍ବା ବାର୍ଷିକ ଭିତ୍ତିରେ ପେନସନ୍ ନେଇପାରିବେ। ଏହି ଯୋଜନାରେ ଆପଣ କେବଳ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ।