ହଷ୍ଟେଲ ରୁମରୁ ମିଳିଲା +୩ ଛାତ୍ରୀଙ୍କ ମୃତଦେହ! ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ଜାଣନ୍ତୁ ପୂରା ଖବର

 

ହଷ୍ଟେଲ ରୁମରୁ ମିଳିଲା +୩ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ଉଦୟନାଥ ଅଟୋନୋମସ୍ କଲେଜରେ ଛାତ୍ରୀ ଜଣକ ପଢ଼ୁଥିବା ବେଳେ ଦେବକୀ ମହିଳା ହଷ୍ଟେଲରେ ରହୁଥିଲେ। ଛାତ୍ରୀ ଜଣଙ୍କ ନାମ ରଶ୍ମିରେଖା ଖିଲାର ହୋଇଥିବା ବେଳେ ସେ +୩ ତୃତୀୟ ବର୍ଷରେ ପଢ଼ୁଥିବା ଜଣାପଡିଛି।

ରଶ୍ମିରେଖାଙ୍କ ସାଙ୍ଗମାନଙ୍କ କହିବା ଅନୁଯାଇ ଘଟଣାଦିନ ସେମାନେ ସମସ୍ତେ ମିଶି ହଷ୍ଟେଲ ଛାତ ଉପରକୁ ବୁଲିବା ପାଇଁ ଯାଇଥିଲେ। ତେବେ, ରଶ୍ମିରେଖା ସେଠାରୁ ରୁମକୁ ଚାଲି ଆସିଥିଲେ। ଖାଇବାକୁ ଡାକିବାକୁ ଆସିବା ବେଳକୁ ରୁମରେ ରଶ୍ମିରେଖା ଝୁଲନ୍ତା ଅବସ୍ଥାରେ ରହିଥିବା ସେମାନେ ଦେଖିବାକୁ ପାଇଥିଲେ।

ଏଥିନେଇ ହଷ୍ଟେଲ କର୍ତ୍ତୃପକ୍ଷ ଯୁବତୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ରଶ୍ମିରେଖାଙ୍କ ବଡ଼ବାପା ଘଟଣାସ୍ଥଳରେ ପହଞ୍ଚିବା ସହିତ ପାରିପାର୍ସ୍ୱିକ ପରିସ୍ଥିତି ଦେଖି ଥାନାରେ ହତ୍ୟା ମାମଲା ରୁଜୁ କରିଥିବା ଜଣାପଡ଼ିଛି। ତାଙ୍କ ଝିଅ କଦାପି ଆତ୍ମହତ୍ୟା କରିନଥିବ ବରଂ ତାକୁ ହତ୍ୟା କରାଯାଇ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିବା ସେ କହିଛନ୍ତି। ଏଥିନେଇ ସ୍ଥାନୀୟ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।