ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି! ପରିବାରକୁ ଅଣଦେଖା କରୁଥିଲେ ଚାଲିଯିବ ଚାକିରୀ, ଜାଣନ୍ତୁ ପୂରା ଖବର

 

ଆଜିର ସମାଜରେ ଏଭଳି ଅନେକ ଲୋକେ ଅଛନ୍ତି ଯେଉଁମାନେ ନିଜ ବୃଦ୍ଧ ପିତାମାତା ଏବଂ ପରିବାରର ଉପଯୁକ୍ତ ଯତ୍ନ ନେଇନଥାନ୍ତି। ତେବେ, ସରକାରୀ ଚାକିରୀ କରିଥିବା ଏଭଳି ଲୋକଙ୍କ ବାଜିଛି ସତର୍କଘଣ୍ଟି। ଅନୁକମ୍ପା ଆଧାରରେ ଚାକିରୀ ପାଇଥିବା ଏଭଳି ଲୋକେ ଯଦି ନିଜ ପରିବାରର ଧ୍ୟାନ ନ ରଖନ୍ତି ତେବେ ତୁରନ୍ତ ତାଙ୍କୁ ଚାକିରୀରୁ ବାହାର କରିବାକୁ ଆହ୍ଲାବାଦ ହାଇକୋର୍ଟ ଶୁଣାଣି କରିଛନ୍ତି।

ମିଳିଥିବା ସୂଚନା ଅନୁଯାଇ ଏହି ଅଞ୍ଚଳର ଜଣେ ବ୍ୟକ୍ତି ରେଲୱେରେ ଚାକିରୀ କରିଥିଲେ। ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯିବା ପରେ ପରିବାରର ଜଣଙ୍କୁ ଅନୁକମ୍ପା ମୂଳକ ଚାକିରୀ ପ୍ରଦାନ କରାଯାଇଥିଲା। ତେବେ, ଚାକିରୀ ପାଇବା ପରେ ସଂପୃକ୍ତ ବ୍ୟକ୍ତି ଜଣକ ନିଜ ପରିବାର ସଦସ୍ୟଙ୍କର ଠିକ ଭାବରେ ଦେଖାଶୁଣା କରିନଥିଲେ ବୋଲି ଅଭିଯୋଗ ହୋଇଛି।

ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ତିନି ମାସ ଭିତରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଆଦେଶ ଦେଇଛନ୍ତି। ଚାକିରୀକାଳ ସମୟରେ ଜଣେ କୌଣସି ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁ ହୋଇଯାଏ। ତାଙ୍କ ପରିବାରର ଭରଣପୋଷଣ କରିବା ପାଇଁ ପରିବାରର ଜଣଙ୍କୁ ଅନୁକମ୍ପା ଭାବରେ ଚାକିରୀ ପ୍ରଦାନ କରାଯାଇଥାଏ। ତେବେ, ଯଦି ସମ୍ପୃକ୍ତ ବ୍ୟକ୍ତି ଜଣକ ପରିବାରର ଉଚିତ ଭରଣପୋଷଣ ଦାୟିତ୍ୱ ନେଉନାହାଁନ୍ତି। ତେବେ, ତାଙ୍କ ଠାରୁ ଉକ୍ତ ଚାକିରୀଟି ଫେରାଇ ନେଇ ହେବ ବୋଲି କୋର୍ଟ କହିଛନ୍ତି।