ବରଯାତ୍ରୀଙ୍କୁ ରୋକି ପାରିଲାନାହିଁ ବର୍ଷା! ଦେଖନ୍ତୁ ଏପରି ଭାବରେ କଲେ ଦେଶୀ ଯୋଗାଡ଼…

 

କନ୍ୟା ଘର ଅଭିମୁଖେ ବାହାରିଥିବା ବରଯାତ୍ରୀ ମାନଙ୍କର ଖୁସି ଏବଂ ଉତ୍ସାହ କହିଲେ ନ ସରେ। ବର ଯେତେବେଳେ ରୋଷଣୀ କରି କନ୍ୟା ଘର ଅଭିମୁଖେ ବାହାରେ ସେତେବେଳେ ଡ଼ିଜେ ଗୀତ ସାଙ୍ଗକୁ ବରଯାତ୍ରୀଙ୍କର ନାଚ ପୁରା ମାହୋଲକୁ ରଙ୍ଗୀନ କରି ଦେଇଥାଏ। ତେବେ, ଖରା ହେଉ ଅଥବା ବର୍ଷା ଯେ କୌଣସି ପରିସ୍ଥିତିରେ ମଧ୍ୟ ବରଯାତ୍ରୀଙ୍କର ଜୋସ୍ କମେ ନାହିଁ।

ଏହାର ଏକ ଜ୍ୱଳନ୍ତ ଉଧାହରଣ ବର୍ତ୍ତମାନ ଇନ୍ଦୋର ଠାରେ ଦେଖିବାକୁ ମିଳିଛି। ଏଠାରେ ତୁହାକୁ ତୁହା ପ୍ରବଳ ବର୍ଷା ହେଉଥିବା ବେଳେ କିଛି ଲୋକେ ଏକ ତାର୍‌ପଲିନ୍‌ ଜରିକୁ ଢାଲ ଭାବରେ ବ୍ୟବହାର କରି ବରଯାତ୍ରୀରେ ନାଚି ନାଚି ଯାଉଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟଟି ବେସ୍ ରୋଚକ ହୋଇଥିବା ବେଳେ ଜଣେ ଟ୍ୱିଟର ୟୁଜର ଏହାକୁ ସେୟାର କରିଥିଲେ। ଦେଖନ୍ତୁ ଭିଡ଼ିଓ:

<a href=https://youtube.com/embed/VE2_3JGSo8Y?autoplay=1><img src=https://img.youtube.com/vi/VE2_3JGSo8Y/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ପ୍ରକୃତରେ ଘଟଣାଟି ମଧ୍ୟପ୍ରଦେଶର ଇନ୍ଦୋରର ପରଦେଶୀପୁର ଅଞ୍ଚଳର ବୋଲି ଜଣାପଡିଛି। ଏଠାରେ ମଙ୍ଗଳବାର ଦିନ ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବର ନିଜ ଘରୁ ରୋଷଣୀ କରି ବାହାରିବା ସମୟରେ ପାଗ ଭଲ ଥିଲା କିନ୍ତୁ ଅଧା ରାସ୍ତାରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ବରଯାତ୍ରୀମାନେ ଏକ ତାର୍‌ପଲିନ୍‌ ଜରିକୁ ବ୍ୟବହାର କରି ବର୍ଷାରୁ ରକ୍ଷା ପାଇବାକୁ ଚେଷ୍ଟା କରିଥିଲେ।