ଖାଦ୍ୟ ଡେଲିଭରୀ କରିବାକୁ ଯାଇଥିବା ବେଳେ ଗୋଡ଼ାଇଲା ପୋଷା କୁକୁର! ୩ ମହଲା ଉପରୁ ଡେଇଁ ପଡ଼ିଲେ ସ୍ୱିଗୀ ବୟ, ଆଉ ତାପରେ...

 

ଖାଦ୍ୟ ଡେଲିଭରୀ କରିବାକୁ ଯାଇଥିବା ବେଳେ କୁକୁର ଭୟରେ ଚାଲିଗଲା ଡେଲିଭରୀ ବୟଙ୍କ ଜୀବନ। ତେଲେଙ୍ଗାନା ଠାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି। ଯୁବକ ଜଣକ କୁକୁର ଭୟରେ ପ୍ରଥମ ମହଲାରୁ ଡେଇଁ ପଡ଼ିଥିଲେ, ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ସେ ମୃତ୍ୟୁବରଣ କରିଥିଲେ।

ମିଳିଥିବା ସୂଚନା ଅନୁଯାଇ ୨୩ ବର୍ଷୀୟ ମହମ୍ମନ ରିଜୱାନ୍ ସ୍ୱିଗୀ ବୟ ଭାବରେ କାମ କରନ୍ତି। ଘଟଣା ଦିନ ସେ ଏକ ଫୁଡ଼ ଡେଲିଭରୀ ପାଇଁ ଯାଇଥିଲେ। ସେଠାରେ ପହଞ୍ଚି କବାଟ ବଡେଇବା କ୍ଷଣି ଭିତରେ ଥିବା ଜର୍ମାନ ସେଫର୍ଡ଼ କୁକୁର ତାଙ୍କ ଆଡକୁ ମାଡ଼ି ଆସିଥିଲା। କୁକୁରକୁ ଦେଖି ରିଜୱାନ୍ ଡରି ଯାଇଥିଲେ ଏବଂ ଦୌଡ଼ିବାକୁ ଲାଗିଥିଲେ।

ତେବେ, ବଞ୍ଚିବା ପ୍ରୟାସରେ ସେ ସେହି କୋଠାର ପ୍ରଥମ ମହଲାରୁ ଡେଇଁ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ବଞ୍ଜାରା ହିଲ୍ସରେ ଥିବା ନିଜାମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୋଲିସ ଉକ୍ତ କୁକୁରର ମାଲିକ ଶୋଭାନାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।