ଦେଖନ୍ତୁ ଭିଡ଼ିଓ: ୪ ବର୍ଷ ଧରି ମିଳିନଥିଲା ଦରମା! ଚାପୁଡ଼ା ମାରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନାକ ଫଟାଇ ଦେଲେ ଶିକ୍ଷକ ଦମ୍ପତ୍ତି, ଆଉ ତାପରେ...

 

ଦରମା ନ ମିଳିବାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାଡ଼ ମାରିଲେ ଶିକ୍ଷକ ଦମ୍ପତ୍ତି। ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ଏଭଳି ଘଟଣା ଘଟିଯାଇଥିବା ବେଳେ ଏହାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ ରେକର୍ଡ଼ ହୋଇଛି। ଆକ୍ରମଣରେ DEOଙ୍କର ନାକ ଫାଟିଯାଇଥିବା ଜଣାପଡିଛି।

ମିଳିଥିବା ଖବର ଅନୁଯାଇ ଶାନ୍ତିଲତା ସାହୁ ନାମକ ଜଣେ ଶିକ୍ଷୟତ୍ରୀ ଦରମା ମିଳିନଥିବାରୁ ଗତ ୪ ମାସ ଧରି DEOଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇ ଆସୁଥିଲେ। ଗତକାଲି ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି ମଧ୍ୟାନ ଭୋଜନ ପାଇଁ ଘରକୁ ଯାଉଥିବା ବେଳେ ଏହି ଦମ୍ପତ୍ତିଙ୍କ ସହିତ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଶାନ୍ତିଲତାଙ୍କ ସ୍ୱାମୀ ସୁମନ୍ତ ସାହୁ ବିନୀତାଙ୍କୁ ଏକ ଚାପୁଡ଼ା ମାରିଥିଲେ। ଦେଖନ୍ତୁ ଭିଡ଼ିଓ:- <a href=https://youtube.com/embed/hg82xrn1p0A?autoplay=1><img src=https://img.youtube.com/vi/hg82xrn1p0A/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750"> ଘଟଣା ପରେ ବିନୀତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଶିକ୍ଷକ ଦମ୍ପତ୍ତିଙ୍କୁ କାବୁ କରି ନେଇଛି। ଗୋଟିଏ ପଟେ ବେଆଇନ ଭାବରେ ତାଙ୍କର ଦରମା ବନ୍ଦ କରାଯାଇଥିବା ନେଇ ଶାନ୍ତିଲତା ଅଭିଯୋଗ କରିଥିବା ବେଳେ ଦୀର୍ଘ ୪ ବର୍ଷ ଧରି ସ୍କୁଲ ଆସିନଥିବାରୁ ତାଙ୍କ ଦରମା ଦିଆ ଯାଇନଥିବା ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି। ତେବେ, ଯଦି ଜଣେ ଶିକ୍ଷୟତ୍ରୀ ଏତେ ଦିନ ଧରି ସ୍କୁଲ ଆସିନାହାଁନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ କାହିଁକି ବେଆଇନ ଭାବରେ ଦରମା ବନ୍ଦ କରାଯାଇଥିଲା ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।