ଦେଖନ୍ତୁ ଭିଡ଼ିଓ: ଉପରେ ଚଢ଼ିଗଲା କାର! ତଥାପି, ଆଶ୍ଚର୍ଯ୍ୟଜନକ ଭାବରେ ବର୍ତ୍ତିଗଲା ଶିଶୁଟିର ଜୀବନ…..

 

କଥାରେ ଅଛି,"ଯାହାକୁ ରଖିବେ ଅନନ୍ତ,କି କରି ପାରିବ ବଳବନ୍ତ"। ଭଗବାନଙ୍କ କୃପା ରହିଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇଥିବାର ଦେଖିବାକୁ ମିଳିଥାଏ। ତେବେ, ସୋସିଆଲ ମିଡିଆରେ ଏହିଭଳି ହିଁ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କାର ଦୁର୍ଘଟଣା ସତ୍ତ୍ୱେ ଏକ ଶିଶୁଟିର ଜୀବନ ବର୍ତ୍ତି ଯାଉଥିବା ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଭିଡ଼ିଓରେ ଏକ କାର ଆସୁଥିବା ଦେଖିବାକୁ ମିଳୁଛି। ବିପରୀତ ଦିଗରୁ ଏକ ଚାରି ପାଞ୍ଚ ବର୍ଷର ଶିଶୁ ସାଇକେଲ ଚଳାଇ ଆସି ଗାଡି ସହିତ ଧକ୍କା ହୋଇଯାଉଛି। ଏପରିକି କାରଟିର ଆଗ ଚକା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପିଲାଟି ଉପରେ ଚଢ଼ି ଯାଇଥିଲା। ଅବଶ୍ୟ, ପଛ ଚକା ଚଢ଼ିବା ପୂର୍ବରୁ କାରଟି ଅଟକି ଯାଇଥିଲା। ଦେଖନ୍ତୁ ଭିଡ଼ିଓ:-