ଦେଖନ୍ତୁ ଭିଡ଼ିଓ: ଅଡୁଆରେ ପାକିସ୍ତାନ ଅଧିନାୟକ ବାବର୍ ଆଜମ! ସାଥି ଖେଳାଳିଙ୍କ ପ୍ରେମିକା ସହିତ କରୁଥିଲେ ସେକ୍ସ ଚାଟ୍

 

ବର୍ତ୍ତମାନ ସମୟର ପାକିସ୍ତାନୀ କ୍ରିକେଟରଙ୍କ ମଧ୍ୟରେ ବାବର ଆଜମ ବେସ୍ ଲୋକପ୍ରିୟ ଅଟନ୍ତି। ବିଗତ କିଛି ମାସ ତଳେ ସେ ୧ ନମ୍ବର ଟି-୨୦ ବ୍ୟାଟର୍ ହୋଇଥିବା ବେଳେ ଫର୍ମ ଖରାପ ଥିବା ହେତୁ ବର୍ତ୍ତମାନ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ତେବେ, ବାବରଙ୍କର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଭିଡ଼ିଓରେ ବାବର ଜଣେ ଯୁବତୀଙ୍କ ସହିତ ସେକ୍ସଟିଂ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓରେ ତାଙ୍କ ସ୍ୱର ମଧ୍ୟ ଶୁଣିବାକୁ ମିଳୁଛି। ପାକିସ୍ତାନ ଟିମର ଅନ୍ୟ ଜଣେ ଖେଳାଳିଙ୍କ ପ୍ରେମିକା ସହିତ ସେ ଚାଟ୍ କରୁଥିବା କୁହାଯାଉଛି। ଯଦି ଯୁବତୀ ଜଣକ ତାଙ୍କ ସହିତ ସେକ୍ସଟିଂ କରିବା ଜାରି ରଖନ୍ତି ତେବେ ତାଙ୍କ ପ୍ରେମିକ ପାକିସ୍ତାନ ଟିମରେ ନିୟମିତ ଖେଳିପାରିବେ ବୋଲି ବାବର ଅଫର୍ ଦେଉଥିବା କୁହାଯାଉଛି।