ଅଜବ ଘଟଣା: ପ୍ରେମିକା ର ଲଭ୍ ବାଇଟ୍ ରେ ଯୁବକଙ୍କ ହେଲା ଅକାଳ ମୃତ୍ୟୁ, କାରଣ ଜାଣି ତାଯୁବ ହେବେ ଆପଣ

 

ଆଜିକାଲି ପ୍ରେମୀ ଯୁଗଳମାନଙ୍କ ମଧ୍ୟରେ କିସ୍ କରିବା ଏବଂ ଲଭ୍ ବାଇଟ୍ ଦେବା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ, ଏହି ଲଭ୍ ବାଇଟ୍ ଯେ କାହାର ମୃତ୍ୟୁର କାରଣ ପାଲଟିଯିବ ଏହା ବିଶ୍ୱାସ କରିବା କଷ୍ଟକର ହୋଇଥିଲେ ହେଁ ଏହିଭଳି ଏକ ଘଟଣା ମେସ୍କିକୋ ସିଟିରେ ଘଟିଥିବା ଜାଣିବାକୁ ମିଳିଛି। ଏହି ବିଚିତ୍ର ଏବଂ ଅଭାବନୀୟ ଘଟଣାରେ ଜଣେ ୧୭ ବର୍ଷୀୟ ଯୁବକ ମୃତ୍ୟୁ ବରଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାଇ ମେସ୍କିକୋ ସିଟିରେ ରହୁଥିବା ଏହି ୧୭ ବର୍ଷୀୟ ଯୁବକ ଜଣକ ନିଜ ପରିବାର ଏବଂ ପ୍ରେମିକାଙ୍କ ସହିତ ଡିନର୍ ଡେଟରେ ଯାଇଥିଲେ। ସେଠାରେ ତାଙ୍କର ୨୪ ବର୍ଷୀୟା ପ୍ରେମିକା ତାଙ୍କୁ କିସ୍ କରିବା ସହ ବେକରେ ଲଭ୍ ବାଇଟ ଦେଇଥିଲେ। ସବୁକିଛି ଠିକ ଥିବାବେଳେ କିଛି ସମୟ ପରେ ଯୁବକ ଜଣକ ନିଶ୍ୱାସ ନେଇ ପାରିନଥିଲେ ଏବଂ ସେହିଠାରେ ହିଁ ବେହୋସ ହୋଇ ଯାଇଥିଲେ। ତାଙ୍କୁ, ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲେ ହେଁ ସେଠାରେ ସେ ମୃତ୍ୟୁବରଣ କରିଥିଲେ।

ଡାକ୍ତରଙ୍କ କହିବା ଅନୁଯାଇ ଲଭ୍ ବାଇଟ୍ ଦେବା ପରେ ତାଙ୍କ ବେକରେ ରକ୍ତ ଜମାଟ ବାନ୍ଧି ଦେଇଥିଲା। ଏହା ଦ୍ୱାରା ମସ୍ତିଷ୍କକୁ ଠିକ ଭାବରେ ରକ୍ତ ସଞ୍ଚାଳନ ହୋଇ ପାରିନଥାଏ ଫଳରେ ବ୍ରେନ୍ କାମ କରିବା ବନ୍ଦ କରିଦେଇଥାଏ। ଏହାପରେ ଏହି ବ୍ଲଡ କ୍ଲଟ ବ୍ରେନ ଷ୍ଟ୍ରୋକ ମଧ୍ୟ କରାଇଥାଏ। ଯାହାକି ଯୁବକ ଜଣଙ୍କ ସହିତ ହୋଇଥିଲା ଏବଂ ଏହି ବ୍ରେନ ଷ୍ଟ୍ରୋକ ପାଇଁ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୦ ମସିହାରେ ନ୍ୟୁଜିଲ୍ୟାଣ୍ଡର ଜଣେ ୪୪ ବର୍ଷୀୟା ଯୁବତୀ ମଧ୍ୟ ଏଭଳି ଭାବରେ ଲଭ୍ ବାଇଟ୍ ପାଇଁ ମୃତ୍ୟୁବରଣ କରିଥିଲେ।