IAS ସାକ୍ଷାତକାରରେ ପଚରା ଯାଏ ଏପରି ଚତୁର ପ୍ରଶ୍ନ, ଯାହାର ଉତ୍ତର ଦେଇପାରିବେ କେବଳ ବୁଦ୍ଧିମାନ ଲୋକ, ଜାଣନ୍ତୁ କିଛି ପ୍ରଶ୍ନୋତ୍ତର

 

ଆମ ଦେଶରେ ପ୍ରଶାସନିକ ପଦବୀ ପାଇବା ପାଇଁ ସିଭିଲ୍ ସର୍ଭିସର ପରୀକ୍ଷା ଦେବାକୁ ହୋଇଥାଏ। ଆଇଏଏସ୍ ଏବଂ ଆଇପିଏସ୍ ପଦବୀ ପାଇବା ପାଇଁ ଚେଷ୍ଟା କରୁଥିବା ବିଦ୍ୟାର୍ଥୀ ମାନେ ଏହି ପରୀକ୍ଷା ପାଇଁ କଠିନ ପରିଶ୍ରମ କରିଥାନ୍ତି। ସିଭିଲ୍ ସର୍ଭିସର ପରୀକ୍ଷାରେ ତିନୋଟି ପର୍ଯ୍ୟାୟ ରହିଛି ଯେଉଁଥିରେ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଅନ୍ୟତମ।

କିନ୍ତୁ ସାକ୍ଷାତକାର ଗୁଡିକରେ ବିଦ୍ୟାର୍ଥୀମାନଙ୍କର କଡ଼ା ପରୀକ୍ଷା ନିଆଯାଇଥାଏ। ତେବେ ଆସନ୍ତୁ ଜାଣିବା IAS ସାକ୍ଷାତକାରରେ ପଚରା ଯାଇଥିବା କିଛି ଚତୁର ପ୍ରଶ୍ନ ଏବଂ ଏହାର ଉତ୍ତର:-

୧. ପ୍ରଶ୍ନ: ଟ୍ୱିଟରରେ ଦେଖାଯାଉଥିବା ପକ୍ଷୀର ନାମ କ’ଣ?

ଉତ୍ତର: ଟ୍ୱିଟରରେ ଦେଖାଯାଉଥିବା ପକ୍ଷୀର ନାମ ହେଉଛି ଲ୍ୟାରି।

୨. ପ୍ରଶ୍ନ: ଜାହାଙ୍ଗୀରଙ୍କ ସମୟରେ ମୋଗଲ କୋର୍ଟକୁ ଆସିଥିବା ପ୍ରଥମ ଇଂରେଜ କିଏ?

ଉତ୍ତର: କ୍ୟାପଟେନ "ୱିଲିୟମ୍ ହକିନ୍ସ" ପ୍ରଥମ ଇଂରେଜ ଥିଲେ ଯିଏ ଜାହାଙ୍ଗୀରଙ୍କ ସମୟରେ ମୋଗଲ କୋର୍ଟକୁ ଆସିଥିଲେ।

୩. ପ୍ରଶ୍ନ: ଏପରି ପକ୍ଷୀ କେଉଁଟି ଯାହା ପୃଥିବୀରେ ପାଦ ରଖେ ନାହିଁ?

ଉତ୍ତର: ମହାରାଷ୍ଟ୍ରର ରାଜକୀୟ ପକ୍ଷୀ ହରିୟାଲ ଏପରି ଏକ ପକ୍ଷୀ ଅଟେ, ଯିଏ କେବେବି ପୃଥିବୀରେ ପାଦ ରଖେ ନାହିଁ।

୪. ପ୍ରଶ୍ନ: ଆମ ଶରୀରରେ କେଉଁଟି ସବୁଠାରୁ ଶକ୍ତିଶାଳୀ ଅଂଶ ଅଟେ?

ଉତ୍ତର: ଜିଭ ଆମ ଶରୀରର ସବୁଠାରୁ ଶକ୍ତିଶାଳୀ ଅଂଶ ଅଟେ।

୫. ପ୍ରଶ୍ନ: ହିନ୍ଦୀରେ ପୋଲିସକୁ କ’ଣ କୁହାଯାଏ?

ଉତ୍ତର: ପୋଲିସକୁ ହିନ୍ଦୀରେ ରାଜକୀୟ ଜନରକ୍ଷକ ବୋଲି କୁହାଯାଏ।

୬. ପ୍ରଶ୍ନ: ତେନ୍ଦୁଲକର କମିଟି କ’ଣ ପାଇଁ ଗଠନ କରାଯାଇଥିଲା?

ଉତ୍ତର: “କୃଷି ଉତ୍ପାଦନ” କୁ ମାପିବା ପାଇଁ ତେନ୍ଦୁଲକର କମିଟି ଗଠନ କରାଯାଇଥିଲା।

୭. ପ୍ରଶ୍ନ: ହିନ୍ଦୀ ଶବ୍ଦରେ ବ୍ୟାଙ୍କକୁ କ’ଣ କୁହାଯାଏ?

ଉତ୍ତର: ବ୍ୟାଙ୍କକୁ ହିନ୍ଦୀରେ ଅଧିକୋଶ ବୋଲି କୁହାଯାଏ।

୮. ପ୍ରଶ୍ନ: ଯଦି ଥଣ୍ଡା ପାଣି ଏବଂ ଗରମ ପାଣି ଉଭୟେ ରେଫ୍ରିଜରେଟରରେ ରଖାଯାଏ ତେବେ କେଉଁ ଜଳ ପ୍ରଥମେ ବରଫରେ ପରିଣତ ହେବ?

ଉତ୍ତର: ପ୍ରଥମେ ଗରମ ପାଣି ବରଫରେ ପରିଣତ ହେବ।

୯. ପ୍ରଶ୍ନ: ସୌର ମଣ୍ଡଳରେ କେଉଁ ଗ୍ରହରେ ହୀରାର ବର୍ଷା ହୋଇଥାଏ?

ଉତ୍ତର: ଶନି ଏବଂ ବୃହସ୍ପତି ଉପରେ ହୀରା ବର୍ଷା ହୋଇଥାଏ।

୧୦. ପ୍ରଶ୍ନ: ଜଣେ ମହିଳା ୧୯୩୫ ରେ ଜନ୍ମ ହୋଇଥିଲେ ଏବଂ ୧୯୩୫ ରେ ମୃତ୍ୟୁ ବରଣ କରିଥିଲେ କିନ୍ତୁ ମୃତ୍ୟୁ ସମୟରେ ତାଙ୍କୁ ୭୦ ବର୍ଷ ହୋଇଥିଲା କିପରି?

ଉତ୍ତର: ମହିଳା ଜଣକ ୧୯୩୫ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ଯେଉଁ ଡାକ୍ତରଖାନାରେ ସେ ୧୯୩୫ ନମ୍ବର ରୁମ୍ ରେ (୧୯ ମହଲାରେ ରୁମ୍ ନମ୍ବର ୩୫) ମୃତ୍ୟୁବରଣ କରିଥିଲେ ଏବଂ ସେହି ସମୟରେ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।