୨୦୦ ବର୍ଷ ପରେ ରାକ୍ଷୀପୂର୍ଣ୍ଣିମାରେ ବନୁଛି ଶୁଭ ସଂଯୋଗ, ଏହି ୩ ରାଶିର ଲୋକେ ପାଇବେ ଶୁଭଫଳ, ଆରମ୍ଭ ହେବ ଭଲ ଦିନ

 

ହିନ୍ଦୁ ଧର୍ମରେ ରାକ୍ଷୀ ବନ୍ଧନ ପର୍ବ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହା ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଅଦମ୍ୟ ପ୍ରେମ, ବିଶ୍ୱାସ ଏବଂ ସ୍ନେହର ପର୍ବ ଭାବେ ଜଣାଶୁଣା । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଏହି ପର୍ବ ଶ୍ରାବଣ ମାସର ଶୁକ୍ଲ ପକ୍ଷର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ଏହି ଦିନ ଭଉଣୀମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘ ଜୀବନ ଏବଂ ପ୍ରଗତି ପାଇଁ ପ୍ରାର୍ଥନା କରନ୍ତି ।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ରାକ୍ଷୀ ବାନ୍ଧିବାର ଶୁଭ ସମୟ ଅଗଷ୍ଟ ୧୯ ୦୧:୩୨ ମିନିଟ୍‌ରୁ ରାତି ୦୯:୦୭ ମଧ୍ୟରେ ହେବ । ଏହି ସମୟରେ ଆପଣ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ । ଏହି ଦିନ ଭଦ୍ରାଙ୍କ ଛାୟା ସକାଳ ୫.୫୩ରୁ ରାତି ୧.୩୨ ପର୍ଯ୍ୟନ୍ତ ରହିବ, ଏହି କାରଣରୁ ରାକ୍ଷୀ ବାନ୍ଧିବା ନିଷେଧ କରାଯାଇଛି ।

ଅନ୍ୟପଟେ ଜ୍ୟୋତିଷମାନେ ମତ ଦେଇଛନ୍ତି ଯେ ଏହି ରାକ୍ଷୀ ପୂର୍ଣ୍ଣିମା ଅତି ଦୁର୍ଲ୍ଲଭ ଅଟେ। ପ୍ରାୟ ୨୪ବର୍ଷ ପରେ ଏହି ଦିନ ରବି ଯୋଗ ସହିତ ଶତାଭିଶା ନକ୍ଷତ୍ର ଓ ବୁଦ୍ଧାଦିତ୍ୟ ଯୋଗର ସଂଯୋଗ ସୃଷ୍ଟି ହେବ। ଯାହା ୩ ରାଶି ପାଇଁ ଅତ୍ୟନ୍ତ ଶୁଭଙ୍କର ହେବ। ଯାହା ସେମାନଙ୍କୁ ଧନ ଓ ସମୃଦ୍ଧିରେ ପରିପୂର୍ଣ୍ଣ କରିଦେବ। ଆସନ୍ତୁ ଜାଣିବା କଣ ରହିଛି ଏହି ୩ଟି ରାଶି।

ସିଂହ : ସିଂହ ରାଶିର ଲୋକମାନଙ୍କ ପାଇଁ ଏହା ଶୁଭଙ୍କର ରହିବ। ଭାଗ୍ୟରେ ପରିବର୍ତ୍ତନ ଦେଖାଦେବ। ଧନ ବଢିବା ସହ କାର୍ଯ୍ୟ ଫଳପ୍ରଦ ହେବ।

ମିଥୁନ : ରକ୍ଷାବନ୍ଧନ ଠାରୁ ଏହି ରାଶିଧାରୀ ଲୋକମାନଙ୍କର ଧନରେ ବୃଦ୍ଧି ହେବ। ଟଙ୍କା ସଞ୍ଚୟ କରିବେ ପିତାର ସମ୍ପତ୍ତିରୁ ଲାଭ ମିଳିପାରେ।

ଧନୁ :‌‌ ଧନୁ ରାଶିର ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ରହିବ। ବାହ୍ୟ ସୂତ୍ରରୁ ଧନ ଉପାର୍ଜନ କରିବେ। ଚାକିରୀ କ୍ଷେତ୍ରରେ ଧନବାନ ହେବେ।