୦୮.୧୨.୨୦୧୮ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ମିତ୍ରମାନଙ୍କଠାରୁ ଲାଭ ମିଳିବାର ଯୋଗ ଅଛି।

ମେଷ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ ତାହା ଆପଣଙ୍କୁ ମିଳିବ। ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ଫଇସଲା ନେବେ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ବୃଷ: ଆତ୍ମଚିନ୍ତନରେ ଅଧିକ ସମୟ ବିତିବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ପଇସା ସମ୍ବନ୍ଧିତ କୌଣସି ମାମଲାର ସମାଧାନ ହୋଇଯିବ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଜୀବନସାଥୀଙ୍କୁ ଖୁସି ରଖିବା
 

ମେଷ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ ତାହା ଆପଣଙ୍କୁ ମିଳିବ। ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ଫଇସଲା ନେବେ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।

ବୃଷ: ଆତ୍ମଚିନ୍ତନରେ ଅଧିକ ସମୟ ବିତିବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ପଇସା ସମ୍ବନ୍ଧିତ କୌଣସି ମାମଲାର ସମାଧାନ ହୋଇଯିବ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ।

ମିଥୁନ: ଆପଣ ନିଜକୁ ଊର୍ଜାଭରା ଅନୁଭବ କରିବେ। ରଚନାତ୍ମକ କାମରେ ଧୢାନ ଲଗାନ୍ତୁ, ଲାଭ ହେବ। ରାଜନୀତିରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଅଧୢାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

କର୍କଟ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଇଚ୍ଛା ପୂରା କରିବାରେ ପ୍ରୟାସ ସଫଳ ହେବ। ଜୀବନରେ ସୁଖ ଶାନ୍ତି ଆସିବ। ବ୍ୟବସାୟ ସମ୍ବନ୍ଧରେ ବିଦେଶ ଯିବାର ଯୋଜନା କରିବେ। ପାରିବାରିକ ଜୀବନ ସୁଖମୟ ହେବ।

ସିଂହ : ଆପଣ ଆତ୍ମବିଶ୍ଵାସ ପୂର୍ଣ୍ଣ ରହିବ। ପ୍ରତ୍ୟେକ କାର୍ଯ୍ୟ ଦୃଢ ନିର୍ଣ୍ଣୟ ଶକ୍ତିରେ କରିବେ। କ୍ରୋଧର ଭାବନା ଅଧିକ ରହିପାରେ, ମନ ଶାନ୍ତ ରଖିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ଲାଭ ହେବ। ପରିଜନମାନଙ୍କର ସହଯୋଗ ମିଳିବ।

କନ୍ୟା : ଆଜି ଆପଣଙ୍କ ମନ କିଛି ଅଧିକ ଭାବନାଶୀଳ ରହିବ। ଭାବନାର ପ୍ରବାହରେ ବହି ଆପଣ କୌଣସି ଭୁଲ କାର୍ଯ୍ୟ କରନ୍ତୁ ନାହିଁ, ସାବଧାନ ରୁହନ୍ତୁ। ଚର୍ଚ୍ଚା ଏବଂ ବିବାଦରୁ ଦୂରରେ ରୁହନ୍ତୁ। ମଧ୍ୟାହ୍ନ ପରେ ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ବଢିଲା ପରି ନଜର ଆସିବ।

ତୁଳା : ମିତ୍ରମାନଙ୍କଠାରୁ ଲାଭ ମିଳିବାର ଯୋଗ ଅଛି। ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ସନ୍ତାନମାନଙ୍କ ସହିତ ସମ୍ବନ୍ଧ ସୁମଧୁର ରହିବ। ମଧ୍ୟାହ୍ନ ପରେ ମାନସିକ ଏବଂ ଶାରୀରିକ ସ୍ଵାସ୍ଥ୍ୟ ଖରାପ ହୋଇପାରେ, ଧ୍ୟାନ ରଖିବେ।

ବିଚ୍ଛା : ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ଵାସରେ ଆପଣ ପ୍ରତ୍ୟେକ କାର୍ଯ୍ୟ ଆଜି ସରଳତା ପୂର୍ବକ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟ ଏବଂ ବ୍ୟାପାର କ୍ଷେତ୍ରରେ ମଧ୍ୟ ଆପଣଙ୍କ ବୁଦ୍ଧି ପ୍ରତିଭାକୁ ପ୍ରଶଂସିତ କରାଯିବ। ଉଚ୍ଚ ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ।

ଧନୁ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ବାରା ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ। ରାଜନୀତିରେ ମନୋକାମନା ପୂରା ହେବ।

ମକର: ସକାରାତ୍ମକ ଭାବନାରେ ରହନ୍ତୁ। ଆଜି ଆପଣଙ୍କର ତର୍କ ଶକ୍ତି କାମରେ ଆସିବ। ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ବିଦ୍ୟାର୍ଥୀଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ହେବ।

କୁମ୍ଭ : ଆର୍ଥିକ ଯୋଜନା କରି ପାରିବେ। ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥତା ଅନୁଭବ କରିବେ। ପ୍ରିୟଜନମାନଙ୍କଠାରୁ ସୁଖ ଏବଂ ଆନନ୍ଦ ମିଳିବ। ଆଜି କରାଯାଇଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବାର ଯୋଗ ଅଛି।

ମୀନ : ଆପଣଙ୍କ କାର୍ଯ୍ୟରେ ବିଘ୍ନ ଉପସ୍ଥିତ ହେବାରୁ କାର୍ଯ୍ୟପୂର୍ତ୍ତି ହେବାରେ ବିଳମ୍ବ ହୋଇପାରେ। ସହକର୍ମିମାନଙ୍କ ସହଯୋଗରେ ବାଧା ଆସିବ। ଦାମ୍ପତ୍ୟଜୀବନରେ ଅଶାନ୍ତିର ବାତାବରଣ ଲମ୍ବା ସମୟ ପର୍ଯ୍ୟନ୍ତ ନ ରହୁ ଏହାର ଧ୍ୟାନ ରଖିବେ।