ବିଜୟା ଦଶମୀରେ ମା ଦୁର୍ଗା ଖୋଲିବେ ଏହି ୫ଟି ରାଶିର ଭାଗ୍ୟ, ଆରମ୍ଭ ହେବ ଭଲ ଦିନ, ହେବେ ଲାଭବାନ

 

ପ୍ରାୟ ୩୦ବର୍ଷ ପରେ ଏଥର ଦଶହରାରେ ସୃଷ୍ଟି ହେବାକୁ ଯାଉଛି ଏକ ବିରଳ ଯୋଗ। ପାଳିତ ହେବ ଦଶହରା ବା ବିଜୟା ଦଶମୀ। ଏହି ପର୍ବ ଟିକୁ ସାଧାରଣତଃ ଅଧର୍ମ ଉପରେ ଧର୍ମର ଜୟ ଭାବେ ପାଳନ କରାଯାଇଥାଏ। ଯେଉଁ ଦିନ ମା ଦୁର୍ଗା ମହିଷାସୁରକୁ ଓ ପ୍ରଭୁ ଶ୍ରୀରାମ ରାବଣକୁ ମାରିଥିଲେ।

ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପ୍ରାୟ ୩୦ ବର୍ଷ ପରେ ଏଥର ଦଶହରାରେ ପଡ଼ିବାକୁ ଯାଉଛି ଏକ ବିଶେଷ ରାଜଯୋଗ। ଗ୍ରହ ମାନଙ୍କର ଚଳନ ଦ୍ୱାରା ସାଧାରଣତଃ ବିଶେଷ ଯୋଗ ସୃଷ୍ଟି ହୋଇଥାଏ । ଏପରି ଯୋଗ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇ ଥାଏ । 

ଚଳିତ ବର୍ଷ ଦଶହରାରେ ଶନି ତାଙ୍କ ମୂଳ ରାଶି କୁମ୍ଭରେ ରହିବେ। ଏପଟେ ଚନ୍ଦ୍ରମା ଓ ଶୁକ୍ର ମଧ୍ୟ ସାମ୍ନା ସାମ୍ନି ରହିବାର ଗଣନା କରା ଯାଇଛି। ଏପରି ଯୋଗ ଦ୍ୱାରା ଧନ ବୃଦ୍ଧିର ସମ୍ଭାବନା ବଢି ଯାଇଥାଏ । ଦଶହରାରେ ସୃଷ୍ଟି ହେଉଥିବା ଏହି ରାଜଯୋଗ ପ୍ରାୟ ୫ ଟି ରାଶି ପାଇଁ ଲାଭ ଦାୟକ ରହିବ। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ୫ଟି ରାଶି।

ସିଂହ ରାଶି  : ଧାର୍ମିକ କାର୍ଯ୍ୟରେ ମନନିବେଶ ହେବ। ଆତ୍ମ ବିଶ୍ୱାସ ବଢିବ। ବିପୁଳ ଅର୍ଥ ଲାଭ ହେବ। ଜୀବନ ସୁଖମୟ ହେବ।

କନ୍ୟା ରାଶି : ବ୍ୟବସାୟରେ ଲାଭବାନ ହେବେ। ସମାଜରେ ସମ୍ମାନ ପାଇବେ। ଶ୍ରୀରାମଙ୍କ ଆଶୀର୍ବାଦ ପ୍ରାପ୍ତି ହେବ। ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ।

ଧନୁ ରାଶି : ଦୂର ଜାଗାକୁ ଯାତ୍ରା କରିବେ। ନୂତନ ସୁଯୋଗ ପ୍ରାପ୍ତି ହେବ। ବ୍ୟବସାୟରେ ଲାଭବାନ ହେବେ । ପରିବାରରେ ସୁଖ ଶାନ୍ତି ଲାଗି ରହିବ।

ମକର ରାଶି : ଗାଡ଼ି କିମ୍ବା ଜାଗା କିଣି ପାରନ୍ତି। ସବୁ କାର୍ଯ୍ୟରେ ଭାଗ୍ୟ ସାଥ ଦେବ । ଜୀବନ ଜୀଇଁବାର ନୂଆ ମାର୍ଗ ପାଇବେ। ଜୀବନ ସାଥି ସହ ଭେଟ ହୋଇପାରେ।

କୁମ୍ଭ ରାଶି : ନୂତନ ଆୟର ଉତ୍ସ ମିଳିବ। ଧନ ବୃଦ୍ଧି ହେବ । ସମସ୍ତଙ୍କ ସମର୍ଥନ ପାଇବେ। ଜୀବନରେ ବେଶ୍ ଉନ୍ନତି କରିବେ।