୨୭ ଏପ୍ରିଲ୍ ୨୦୧୯ ଶନିବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜିର କର୍ମସ୍ଥାନସ୍ଥ ଚନ୍ଦ୍ର ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟକୁ ସହୃଦୟତାର ସହ ସମ୍ପନ୍ନ କରାଇବ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସାମାଜିକ କ୍ଷେତ୍ରରେ କେତେକ ଦିଗରୁ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ସମସ୍ୟା ସୁଧାରିବା ପାଇଁ କୌଣସି ସହୃଦୟ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ । ବୃଷ: ତୃତୀୟାଧିପତିଙ୍କ ସୁଦୃଷ୍ଟି ଫଳରେ ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଆହ୍ବାନ କ୍ରମେ ଆକସ୍ମିକ ଯାତ୍ରା କରିବାକୁ ପଡିପାରେ। ମଙ୍ଗଳ ପ୍ରଭାବରୁ ବିଶେଷ ଭ୍ରମଣ
 

ମେଷ: ଆଜିର କର୍ମସ୍ଥାନସ୍ଥ ଚନ୍ଦ୍ର ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟକୁ ସହୃଦୟତାର ସହ ସମ୍ପନ୍ନ କରାଇବ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସାମାଜିକ କ୍ଷେତ୍ରରେ କେତେକ ଦିଗରୁ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ସମସ୍ୟା ସୁଧାରିବା ପାଇଁ କୌଣସି ସହୃଦୟ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ ।

ବୃଷ: ତୃତୀୟାଧିପତିଙ୍କ ସୁଦୃଷ୍ଟି ଫଳରେ ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଆହ୍ବାନ କ୍ରମେ ଆକସ୍ମିକ ଯାତ୍ରା କରିବାକୁ ପଡିପାରେ। ମଙ୍ଗଳ ପ୍ରଭାବରୁ ବିଶେଷ ଭ୍ରମଣ କରିବାର ସୁଯୋଗ ମିଳିବ, ବ୍ୟବସାୟିକ କାରବାର ମଧ୍ୟ ବୃଦ୍ଧି ପାଇବ। ରାଜନୈତିକ କ୍ଷେତ୍ରରେ କିମ୍ବା ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରି ପାରନ୍ତି।

ମିଥୁନ: ରବିଙ୍କ ଉଚ୍ଚବସ୍ଥାନରୁ ସରକାରୀ ସାହାଯ୍ୟ, ସ୍ଥଗିତକାର୍ଯ୍ୟ ସମ୍ପନ୍ନ କରିବାର ସହଯୋଗ ମିଳିବ। ବନ୍ଧୁ ମାନଙ୍କର ନିମନ୍ତ୍ରଣ କ୍ରମେ ଆମୋଦ ପ୍ରମୋଦର ମଉକା ମଜା ଉଠାଇ ପାରନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଳହ ଘେରରେ ଆକ୍ରାନ୍ତ ହେବାର ସୂଚନା ପ୍ରତି ସତର୍କ ରହିବା ଭଲ। ଅତୀତରେ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ।

କର୍କଟ: ରାଶ୍ୟାଧିପତିଙ୍କ ଦୃଷ୍ଟି ପ୍ରଭାବରେ ଉତ୍ତମ ସ୍ବାସ୍ଥ୍ୟ, ଉନ୍ନତ ଚିନ୍ତା ଓ ବନ୍ଧୁପ୍ରିୟତା ଲାଭକରି ଦିନଚର୍ଯ୍ୟା କରିବେ। ରାଜନୀତି, ସଙ୍ଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ ଓ ସୁନାମ ମଧ୍ୟ ପାଇବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଧ ହୋଇ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇ ପାରନ୍ତି।

ସିଂହ: ରାଶିପ୍ରତି ଏକାଧିକ ଗ୍ରହମାନଙ୍କ ଶୁଭ ସମାବେଶ ଆପଣଙ୍କ ଜୀବନଯାତ୍ରାକୁ ସ୍ବାଭାବିକ କରିବାରେ ସହାୟକ ହେବ। ଅର୍ଥନୈତିକ,ସାମାଜିକ, ରାଜନୈତିକ ଦିଗପାଇଁ ଦିନଟି ବହୁତ ଅନୁକୂଳ । ସଭାସମିତି, ମନୋରଞ୍ଜନ, ଆନୁଷ୍ଠାନିକ କାମରେ ସମୟ ଅତିବାହିତ କରିପାରନ୍ତି। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ମଧ୍ୟ ବ୍ୟସ୍ତତା ଦ୍ୱିଗୁଣିତ ହୋଇପାରେ।

କନ୍ୟା: ଆଜି ରବିଙ୍କ ଦ୍ୱାରା ସଂଘଟିତ ବିପରୀତ ରାଜଯୋଗ ଏବଂ ଚନ୍ଦ୍ର ଓ ବୃହସ୍ପତିଙ୍କ ସ୍ଥିତି ସାମାଗ୍ରୀକ ଉନ୍ନତି ସାଧନ କରିବେ। ମନ ଚାହୁଁଥିବା ପ୍ରକାରେ ସବୁ କିଛି ପାଇବେ ଏବଂ କରିବେ ମଧ୍ୟ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ପାରିବାରିକ ଅସ୍ଥିରତା ହେତୁକ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ।

ତୁଳା: ପରିବାର ସ୍ଥାନରେ ଚନ୍ଦ୍ର ପାରିବାରିକ ଶାନ୍ତି, ଯାନବାହନ, ବନ୍ଧୁ ସମ୍ପର୍କ ପ୍ରଭୃତି ମାଧ୍ୟମରେ ଆନନ୍ଦ ପ୍ରଦାନ କରିବ। ପାରିପାର୍ଶ୍ୱିକ ପରିସ୍ଥିତି ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ବିନୟ ପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ ା କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରରେ ପ୍ରଶଂସା ମିଳିବ ।

ବିଛା: ବକ୍ରୀ ବୃହସ୍ପତିଙ୍କ ରାଶ୍ୟାଧିପତି ସହ ପୂର୍ଣ୍ଣଦୃଷ୍ଟି ବିନିମୟ ଆପଣଙ୍କୁ ଉନ୍ନତ ଚିନ୍ତାଧାରା ମାଧ୍ୟମରେ ସତ୍‌କର୍ମ ସକାଶେ ଅନୁପ୍ରେରିତ କରିପାରେ। ବିଭିନ୍ନ ବ୍ୟକ୍ତିମାନଙ୍କ ପ୍ରଶଂସାରେ ଉତ୍‌ଫୁଲ୍ଲିତ ହୋଇ ଆମତ୍ଗୈାରବ ଅନୁଭବ କରିବେ। କିନ୍ତୁ ନିଜର ଆତ୍ମୀୟ ମାନଙ୍କୁ ଭଲ କଥା କହିଲେ ମଧ୍ୟ ସେମାନେ ତାହାକୁ ସଠିକ୍‌ ଭାବରେ ଗ୍ରହଣ କରି ନ ପାରନ୍ତି।

ଧନୁ: ମନ ଭଲ ନ ଥିଲେ ମଧ୍ୟ ଆପଣଙ୍କ ବ୍ୟବହାରିକ କାର୍ଯ୍ୟକଳାପ କୌଣସି ପ୍ରକାରେ ପ୍ରଭାବିତ ହେବନାହିଁ। ପ୍ରତ୍ୟେକ କ୍ଷେତ୍ରରେ ମାନସିକ ସ୍ଥିତି ସୁଦୃଢ଼ ରହିବ ଓ କାମ ହାସଲରେ କିଛି ଅସୁବିଧା ହେବନାହିଁ। ଆଇନ ଅଦାଲତ ଓ ପାରିବାରିକ ତଥା ସାମାଜିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ସାହିତ୍ୟ, ସାମ୍ବାଦିକତା, ଅଧ୍ୟୟନ କ୍ଷେତ୍ରରେ ସମ୍ମାନିତ ହେବେ।

ମକର: ତିନୋଟିଗ୍ରହ ପରମୋଚ୍ଚସ୍ଥାନସ୍ଥ ହେତୁ ଆପଣଙ୍କ କାର୍ଯ୍ୟସିଦ୍ଧି, ଯାତ୍ରା, କେତେକ କ୍ଷେତ୍ରରେ ପାରିବାରିକ ଅସ୍ଥିରତା ଚିନ୍ତା କରି ଭାବପ୍ରବଣତା କ୍ରମଶଃ ବୃଦ୍ଧି ପାଇବା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ। ନିର୍ମାଣ, ସଭାସମିତି ପାଇଁ ବିଶେଷ ସମୟ ଦେବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ମନ୍ଦ ହେବ ନାହିଁ, ଅବଶ୍ୟ ଲାଭବାନ୍‌ ହେବେ।

କୁମ୍ଭ:!ମୁଖଭାବରେ ଉଚ୍ଚସ୍ଥ ଶୁକ୍ର ଜନିତ ଆପଣ ଯେକୈାଣସି ବ୍ୟତିକ୍ରମକୁ ସଜାଡି ନେବାରେ କୌଣସି ଅସୁବିଧା ରହିବନାହିଁ। ଆକସ୍ମିକ ଭାବରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ କିନ୍ତୁ ତାହା ନିର୍ଦ୍ଦିଷ୍ଟ ସମୟର ଅତିକ୍ରାନ୍ତ ପରେ ହିଁ ପାଇବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ପଡିପାରେ।

ମୀନ: ଆଜି ଶୁକ୍ର ଏବଂ ମଙ୍ଗଳ ଓ ବୃହସ୍ପତି ପରଷ୍ପର ସମ୍ବନ୍ଧିତ ହୋଇଥିବାରୁ ଆପଣଙ୍କ ସାମଗ୍ରୀକ ସୁଖ, ସୁବିଧାର ଅଭାବ ରହିବନାହିଁ ା କିନ୍ତୁ ବୁଧଙ୍କ ଦୁର୍ବଳତା ଯୋଗୁ ବନ୍ଧୁମାନଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଙ୍ଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବାର ଆଶା କରାଯାଇପାରେ ।