୨୧ ଏପ୍ରିଲ ୨୦୧୯ ରବିବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେଷ: ଆଜି ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ ପରିବାର କର୍ମକ୍ଷେତ୍ର, ବାଣିଜ୍ୟ, ବ୍ୟବସାୟ ଯାତ୍ରା ଓ ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। କୌଣସି ବିଜାତୀୟ ବ୍ୟକ୍ତିଙ୍କ ସହ ଭୁଲ୍ ବୁଝାମଣା କାରଣରୁ କଳହର ଆଶଙ୍କା ରହିଛି। ମୁଖଭାବସ୍ଥ ମଙ୍ଗଳ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ଆଇନ, ଅଦାଲତ ଓ ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଲାଗି ରହିବ।
ବୃଷ: ଉଚ୍ଚଚିନ୍ତା ଓ ମନ ନେଇ କାମ କଲେ ମଧ୍ୟ ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ମାନସିକ ସ୍ଥିତି ଭଲ ରହି ନ ପାରେ। ଆଜିର କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାଧାରଣ କଥାରେ ମତାନ୍ତରର ଆଶଙ୍କା ରହିଛି। ପାରିବାରିକ କ୍ଷେତ୍ରରେ ଆକସ୍ମିକ ଖର୍ଚ୍ଚ ପରିମାଣ ବୃଦ୍ଧି ଦୁଃଶ୍ଚିନ୍ତାକୁ ବଢାଇ ଦେବ। ସାମାଜିକ ସ୍ତରରେ ବନ୍ଧୁ ମାନଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।
ମିଥୁନ: ରବି ଓ ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କୁ ଉଚ୍ଚବର୍ଗରୁ ସହାୟତା ପ୍ରାପ୍ତ କରାଇବ। ଏଣେ କର୍ମକ୍ଷେତ୍ରରେ ନୂତନ ଉତ୍ସାହ ନେଇ କାମ କରିବେ ଏବଂ ପାରିବାରିକ ଜୀବନ ମଧ୍ୟ ମନ୍ଦ ହେବନି। ବିବାଦୀୟ ପରିସ୍ଥିତିରେ, କର୍ମକ୍ଷେତ୍ରରେ କିମ୍ବା ବ୍ୟବସାୟରେ ହିତୈଷୀଙ୍କ ପରାମର୍ଶକୁ ଗ୍ରହଣକରିବା ଭଲ ହେବ। ପରିବହନ କ୍ଷେତ୍ରରେ, ବ୍ୟବସାୟ,ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ ।
କର୍କଟ: ଆଜିର ଗ୍ରହସ୍ଥିତି ଏକ ପ୍ରକାର ଭଲ କହିଲେ ଚଳେ କାରଣ କୈାଣସି କାମ ଅଟକି ରହିବ ନାହିଁ। ଅଫିସ୍ କାମରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। କଳା, ସାହିତ୍ୟ, ସଙ୍ଗୀତ ତଥା ବାଣିଜ୍ୟ,ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିପାରେ। ହଠାତ୍ ଆଶା କରୁଥିବା ଶୁଭ ସମ୍ବାଦ ଅସମର୍ଥିତ ସୂତ୍ରରୁ ଶୁଣି ଖୁସି ହେବେ।
ସିଂହ: ରାଶ୍ୟାଧିପତି ଉଚ୍ଚସ୍ଥ ଯୋଗୁଁ ଆନୁସଙ୍ଗତ୍କ ସାହାଯ୍ୟ,ସହଯୋଗ ଲାଭ କରି କାମ ହାସଲ କରିବେ। ପରିବାର ସକାଶେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ସୃଷ୍ଟି କରିବା ଦିଗରେ ସମସ୍ତ ଶ୍ରମ ଓ ସମୟ ବିନିଯୋଗ କରିବେ। ନିଜେ ରହୁଥିବା ସା୍ଥନର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ। ଦୀର୍ଘ ଦିନରୁ ହଜି ଯାଇଥିବା କିମ୍ବା ଖୋଜୁଥିବା ଜିନିଷର ସୂଚନା ପାଇପାରନ୍ତି।
କନ୍ୟା: ଶୁକ୍ରଙ୍କ ସହାବସ୍ଥାନ ରାଶ୍ୟାଧିପତି ନିଜ ରାଶିକୁ ଅବଲୋକନ କରୁଥିବାରୁ ଆପଣଙ୍କ ଆଶା ଓ ଆକାଂକ୍ଷା ନିର୍ବିଘ୍ନରେ ପୂରଣ ହୋଇପାରିବ। ବୃହସ୍ପତିଙ୍କ ସୁପ୍ରଭାବରେ ନୂତନ ପ୍ରକଳ୍ପ, ପ୍ରଶାସନ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି। ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି।
ତୁଳା: ସାମଗ୍ରୀକ ଦୃଷ୍ଟିକୋଣରୁ ଆଜିର ଦିନଚର୍ଯ୍ୟା ପ୍ରୀତିଦାୟକ ରହିବ। ତଥାପି ପାପଗ୍ରହ ଯୁକ୍ତ ବୃହସ୍ପତିଙ୍କ ଯୋଗୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ ନତୁବା ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ଶନିଙ୍କ ସ୍ଥିତିକୁ ନେଇ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।
ବିଛା: ଦୀର୍ଘଦିନର ଆଶା ପୂରଣ କ୍ଷେତ୍ରରେ ନିକଟତମ କୌଣସି ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। କ୍ରୀଡା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ। କିନ୍ତୁ ପ୍ରଶାସନ, ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ସହକର୍ମଙ୍କ ସହ ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ଧନୁ: ଏକାଧାରରେ ତିନୋଟି ପାପପ୍ରଭାବଯୁକ୍ତ ଗ୍ରହ ରାଶିରେ ଅବସ୍ଥାନ କରୁଥିବାରୁ ଦ୍ୱନ୍ଦ୍ୱ ମଧ୍ୟରେ ସମୟ ଅତିବାହିତ ହେବ। କିନ୍ତୁ ଶେୟାର ବଜାର, ଆମଦାନୀ କାରବାର, ପନି ପରିବା ଦୋକାନୀ, ହୋଟେଲ ମାଲିକମାନେ ନିଜ ନିଜର ସ୍ଥାନରେ ବେଶ ଖୁସୀ ରହିବେ। ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ଜନ କଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ।
ମକର: ଆଜିର ଗ୍ରହସ୍ଥିତି ମଧ୍ୟମ ପ୍ରକାରର ହେତୁ ଜୀବନଯାତ୍ରା ସ୍ବାଭାବିକ ରହିବ। ବିଶେଷ ଲାଭ ନ ହେଲେ ମଧ୍ୟ କୌଣସି କ୍ଷେତ୍ରରେ ନୈରାଶ୍ୟଜନକ ସ୍ଥିତି ଉତ୍ପନ ହେବନାହିଁ । ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି। ଶିକ୍ଷା, ପରୀକ୍ଷା, ଆଲୋଚନା, ଲେଖାପଢା ଓ ଗବେଷଣା କ୍ଷେତ୍ରରେ ସୁଫଳ ପାଇବେ।
କୁମ୍ଭ: ଆଜିର ଗ୍ରହ ପ୍ରଭାବରେ ନୂତନ କର୍ମାରମ୍ଭ,ଯାତ୍ରା, ବାଣିଜ୍ୟ, ପରିବହନ ପ୍ରଭୃତି ସନ୍ତୋଷଜନକ ରହିବ। କର୍ମକ୍ଷେତ୍ରରେ ବିଭନ୍ନ ପ୍ରତିବନ୍ଧକ ହଟିଯିବା ସଙ୍ଗକୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଆଶା କରୁଥିବା ଜିନିଷ ଓ କାର୍ଯ୍ୟ ହାସଲ କରି ଏକପ୍ରକାର ଆନନ୍ଦ ଅନୁଭବ କରିବେ। କିନ୍ତୁ ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ କିମ୍ବା ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି।
ମୀନ: ଆପଣଙ୍କ ଉନ୍ନତ ଚିନ୍ତାଧାରା ଓ ସୁସଂଯମ କାର୍ଯ୍ୟଶୈଳୀ ପ୍ରତ୍ୟେକ ସ୍ତରରେ ଆଦରଣୀୟ ହେବ। ପାରିବାରିକ ସ୍ତରରେ ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ। ନିଜର କାମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମା ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ।