୨୬ ଏପ୍ରିଲ୍ ୨୦୧୯ ଶୁକ୍ରବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ରାଶିରେ ରବି ଉଚ୍ଚସ୍ଥ ହେତୁ ପ୍ରତ୍ୟେକ ସ୍ତରରେ ସମ୍ମାନଜନକ ସ୍ଥିତିରେ ରହିବେ। ସ୍ବାସ୍ଥ୍ୟ ଯେମିତି ଭଲ ରହିବ ତାହାଠାରୁ ମନ ମଧ୍ୟ ଆହୁରି ଅଧିକ ଭଲ ରହିବ। ବନ୍ଧୁଙ୍କ ଆଦର ମନ ଭିତରର ସବୁ ଦୁଃଖକୁ ସାମୟିକ ଭାବେ ବିସ୍ମୃତିଗର୍ଭକୁ ଠେଲିଦେବ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବା ସହ କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ। ବୃଷ: ଭାଗ୍ୟସ୍ଥ ଚନ୍ଦ୍ର ଏବଂ ଶୁକ୍ରଙ୍କ ସୁପ୍ରଭାବରେ ଶାରୀରିକ ସୁସ୍ଥତା ରହିବା ସାଙ୍ଗକୁ ସାହାଯ୍ୟ, ସହଯୋଗ ପାଇ
 

ମେଷ: ରାଶିରେ ରବି ଉଚ୍ଚସ୍ଥ ହେତୁ ପ୍ରତ୍ୟେକ ସ୍ତରରେ ସମ୍ମାନଜନକ ସ୍ଥିତିରେ ରହିବେ। ସ୍ବାସ୍ଥ୍ୟ ଯେମିତି ଭଲ ରହିବ ତାହାଠାରୁ ମନ ମଧ୍ୟ ଆହୁରି ଅଧିକ ଭଲ ରହିବ। ବନ୍ଧୁଙ୍କ ଆଦର ମନ ଭିତରର ସବୁ ଦୁଃଖକୁ ସାମୟିକ ଭାବେ ବିସ୍ମୃତିଗର୍ଭକୁ ଠେଲିଦେବ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବା ସହ କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ।

ବୃଷ: ଭାଗ୍ୟସ୍ଥ ଚନ୍ଦ୍ର ଏବଂ ଶୁକ୍ରଙ୍କ ସୁପ୍ରଭାବରେ ଶାରୀରିକ ସୁସ୍ଥତା ରହିବା ସାଙ୍ଗକୁ ସାହାଯ୍ୟ, ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। ସଭାସମିତି, କଳା,ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନ କ୍ଷେତ୍ରରୁ ସଫଳତା ଓ ଆନନ୍ଦ ମିଳିବ। ପାରିବାରିକ ଜୀବନ ବହୁଳାଂଶରେ ଭଲ ରହିବା ସହ ଯାନବାହନ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସୁଫଳ ପାଇବେ।

ମିଥୁନ: କୌଶଳକାରକ ରାହୁ ଷଡାଷ୍ଟକ ସ୍ଥିତିରେ ଚନ୍ଦ୍ର ସହିତ ରହି ଅର୍ଥନୀତିକୁ ସମସ୍ୟା ବହୁଳ କରିବେ। ବୁଧ ଓ ଶୁକ୍ରଙ୍କ ଦୃଷ୍ଟି ଆପଣଙ୍କ ପାରିବାରିକ, ଆନୁଷ୍ଠାନିକ ଓ କର୍ମକ୍ଷେତ୍ରକୁ ସରସ ସୁନ୍ଦର କରିପାରେ। ସକାଳୁ ସକାଳୁ ବଳକା କାମକୁ ଶୀଘ୍ର ଶେଷ କରିବା ସକାଶେ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ସାଧାରଣ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।

କର୍କଟ: ଆଜିର ଚନ୍ଦ୍ର କେନ୍ଦ୍ରରେ ରବିଙ୍କ ନକ୍ଷତ୍ରସ୍ଥ ଯୋଗୁ ଏକାଧାରରେ ପଦସ୍ଥବ୍ୟକ୍ତିଙ୍କ ମାଧ୍ୟମରେ ସମ୍ମାନିତ ହେବେ। ଉନ୍ନତ ଚିନ୍ତା, ସୁପରିକଳ୍ପିତ ଯୋଜନା ଏବଂ ପ୍ରତିବନ୍ଧକ ବିହୀନ କାର୍ଯ୍ୟରୁ ଖୁସି ରହିବେ। ପ୍ରତ୍ୟେକ କ୍ଷେତ୍ରରେ ଅଟକି ରହିଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ସାଧାରଣ ସମସ୍ୟା ଆସିପାରେ।

ସିଂହ: କର୍ମଭାବସ୍ଥ ଭାଗ୍ୟାଧିପତି ଚନ୍ଦ୍ରଙ୍କ ନକ୍ଷତ୍ରରେ ରହି ଆପଣଙ୍କୁ ସକୁଶଳ ଯାତ୍ରାପୂର୍ବକ କର୍ମକ୍ଷେତ୍ରସ୍ଥ କାର୍ଯ୍ୟକୁ ସମ୍ପନ୍ନ କରିବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଚିହ୍ନା ନ ପଡି ପରୋକ୍ଷଭାବରେ ସମସ୍ୟା ସୃଷ୍ଟି କରିପାରନ୍ତି। କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡି ଚାଲିଲେ ମଧ୍ୟ ସାଧାରଣ ଝଟ୍‌କାରୁ ବାଦ୍‌ ପଡିବ ନାହିଁ। ପାରିବାରିକ କ୍ଷେତ୍ରକୁ ପୂର୍ବବତ୍‌ ସୁସ୍ଥ ରଖିପାରିବେ।

କନ୍ୟା: ପରିବାର ସ୍ଥାନରେ ଷଷ୍ଠାଧିପତି ଅବସ୍ଥାନ କରି ଷଷ୍ଠଭାବକୁ ଦେଖୁଥିବାରୁ ରୋଗ, ଋଣ,ଶତ୍ରୁତା କଥା ଚିନ୍ତା କରାଇବେ। ବ୍ୟୟାଧିପ ରବି ଧନସ୍ଥାନକୁ ଦୃଷ୍ଟି ଦେଇ ସରକାରୀ କାମରେ ଧନବ୍ୟୟ କରାଇପାରନ୍ତି। ପାରିବାରିକ ସ୍ଥିତି ସମ୍ପୂର୍ଣ୍ଣ ଭଲ ନ ରହିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। ବ୍ୟବସାୟ, ନୂତନ କର୍ମାରମ୍ଭ ସାଙ୍ଗକୁ ମନମୁତାବକ କାମ ହାସଲ କରିବାରେ ସମର୍ଥ ହେବେ।

ତୁଳା: ଚନ୍ଦ୍ରଙ୍କ କେନ୍ଦ୍ରାବସ୍ଥାନ ସାଙ୍ଗକୁ ରାଶିକୁ ରବିଙ୍କ ଦୃଷ୍ଟି ଆପଣଙ୍କୁ ଅର୍ଥ, ସମ୍ମାନ, କାର୍ଯ୍ୟସିଦ୍ଧି ଓ ଯାତ୍ରାରେ ସଫଳତା ପ୍ରଦାନ କରିବେ। ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଟି ଠିକଣା ସମୟରେ ବିଭିନ୍ନ ଆଳ ଦେଖାଇ ଦୂରେଇ ରହିବ। ସଭାସମିତି, ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଦେଖା ଦେଇପାରେ।

ବିଛା: ଲକ୍ଷ୍ମୀସ୍ଥାନରେ ଶୁକ୍ର ଓ ବୁଧ ସାଙ୍ଗକୁ ଚନ୍ଦ୍ରଙ୍କ ତୃତୀୟସ୍ଥିତି ବନ୍ଧୁ, ପଡୋଶୀ କିମ୍ବା ସହକର୍ମୀଙ୍କ ଦ୍ୱାରା ଅର୍ଥପ୍ରାପ୍ତି କରାଇବ। ପରିବାରର ବ୍ୟତିକ୍ରମକୁ ସୁଧାରି ନେବାରେ ସଫଳ ହେବା ଦୁରୂହ ହୋଇପାରେ। ପୂର୍ବରୁ ଲାଗିରହିଥିବା ସ୍ବାସ୍ଥ୍ୟ ସମସ୍ୟା ବହୁଳାଂଶରେ ଦୂରୀଭୂତ ହୋଇଯିବ। ମୂଲ୍ୟବାନ୍‌ ଜିନିଷ କିଣାବିକା କ୍ଷେତ୍ରରେ ସତର୍କ ନ ରହିଲେ ଠକାମିରେ ପଡିପାରନ୍ତି।

ଧନୁ: ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ଦୈହିକ ଅସୁସ୍ଥତା ଓ ମାନସିକ ଅସ୍ଥିରତା କୌଣସି ପ୍ରକାରେ ଉପଭୋଗ୍ୟ ହେବନାହିଁ। ପ୍ରତିକୂଳ ସମୟ ହେତୁ ନିଜର ବିଶୃଙ୍ଖଳିତ ବିଚାରଧାରା ବିଷମ ପରିସ୍ଥିତି ସୃଷ୍ଟି କରିପାରେ। ତଥାପି ଉଚ୍ଚସ୍ଥଗ୍ରହ ପ୍ରଭାବରେ ଆର୍ଥିକ, ସାମାଜିକ, ସୃଜନାତ୍ମକ କାମରେ ଉନ୍ନତମାନର ଫଳ ମିଳିବ।

ମକର: ପରିସ୍ଥିତି ଯାହା ଥାଉନା କାହିଁକି ଚନ୍ଦ୍ରଙ୍କ ପ୍ରଭାବରୁ ସବୁକିଛିକୁ ଗୋପନରଖି ହସଖୁସିର ଅଭିନୟ କରିବେ। ତଥାପି ଶ୍ରବଣା ନକ୍ଷତ୍ରର ପ୍ରତ୍ୟୁଷ ଯାତ୍ରା, ନୂତନ କର୍ମାରମ୍ଭ, ଶିକ୍ଷା, ପରୀକ୍ଷା ବହୁତ ଭଲ ରହିବ। ସାଧାରଣ ଘଟଣାରେ ସହକର୍ମୀଙ୍କ ସହ ସମ୍ପର୍କ ହାନି ଦୁଶ୍ଚିନ୍ତାର କାରଣ ହୋଇପାରେ। ବକେୟା ଅର୍ଥକୁ ଯୁକ୍ତିତର୍କ ମାଧ୍ୟମରେ ଆଦାୟ କରିବାରେ ସକ୍ଷମ ହେବେ।

କୁମ୍ଭ: କ୍ରମାନ୍ବୟରେ ଏକାଧିକଗ୍ରହ କୋଣଭାବ ପର୍ଯ୍ୟନ୍ତ ରହିଥିବାରୁ ସ୍ବାସ୍ଥ୍ୟ, ଅର୍ଥ, ପରିବାର ଓ ଶିକ୍ଷା ପାଇଁ ଅନୁକୂଳ ରହିବ। ଦୀର୍ଘ ଦିନରୁ ଚିନ୍ତାକରୁଥିବା ଯାନବାହନ, ଯାନ୍ତ୍ରିକ ଜିନିଷ କିମ୍ବା ଧାତୁ ଅଳଙ୍କାରାଦି କ୍ରୟ କରିବାର ସୁଯୋଗ ଜୁଟିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ସମାଧାନ ପୂର୍ବକ ଉନ୍ନତି ପରିଲକ୍ଷିତ ହେବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।

ମୀନ: ସମୟର ଅନୁକୂଳତା ଆପଣଙ୍କ ଦୈନନ୍ଦିନର ଯାତ୍ରା ଓ କର୍ମସମୂହକୁ ସରଳୀକୃତ କରିବ। ଆଜି ଏକାଧାରରେ ଅର୍ଥ, ସମ୍ମାନ ଓ ପ୍ରଶଂସାର ପାତ୍ର ହେବେ। ଆନୁଷ୍ଠାନିକ କର୍ମ, ସଭାସମିତି, ଆଲୋଚନା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି।