୩ ସେପଟେମ୍ବର ୨୦୧୯ ମଙ୍ଗଳବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ
ମେଷ: ଆଜିର ଚନ୍ଦ୍ର ହସ୍ତା ନକ୍ଷତ୍ରରେ ଅବସ୍ଥାନ କରି ତିନୋଟିଗ୍ରହଙ୍କ ଦୃଷ୍ଟିରେ ରହିଥିବାରୁ ଯାତ୍ରା ସୁଗମ, ବନ୍ଧୁପ୍ରୀତି, ଭ୍ରାତୃସ୍ନେହ ଲାଭ କରି ଖୁସୀ ରହିବେ। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ ହାସଲ କରିବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ନିଜ ଲୋକମାନଙ୍କ ପ୍ରତିରୋଧ ବ୍ୟବସାୟକୁ ବିଶୃଙ୍ଖଳିତ କରିପାରେ।
ବୃଷ: ମଙ୍ଗଳ ଗ୍ରହ ରାଶିରେ ରୋହିଣୀ ନକ୍ଷତ୍ରରେ ଥିବାରୁ କୌଣସି ସମ୍ପର୍କୀୟ ଜଣେ ମହିଳା ଆପଣଙ୍କୁ ଅର୍ଥସାହାଯ୍ୟ କରିବେ। ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇପାରେ। ବନ୍ଧୁଙ୍କ ପ୍ରତ୍ୟେକ କଥାକୁ ସରଳ ଭାବରେ ଗ୍ରହଣ କରି ଜଟିଳତା ଭିତରକୁ ଟଣା ହୋଇପାରନ୍ତି। କୃଷି, ବ୍ୟବସାୟ, ଶିଳ୍ପ ଓ କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର କ୍ଷେତ୍ରରେ ସୁଫଳ ପାଇବେ ।
ମିଥୁନ: ରାଶିରେ ରାହୁ ପୁନର୍ବସୁ ନକ୍ଷତ୍ରରେ ଥିବାରୁ ଆପଣଙ୍କ ଉଦ୍ୟମକୁ ଭଣ୍ଡୁର କରିଦେଇପାରନ୍ତି। ଅବଶ୍ୟ ବୃହସ୍ପତିଙ୍କ ସୁପ୍ରଭାବରୁ ସେହି ସ୍ଥିତି ବେଶୀ ସମୟ ସ୍ଥାୟୀ ହେବ ନାହିଁ। ପ୍ରଶାସନ, ସଙ୍ଗଠନ, ବନ୍ଧୁ ସହଯୋଗ ପ୍ରଭୃତି ସଙ୍ଗକୁ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯାଇପାରନ୍ତି। ପାରିବାରିକ ସ୍ଥିତି ମଧ୍ୟ ଆଜି ବିଶେଷ ଭଲ ରହି ନ ପାରେ।
କର୍କଟ: ତୃତୀୟସ୍ଥ ଚନ୍ଦ୍ର ସହକର୍ମୀମାନଙ୍କ ସହାୟତାରେ କର୍ମପ୍ରବାହକୁ ଆଗକୁ ନେଇ ପାରନ୍ତି। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରା ସନ୍ତୋଷଜନକ ରହିବା ଆତ୍ମୀୟ ସ୍ବଜନଙ୍କ ସହାୟତାରେ ହାତକୁ ନେଇଥିବା କାର୍ଯ୍ୟ ସମ୍ପନ୍ନ ହେବାର ଆଶା ରଖିପାରନ୍ତି। କେତେକ କ୍ଷେତ୍ରରେ ଭାବପ୍ରବଣ ହୋଇ କଣନା କ’ଣ କହି ବସିବେ, ଯାହାକି ଅନର୍ଥର କାରଣ ପାଲଟିଯାଇପାରେ।
ସିଂହ: ଚନ୍ଦ୍ରଙ୍କ କେନ୍ଦ୍ରସ୍ଥଳରେ ଶନି ଓ ବୃହସ୍ପତି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟି କରିବେ। କାମଗୁଡିକୁ ଶୀଘ୍ର ଶେଷ କରିବା କାରଣକୁ ନେଇ ସନ୍ଦେହ ଘେରରେ ପଡ଼ିପାରନ୍ତି। ଆର୍ଥିକ ଅନଟନ ଓ ପାରିବାରିକ କ୍ଷେତ୍ରରେ ରହିଥିବା ବ୍ୟତିକ୍ରମରୁ ମାନସିକ ଶାନ୍ତି ବ୍ୟାହତ ହେବ ା ସରକାରୀ ସ୍ତରରେ ରହିଥିବା ସମସ୍ୟାର ସମାଧାନ କରିବା ଦିଗରେ ସଫଳତା ହାସଲ କରିବେ।
କନ୍ୟା: ସପ୍ତମ କେନ୍ଦ୍ରରେ ବୁଧ ଓ ଶୁକ୍ର ଆପଣଙ୍କ ସ୍ବସ୍ଥ୍ୟକୁ ନିରାମୟ ରଖିବା ସଙ୍ଗକୁ ଅର୍ଥ ସମ୍ପଦ, ବିଳାସ, ସାମଗ୍ରୀ ଓ ମନୋରଞ୍ଜନର ଖୁରାକି ଯୋଗାଇ ଦେଇପାରନ୍ତି। ଗ୍ରହ ପ୍ରଭାବରୁ ନିଜ ସପକ୍ଷରେ ଲଢିବା ସକାଶେ ଆମତ୍ୀୟସ୍ବଜନଙ୍କୁ ମନାଇବା ପାଇଁ ବିଭିନ୍ନ ପ୍ରକାରର ଚେଷ୍ଟା କରିପାରନ୍ତି। ଅବଶ୍ୟ ଆଇନ ଓ ଅଦାଲତରୁ ସୁଫଳ ପାଇବାରେ ଅସୁବିଧା ହେବନାହିଁ।
ତୁଳା: ଉଚ୍ଚସ୍ଥ ରବି ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିିତାର ସମ୍ମୁଖୀନ ହେବାକୁ ପଡିପାରେ। ଭାରାକ୍ରାନ୍ତ ମନ ନେଇ କାମ କରିବେ କିନ୍ତୁ ବିଫଳତା ବଦଳରେ ସଫଳତାରୁ ବିସ୍ମୟାନ୍ବିତ ହେବେ। ଅଧିକାଂଶ ସମୟ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିପାରେ। ଅଷ୍ଟମସ୍ଥ ମଙ୍ଗଳ ହେତୁ ସମସ୍ୟା ସାଙ୍ଗକୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ବିଛା: ରାଶ୍ୟାଧିପ ମଙ୍ଗଳ ରାଶିକୁ ପୂର୍ଣ୍ଣରୂପରେ ଦେଖୁଥିବାରୁ ଆପଣଙ୍କ ଇଚ୍ଛା ଓ ଅଭିଳାଷ ପୂରଣ ହେବାରେ ବେଶୀ ବିଳମ୍ବ ହେବନାହିଁ। ଆକସ୍ମିକ ଭାବେ କୌଣସି ବିବାଦୀୟ ପରିସ୍ଥିତିରୁ ସହସା ମୁକ୍ତି ମିଳିଯାଇପାରେ। ଅଭାବକୁ ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବା ପାଇଁ ଆଲୋଚନା ଜାରୀ ରଖିବା ଠିକ୍ ହେବ।
ଧନୁ: ରାଶିରେ ତିନୋଟି ଗ୍ରହ ଓ ସପ୍ତମସ୍ଥ ବଳବାନ୍ ରାହୁ ଯୋଗୁ ଆପଣ ବିବାଦୀୟ ପରିସ୍ଥିତିରେ ବିଜୟୀ ହେବେ । ଦେହ ଭଲ ରହିଲେ ମଧ୍ୟ ସାମୟିକ ରୋଗଯନ୍ତ୍ରଣାରେ କଷ୍ଟ ପାଇବେ। ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ । ପ୍ଳଟିଙ୍ଗ କାରବାର, ଆଲୋଚନା, ପ୍ରେସ୍ ଓ ପବ୍ଳିକେଶନରେ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ।
ମକର: ରାଶିପ୍ରତି କୌଣସି ଗ୍ରହର ଦୃଷ୍ଟି ନ ଥିବା ହେତୁ ଆପଣଙ୍କ କାର୍ଯ୍ୟ ବିଶୃଙ୍ଖଳିତ ରହିବ। ବାରମ୍ବାର ଚେଷ୍ଟା କରି ମଧ୍ୟ ଆଶା ପୂରଣ ହେବା କଷ୍ଟକର ହୋଇପାରେ। ସାମୟିକ ଶାରିରୀକ ଅସୁସ୍ଥତା ହେତୁ ପ୍ରତ୍ୟେକ କାମରେ ପଛୁଆ ରହିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିବା ସକାଶେ ମନ ବଳାଇପାରନ୍ତି।
କୁମ୍ଭ: ବୃହସ୍ପତି ଯୁକ୍ତ ଶନି ରାଶିକୁ ଅବଲୋକନ କରୁଥିବାରୁ ଆଜି ଆପଣ ଯାହା କଲେ ମଧ୍ୟ ବହୁତ ଶ୍ରମ ଓ ଖର୍ଚ୍ଚା‘ ହେବାକୁ ପଡିପାରେ । ବନ୍ଧୁ ଓ ପରିଜନଙ୍କ ସହ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ଆତ୍ମୀୟ ମାନଙ୍କ ସାହାଯ୍ୟରେ କିଛିଟା ସମସ୍ୟାର ପରିବର୍ତ୍ତନ ଘଟିବ। ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ମୀନ: ରାଶିରେ କେନ୍ଦ୍ରାଧିପ ବୁଧଙ୍କ ସ୍ଥିତି ଭଲ ହେଲେ ମଧ୍ୟ ତୃତୀୟ ଅଷ୍ଟମାଧିପ ଶୁକ୍ର ଯୁକ୍ତ ହୋଇ କାମକୁ ଭଣ୍ଡୁର କରିଦେଇପାରନ୍ତି। ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଦିନଟିରେ ବିଶେଷ ବ୍ୟତିବ୍ୟସ୍ତ ହେବାକୁ ପଡ଼ିପାରେ। ବନ୍ଧୁଙ୍କ ସହ ଭାବ ବିନିମୟ କରିବାକୁ ମନସ୍ଥ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ କେତେକ ଆକସ୍ମିକ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ ।