୧୮ ଅକ୍ଟୋବର ୨୦୧୯ ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ପୂର୍ଣ୍ଣବଳୀ କୋଣାଧିପତି ରାଶିରେ ରହି ଆପଣଙ୍କୁ ଅଭୁତପୂର୍ବ ସଫଳତାର ଗୈାରବ ପ୍ରଦାନ କରିବେ। ଚତୁର୍ଥାଧିପତି ସାମାଜିକ ସ୍ତରରେ ସମ୍ମାନ ସଙ୍ଗକୁ ବନ୍ଧୁମିଳନ, ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ଦେଇପାରନ୍ତି। କୃତିକା ନକ୍ଷତ୍ର ବିଶେଷଭାବରେ ଶୁକ୍ରଙ୍କ ପ୍ରଭାବରେ ମଧୁର ମନୋହର କଥାରେ ଅନ୍ୟମାନଙ୍କୁ ଆପ୍ୟାୟିତ କରିବ। ବୃଷ: ଆଜି ଚନ୍ଦ୍ରଙ୍କ ସହ ଚାରୋଟିଗ୍ରହଙ୍କ ଷଡାଷ୍ଟକ ସ୍ଥିତି କାରଣରୁ କାର୍ଯ୍ୟ ସାଧିତ ହେଲେ ମଧ୍ୟ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିପାରେ। ଦ୍ୱିଜା ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,ବ୍ୟବସାୟ, ପରିବହନ,
 

ମେଷ: ଆଜି ପୂର୍ଣ୍ଣବଳୀ କୋଣାଧିପତି ରାଶିରେ ରହି ଆପଣଙ୍କୁ ଅଭୁତପୂର୍ବ ସଫଳତାର ଗୈାରବ ପ୍ରଦାନ କରିବେ। ଚତୁର୍ଥାଧିପତି ସାମାଜିକ ସ୍ତରରେ ସମ୍ମାନ ସଙ୍ଗକୁ ବନ୍ଧୁମିଳନ, ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ଦେଇପାରନ୍ତି। କୃତିକା ନକ୍ଷତ୍ର ବିଶେଷଭାବରେ ଶୁକ୍ରଙ୍କ ପ୍ରଭାବରେ ମଧୁର ମନୋହର କଥାରେ ଅନ୍ୟମାନଙ୍କୁ ଆପ୍ୟାୟିତ କରିବ।

ବୃଷ: ଆଜି ଚନ୍ଦ୍ରଙ୍କ ସହ ଚାରୋଟିଗ୍ରହଙ୍କ ଷଡାଷ୍ଟକ ସ୍ଥିତି କାରଣରୁ କାର୍ଯ୍ୟ ସାଧିତ ହେଲେ ମଧ୍ୟ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିପାରେ। ଦ୍ୱିଜା ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,ବ୍ୟବସାୟ, ପରିବହନ, ରାଜନୈତିକ ସଂଗଠନର ପ୍ରଚେଷ୍ଟା ଭଲରେ ଚାଲିବ। ସପ୍ତମାଧିପତି ନିଜ ରାଶିରେ ରହିଥିବାରୁ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାର ସାମ୍‌ନା କରିବାକୁ ପଡିପାରେ।

ମିଥୁନ: ଏକାଦଶରେ ରାଜନୈତିକ ଗ୍ରହ ରବି ଓ ରାଶିରେ ରାହୁ ଆପଣଙ୍କୁ ଉଚ୍ଚାସନରେ ପ୍ରତିଷ୍ଠିତ କରାଇପାରେ। ବିଭିନ୍ନ ଯୋଜନା କ୍ଷେତ୍ରରେ ସମସ୍ୟା ସମାଧାନ ପୂର୍ବକ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଚତୁର୍ଥ ଭାବକୁ ବୁଧଙ୍କ ପୂର୍ଣ୍ଣଦୃଷ୍ଟି ହେତୁସାମାଜିକ ସ୍ଥିତି,ସଭାସମିତି ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହେବ। ପୁନର୍ବସୁ ନକ୍ଷତ୍ରର ସହକର୍ମୀ,ପଡୋଶୀଙ୍କ ନିକଟରୁ ସାହାଯ୍ୟର ପ୍ରତିଶ୍ରୁତି।

କର୍କଟ: ଆଜି ଦ୍ୱାଦଶସ୍ଥ ରାହୁ ସଙ୍ଗକୁ ଚନ୍ଦ୍ର ଓ ବୃହସ୍ପତିଙ୍କ ଷଡାଷ୍ଟକ ସ୍ଥିତି ପ୍ରଭାବରେ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ। ଯାତ୍ରାରେ ଦ୍ୱନ୍ଦ୍ୱ, ବ୍ୟବସାୟରେ ଝଗଡା, ବନ୍ଧୁପନତ୍ୀ ସହ ବିବାଦ ଓ କିଛି ନୂତନ କାମ ସମ୍ପର୍କରେ ଦୁଃଶ୍ଚିନ୍ତା ଦେଖା ଦେଇପାରେ। ପୁଷ୍ୟା ନକ୍ଷତ୍ର ଶିଳ୍ପ, କଳା, ସାହିତ୍ୟ, କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ରାଦିରେ ଉନ୍ନତମାନର ଫଳ ପାଇବେ।

ସିଂହ: ରାଶ୍ୟାଧିପତି ଭାଗ୍ୟସ୍ଥାନରେ ରହି ଉଚ୍ଚ ପଦବୀ, ସୁପରିକଳ୍ପିତ ଯୋଜନା, ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭର ସୁଯୋଗ ପାଇବେ। ଆପଣଙ୍କ ସକାଶେ ଆଜି ପ୍ରତ୍ୟେକ କ୍ଷେତ୍ର ଅନୁକୂଳ ବାତାବରଣ ମଧ୍ୟରେ ସମ୍ପନ୍ନ ହୋଇପାରିବ। ପୂର୍ବାଫାଲଗୁନୀ ସକାଶେ ଜମିଜମା କ୍ରୟବିକ୍ରୟ, ନିର୍ମାଣାଧୀନ କାମ, ଆମଦାନୀ କାରବାର ଭଲରେ ଚାଲିବ। ପ୍ରଶାସନିକ କ୍ଷେତ୍ର ପାଇଁ ଦିନଟି ବହୁତ ଭଲ।

କନ୍ୟା: ଚନ୍ଦ୍ରଙ୍କ ଏକାଦଶରେ ମଙ୍ଗଳ ତୃତୀୟ, ଅଷ୍ଟମାଧିପତି ଯୋଗୁ ଭ୍ରାତୃ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଅଫିସରେ ସହକର୍ମୀମାନେ କାର୍ଯ୍ୟକୁ ଶୀଘ୍ର ପୂର୍ଣ୍ଣାଙ୍ଗ କରିବା ଦିଗରେ ଜାଣିଶୁଣି ବୃଥା ବିଳମ୍ବ କରିପାରନ୍ତି। ଚିତ୍ରା ନକ୍ଷତ୍ର ସକାଶେ ବିରୋଧୀମାନଙ୍କ ଦ୍ୱାରା ହଠାତ୍‌ କୈାଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେଇପାରେ।

ତୁଳା: ଚନ୍ଦ୍ରଙ୍କ କେନ୍ଦ୍ରରେ ପ୍ରଭାବଶାଳୀ ରବି ଆପଣଙ୍କୁ ଉଚ୍ଚ କ୍ଷମତା ସମ୍ପନ୍ନ ପଦପଦବୀ, ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ପ୍ରଦାନ କରିବ। ରାଜନୈତିକ ସ୍ତରରେ ବିଜୟ ଗୈାରବ ବିମଣ୍ଡିତ ହେବାର ପୂର୍ଣ୍ଣ ଆଶା,ଭରଷା କରାଯାଇପାରେ। ପ୍ରଶାସନିକ, ସାମାଜିକ ଓ ବ୍ୟବସାୟିକ ସ୍ଥିତି ମଧ୍ୟ ମନ୍ଦ ହେବନି। କିନ୍ତୁ ନିଜର ସମ୍ପର୍କୀୟ ମାନଙ୍କ ପୂର୍ଣ୍ଣ ସହଯୋଗର ଅଭାବ ପରିଲକ୍ଷିତ କରାଯାଇପାରେ।

ବିଛା: ଚନ୍ଦ୍ର ଓ ଶୁକ୍ର ଷଡାଷ୍ଟକ ସ୍ଥିତିରେ ରହିଥିବାରୁ ମନ ଅନୁଯାୟୀ ବନ୍ଧୁମିଳନ ଉପଭୋଗ୍ୟ ନ ହୋଇପାରେ। ଆପଣଙ୍କ ସକାଶେ କୌଣସି ଜଣାଶୁଣା ମହିଳା ସମସ୍ୟା ସୃଷ୍ଟିର କାରଣ ହେବାର ଆଶଙ୍କା ରହିଛି। ଆର୍ଥିକସ୍ଥିତି ଭଲ ରହିବା ସଙ୍ଗକୁ ପାରିବାରିକ ମଧ୍ୟ ମଜ୍‌ବୁତ୍‌ ରହିବ। ପାରିବାରିକକ୍ଷେତ୍ର ଯାତ୍ରା, ବାଣିଜ୍ୟ, ସମ୍ପର୍କସ୍ଥାପନ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେବ।

ଧନୁ: ଉପଚୟାଧିପତି ଶନି ସହ ବୃହସ୍ପତିଙ୍କ ରାଶ୍ୟାବସ୍ଥାନ ଶାରୀରିକ ଓ ମାନସିକ ସ୍ଥିତି ପାଇଁ ପ୍ରତିକୂଳ ପ୍ରଭାବ ପକାଇପାରେ। ଅନ୍ୟକୁ ପରାମର୍ଶ ଦେବାରେ ଯେତିକି ପ୍ରଶଂସିତ ହେବେ ତାହାଠାରୁ ଅଧିକ ଆତ୍ମୀୟସ୍ବଜନ କ୍ଷେତ୍ରରେ ସମାଲୋଚିତ ହେବାକୁ ପଡିପାରେ। ବ୍ୟବସାୟିକ ତର୍କ ଓ ବିବାଦ ମଧ୍ୟରେ ମୂଳା ନକ୍ଷତ୍ର ହଇରାଣ ହରକତ ହୋଇପାରନ୍ତି।

ମକର: ଏକାଦିକ୍ରମେ ରବି, ଚନ୍ଦ୍ର, ମଙ୍ଗଳ ଓ ଶୁକ୍ରଙ୍କ ସ୍ଥାନସ୍ଥିତି ଆପଣଙ୍କ ପାଇଁ ଅନୁକୁଳ ହେତୁ ଯାହା ଯେମିତି ଆଶା କରୁଛନ୍ତି ସେପରିହିଁ ହୋଇପାରିବ। ଧନାଧିପତିଙ୍କ ଦୃଷ୍ଟି ପ୍ରଭାବରେ ମୁହଁରେ ହସ ଲାଖି ରହିବ ଏବଂ ପକେଟ ମଧ୍ୟ ଖାଲି ରହିବ ନାହିଁ। ପାରିବାରିକ, ପରିବହନ, ପ୍ରଶାସନ, ପ୍ରକାଶନ,ସାହିତ୍ୟ,ସାମ୍ବାଦିକତା ପାଇଁ ପ୍ରକୃଷ୍ଟ ଦିବସଟିଏ।

କୁମ୍ଭ: ସାହାଯ୍ୟ, ସହ ଯୋଗ ପାଇଲେ ମଧ୍ୟ ଯଥାସାଧ୍ୟ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବେ ସତ କିନ୍ତୁ ଟେନ୍ସନ ଜମା ଛାଡିବ ନାହିଁ। ଅର୍ଥ ସମ୍ପର୍କ, ବନ୍ଧୁଙ୍କ ସହ ଯୋଗଯୋଗ, ସନ୍ତାନଙ୍କ ଶିକ୍ଷା,ସାମ୍ବାଦିକତା ପ୍ରଭୃତିରୁ ସନ୍ତୋଷ ଲାଭ କରିବେ। କିନ୍ତୁ ଯାତ୍ରା, ବାଣିଜ୍ୟ, ପରିବହନରେ ସମସ୍ୟା ସଙ୍ଗକୁ ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସିଲେ ଅନର୍ଥ ସୃଷ୍ଟି ହୋଇପାରେ।

ମୀନ: ଆଜିର ଗ୍ରହସ୍ଥିତି ବହୁଳାଂଶରେ ଭଲ ରହିଥିବାରୁ ପ୍ରତ୍ୟେକ କାମ ସହଜରେ ସମ୍ପନ୍ନ ହୋଇପାରିବ । କିନ୍ତୁ ପରୋକ୍ଷ ଶତ୍ରୁତା,ସାମୟିକ ସମସ୍ୟା, ନୀଚ୍ଚଜନଙ୍କ ସହ ଝଗଡା ମାନସିକ ସ୍ଥିତିକୁ ବିଡମ୍ବିତ କରିଦେଇପାରେ। କେତେକ କ୍ଷେତ୍ରରେ ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ଆଶଙ୍କା ରହିଛି।