୮ ନଭେମ୍ବର ୨୦୧୯ ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେଷ: ଆଜିର ପ୍ରତ୍ୟୁଷରେ ଷଷ୍ଠଚନ୍ଦ୍ର କିଛି ସମୟ ରହୁଥିବାରୁ ଆପଣଙ୍କ ଯାତ୍ରା ଓ ନୂତନ କର୍ମାରମ୍ଭ ପାଇଁ ପ୍ରଶସ୍ତ ରହିବ। କି ନ୍ତୁ ସକାଳ ଘ୭।୦୦ମି. ପରଠାରୁ ରବିଙ୍କ ପୂର୍ଣ୍ଣ କିରଣ ପ୍ରାପ୍ତ ଚନ୍ଦ୍ର ଆପଣଙ୍କୁ ବନ୍ଧୁମିଳନ, ଆନୁଷ୍ଠାନିକ କର୍ମ ଓ ସଭାସମିତି ସକାଶେ ଅନୁକୂଳତା ପ୍ରଦାନ କରିବ। ଉଚ୍ଚ ସ୍ତରରେ ସମ୍ପର୍କ ସ୍ଥାପିତ ହେବ।
ବୃଷ: ରାଶିରେ ମଙ୍ଗଳ ମାନସିକ ଉତ୍ତେଜନା ଅବ୍ୟାହତ ରଖିଲେ ମଧ୍ୟ ଚନ୍ଦ୍ରଙ୍କ ପରୋକ୍ଷ ସମ୍ବନ୍ଧ କେତେକାଂଶରେ ବନ୍ଧୁମାନଙ୍କ ପରାମର୍ଶକୁ ସ୍ବାଗତ କରିପାରେ। ନୂତନ ସ୍ଥାନ ପରିଦର୍ଶନ ସାଙ୍ଗକୁ ମିତ୍ରତାର ସମ୍ପର୍କ ଯୋଡି ହୋଇଯିବ। କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ ଉପସ୍ଥିତବୁଦ୍ଧି ଖଟାଇ କାମ ହାସଲ କରିବାରେ ସମର୍ଥ ହେବେ।ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି କରିବେ ।
ମିଥୁନ: ଆଜି ଆପଣ ବନ୍ଧୁମାନଙ୍କ ନିମନ୍ତ୍ରଣ ରକ୍ଷାକରି ଆନୁଷ୍ଠାନିକ କାମରେ ଯୋଗ ଦେଇପାରନ୍ତି। ବୁଧଙ୍କ ଦୁର୍ବଳତା ପରିପ୍ରେକ୍ଷୀରେ ଗତକାଲିର ପରିଶ୍ରମଜନିତ ଆଜି ସକାଳୁ ଦେହଟା ଟିକିଏ ଭଲ ଲାଗି ନ ପାରେ। ବ୍ୟବସାୟ କ୍ଷେତ୍ରରେ କୌଶଳ ଖଟାଇ କାର୍ଯ୍ୟ ହାସଲ ପାଇଁ ଚେଷ୍ଟିତ ହେବେ। କଚେରି ମାମଲାର ଶୁଣାଣି ବିଳମ୍ବ ହୋଇପାରେ।
କର୍କଟ: କର୍ମକ୍ଷେତ୍ରରୁ ଅର୍ଥ ଓ ସମ୍ମାନ ପାଇବା ସାଙ୍ଗକୁ ବ୍ୟସ୍ତତା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇପାରେ। ନିକଟ ସମ୍ପର୍କୀୟମାନଙ୍କ ସହଯୋଗୀ ମନୋଭାବ କାମକୁ ଆଗକୁ ବଢାଇ ନେବାରେ ସାହାଯ୍ୟ କରିବ। ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍ ଆରମ୍ଭ କରିବାକୁ ଆଲୋଚନା କରିବେ। ବାଣିଜ୍ୟ ଓ ପରିବହନରେ କ୍ଷତିରେ ପଡିବାର ଆଶଙ୍କା ରହିଛି।
ସିଂହ: ଆଜି ଯେତେ ପ୍ରକାରର ପ୍ରତିବନ୍ଧକ ଆସୁନା କାହିଁକି ଆପଣ ତାହାର ସାମନା କରି ଯଥା ବିହିତପ୍ରତିକାର ମୂଳକ ପଦକ୍ଷେପ ନେବେ ା ପାରିବାରିକ ସମସ୍ୟା ବିଜଡିତ ମନ ହେତୁ ଅଫିସରେ କାହାକୁ କିଛି ନ କହି ମନ କଥା ମନରେ ମାରି ରହିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, ଗୃହ ଜମି, ପରିବହନ ପ୍ରଭୃତିରେ ସମସ୍ୟା ରହିବ ନାହିଁ । ଶିକ୍ଷା, ଲେଖାପଢା କ୍ଷେତ୍ରରେ କିଛି ଗଡବଡ୍ ରହିପାରେ।
କନ୍ୟା: ଆଜି ସକାଳର ବ୍ୟସ୍ତତା ମାତ୍ର ଅଳ୍ପ କେତେ ସମୟ ପରେ ଦୂର ହୋଇଯିବ। ଅବଶ୍ୟ ଏ ଦିଗରେ ଆତ୍ମୀୟ ସ୍ବଜନ ଓ ହିତୈଷୀମାନଙ୍କ ମନ୍ତ୍ରଣା କାମ କରିବ। ଆର୍ଥିକ ସ୍ଥିତି ଓ ବୈଷୟିକ ସମୃଦ୍ଧିର ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ଥିରତା ରହି ନ ପାରେ। କିନ୍ତୁ ଲେଖାପଢ଼ା, ପ୍ରକାଶନ, ପ୍ରଶାସନ, ମାଲି ମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା: ଉଚ୍ଚ ସ୍ଥାନରେ ରବି ଓ ରାଶ୍ୟାଧିପ ଶୁକ୍ର ସାଙ୍ଗକୁ ରାହୁ ଆପଣଙ୍କ ଆଶା ଓ ଭରସାକୁ ଋଦ୍ଧିମନ୍ତ କରିବେ। ଏଣେ ଚନ୍ଦ୍ର ଓ ମଙ୍ଗଳଙ୍କ ପ୍ରଭାବ ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ସହାଯ୍ୟ, ସହଯୋଗର ଅବାରିତ ଧାରା ମନକୁ ଉତ୍ସାହିତ କରିବାରେ ସାହାଯ୍ୟ କରିବ। ଆଜି ବାଧିଲା ଭଳି କଥା କହିବା ଦ୍ୱାରା ଘରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରନ୍ତି।
ବିଛା: ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ଅସ୍ଥିରତା ଯୋଗୁ ଆପଣଙ୍କ କୌଣସି କାମ ଶୃଙ୍ଖଳିତ ରହି ନ ପାରେ। ଲାଭସ୍ଥାନକୁ ତିନୋଟି ଗ୍ରହଙ୍କ ଦୃଷ୍ଟି ପ୍ରଭାବରେ ଆପଣଙ୍କ ଚେଷ୍ଟାରେ ନିରାଶ ହେବେ ନାହିଁ। ଭଲ ସମ୍ପର୍କ ନ ଥିବା ବନ୍ଧୁ ପଛରେ ବିଭିନ୍ନ ପ୍ରକାର କଥା କହିପାରନ୍ତି। ରାଜନୈତିକ, ପ୍ରଶାସନିକ କ୍ଷେତ୍ରରେ ଉନ୍ନତମାନର ସୁଫଳ ମିଳିବ।
ଧନୁ: ବ୍ୟବସାୟରେ ମନୋବଳ ଖୁବ୍ ଟାଣ ରହିବ ଏବଂ ଲାଭବାନ୍ ମଧ୍ୟ ହେବେ। କର୍ମକ୍ଷେତ୍ରରେ କୌଣସି ଶୁଭ ଖବର ମନକୁ ଆମୋଦିତ କରିବ। ପ୍ରତ୍ୟୁଷ ସମୟରେ ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂତନ କର୍ମାରମ୍ଭ,ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ ସକାଶେ ଦିନଟି ମନ୍ଦ ନୁହେଁ।
ମକର: ନିକଟସ୍ଥ ସମ୍ପର୍କୀୟମାନଙ୍କ ସହାୟତାରେ ଆପଣଙ୍କ ଚେଷ୍ଟା ଫଳବତୀ ହେବ। ତୃତୀୟସ୍ଥ ଗ୍ରହ ପ୍ରଭାବରେ ନିଜ କାମ ଛାଡି ପରକାର୍ଯ୍ୟରେ ତପତ୍ରତା ପ୍ରକାଶ କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ଆଳ ଦେଖାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ବ୍ୟବସାୟରେ ପର କଥାରେ ଭାସି ନ ଯାଇ ବିଚାରପୂର୍ବକ କାମ ନ କଲେ ହଇରାଣ ହେବାକୁ ପଡିପାରେ।
କୁମ୍ଭ: ଦିନଟି ବହୁତ ଭଲ। ଯେମିତି ଚିନ୍ତା କରୁଛନ୍ତି ସେହିପରି କାର୍ଯ୍ୟ ସାଧନ କରିବାରେ କୌଣସି ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରେ ପାରିବାରିକ ସ୍ଥିତି ବିଶେଷ ପ୍ରୀତିଦାୟକ ରହିବ। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଆର୍ଥିକ ସମସ୍ୟାର ସରଳ ସମାଧାନ କରିବାରେ ଅସମର୍ଥ ହେବେ।
ମୀନ: କର୍ମସ୍ଥାନ ପ୍ରତି ରାହୁଙ୍କ ଦୃଷ୍ଟି ହେତୁ ସମସ୍ୟା ମଧ୍ୟରେ ଆପଣ କାର୍ଯ୍ୟ ସମ୍ପନ୍ନ କରିବେ। କିନ୍ତୁ ରାଶିରେ ଶୁକ୍ର ଓ ବୁଧ ଆପଣଙ୍କ ଦୈହିକ ଓ ମାନସିକ ଭାବାବେଗକୁ ଉତ୍ଫୁଲ୍ଲିତ ରଖିପାରନ୍ତି। ରବିଙ୍କ ମୁଖଭାବରେ ସ୍ଥିତି ପ୍ରଭାବରେ ଆପଣଙ୍କ ସଂଯମିତ କଥାବାର୍ତ୍ତା ସମସ୍ୟା ସମାଧାନ କରି ସମ୍ମାନ ପ୍ରଦାନରେ ସାହାଯ୍ୟ କରିବ।