୯ ନଭେମ୍ବର ୨୦୧୯ ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ଆଜି ସାମାଜିକ ସ୍ତରରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ହାତରେ ଥିବା କାମକୁ ଶୀଘ୍ର ଶେଷ କରିବା ପାଇଁ ବ୍ୟସ୍ତ ହୋଇ ପାରନ୍ତି। ଦେବଦର୍ଶନର ସୁଯୋଗ ପାଇବେ। ପ୍ରଶାସନ, ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ବାଣିଜ୍ୟ, ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ବୃଷ: ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାର୍ଯ୍ୟ
 

ମେଷ: ଆଜି ସାମାଜିକ ସ୍ତରରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ହାତରେ ଥିବା କାମକୁ ଶୀଘ୍ର ଶେଷ କରିବା ପାଇଁ ବ୍ୟସ୍ତ ହୋଇ ପାରନ୍ତି। ଦେବଦର୍ଶନର ସୁଯୋଗ ପାଇବେ। ପ୍ରଶାସନ, ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ବାଣିଜ୍ୟ, ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ।

ବୃଷ: ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ବାଟରେ ଯିବା ସମୟରେ ଅସାବଧାନତାବଶତଃ କୌଣସି ଜିନିଷ ହଜିଯାଇ ପାରେ।

ମିଥୁନ: ଅନ୍ତରଙ୍ଗ ବନ୍ଧୁ କିମ୍ବା ଖୁସି ମିଜାଜରେ କାମ କରିବାର ସୁଯୋଗ ପାଇବେ। ଖୋଜୁଥିବା ଜିନିଷ, ଦରକାରୀ କାଗଜପତ୍ର କିମ୍ବା ସରକାରୀ ସୁବିଧା ସହଜରେ ପାଇଯିବେ। ମନୋରଞ୍ଜନ ପ୍ରୀତିପ୍ରଦ ହେବ ଓ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ରଚନାତ୍ମକ କାର୍ଯ୍ୟ, ଗବେଷଣା ଓ ଲେଖାପଢ଼ାରେ ଅଗ୍ରଗତି ଘଟିବ।

କର୍କଟ: ଈର୍ଷାପରାୟଣ ବନ୍ଧୁଙ୍କ ଦ୍ୱାରା ପରୋକ୍ଷଭାବରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆବଶ୍ୟକତାନୁଯାୟୀ ଋଣ ସୂତ୍ରରେ ଅର୍ଥଲାଭ କରି କୌଣସି ନୂତନ କର୍ମାରମ୍ଭ କରିପାରନ୍ତି। ନୂତନ ଗୃହୋପଯୋଗୀ ଜମିଜମା ସମ୍ପର୍କୀୟ କଥାରେ ଅଗ୍ରଗତି ଘଟିବ। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

ସିଂହ: ପାରିବାରିକ ସ୍ତରରେ କିଛି ନା କିଛି ଅସୁବିଧା ସୃଷ୍ଟି ହେବାର ଲକ୍ଷ୍ୟ କରିବେ। କର୍ମକ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ, ବାଣିଜ୍ୟ ଓ ଏଜେନ୍ସିପରୁ ଖୁସି ରହିବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି ପାରନ୍ତି। ମାଲିମକଦ୍ଦମା ଓ ପରିବହନରେ ସମସ୍ୟା ବଢିଯାଇପାରେ।

କନ୍ୟା: ଆର୍ଥିକ ଅନଟନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ନିକଟ ସମ୍ପର୍କୀୟମାନଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ହେତୁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ । ଭଲ ଓ ମନ୍ଦ ମଧ୍ୟରେ ପାରିବାରିକ ସଦ୍ଭାବ ପ୍ରାୟତଃ ଅକ୍ଷୁଣ୍ଣ ରହିବ। ବାଣିଜ୍ୟ, ବ୍ୟବସାୟ ଅଥବା କଚେରି ମାମଲା କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ।

ତୁଳା: ପରିବାରର ଆବଶ୍ୟକତା ଅନୁଭବ କରି ମୂଲ୍ୟବାନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି। ସରକାରୀ ସ୍ତରରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସାମାଜିକ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବାର ଆଶା ରହିଛି। ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯିବା ସଙ୍ଗକୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।

ବିଛା: ପ୍ରତ୍ୟେକ କ୍ଷେତ୍ରରେ ଅଯଥା ବ୍ୟସ୍ତ ବିବ୍ରତ ନ ହୋଇ ତରବରିଆ ଭାବେ କୈାଣସି କାମ କଲେ ସବୁ ଓଲଟ ପାଲଟ ହୋଇଯିବ ା ବାରମ୍ବାର ବିଫଳତା ପରେ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ଅସାବଧାନ ହେତୁ ସାମୟିକ ଯାତ୍ରାରେ ଅସୁବିଧା ଘଟିପାରେ ା ଆଜିର ଅଧିକାଂଶ ସମୟ ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ।

ଧନୁ: ପରିସ୍ଥିତିର ପ୍ରଭାବରେ ଅଫିସିଆଲି କାମରେ ଟେନସନ୍‌ କିିଛି ମାତ୍ରାରେ ବଢିଯିବ। ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ବ୍ୟବସାୟ ଓ ପରିବହନରେ ସମସ୍ୟା ଦେଖାଦେବ କିନ୍ତୁ ଆର୍ଥିକ ଉନ୍ନତି ପାଇଁ ଚିନ୍ତା ପ୍ରକଟ କରି ପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।

ମକର: ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ ଏବଂ ମାଙ୍ଗଳିକ କାମରୁ ଖୁସି ରହିବେ। କ୍ରନିକ୍‌ ରୋଗରେ ପୀଡା ବୃଦ୍ଧି ଘଟିବାର ଆଶଙ୍କା ରହିଛି। ପୈତୃକ ସମ୍ପତିକୁ କେନ୍ଦ୍ର କରି ଭ୍ରାତୃ ସମ୍ପର୍କ ହାନୀ ଘଟିପାରେ। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ପର କ୍ଷଣରେ ଅନୁତପ୍ତ ହେବେ।

କୁମ୍ଭ: କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ୍‌ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ କ୍ଷେତ୍ରରେ ସଫଳତା ହାସଲ କରିବେ। ଆତ୍ମୀୟମାନଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟଲାଭରୁ ଖୁସୀ ହୋଇପାରନ୍ତି।

ମୀନ: କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରାର ସୁଯୋଗ ପାଇବେ। ଆଲୋଚନା କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ପରିବହନ, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ନିକଟ ସମ୍ପର୍କୀୟଙ୍କ ସାଧାରଣ କଥାରେ ବିବ୍ରତ ହୋଇପଡ଼ିବେ।