୬ ଜାନୁଆରୀ ୨୦୨୦ ସୋମବାର ରାଫିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ଚନ୍ଦ୍ର ନିଜର ହସ୍ତା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ଆପଣଙ୍କର ପ୍ରତ୍ୟେକ କାମରେ କିଛିଟା ଦ୍ୱନ୍ଦ୍ୱ ଓ ଆଶା, ଆଶଙ୍କା ମଧ୍ୟରେ ମନ ହଲଚଲ ରହିବ। ତଥାପି ଯାତ୍ରା, ବ୍ୟବସାୟ, ସୁସ୍ଥତା, ପ୍ରତିଯୋଗିତା, ଜମିଜମା କାରବାର ଦିଗରୁ ଦିନଟି ବହୁତ ଭଲ। ବୃଷ: ଆଜିର କର୍ମକ୍ଷେତ୍ରରେ ଶେଷସମୟରେ କାମଟି ବିଗିଡି ଯିବାର ବହୁ ସମ୍ଭାବନା ରହିଛି। ପରିବାରରେ ସାଧାରଣ ବଚସାରୁ ଘରୋଇ କଳହକୁ ନେଇ
 

ମେଷ: ଆଜି ଚନ୍ଦ୍ର ନିଜର ହସ୍ତା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ଆପଣଙ୍କର ପ୍ରତ୍ୟେକ କାମରେ କିଛିଟା ଦ୍ୱନ୍ଦ୍ୱ ଓ ଆଶା, ଆଶଙ୍କା ମଧ୍ୟରେ ମନ ହଲଚଲ ରହିବ। ତଥାପି ଯାତ୍ରା, ବ୍ୟବସାୟ, ସୁସ୍ଥତା, ପ୍ରତିଯୋଗିତା, ଜମିଜମା କାରବାର ଦିଗରୁ ଦିନଟି ବହୁତ ଭଲ।

ବୃଷ: ଆଜିର କର୍ମକ୍ଷେତ୍ରରେ ଶେଷସମୟରେ କାମଟି ବିଗିଡି ଯିବାର ବହୁ ସମ୍ଭାବନା ରହିଛି। ପରିବାରରେ ସାଧାରଣ ବଚସାରୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ବାଣିଜ୍ୟ, ବ୍ୟବସାୟ, ଆଲୋଚନା, ପ୍ରଶାସନ, ଆଇନ କ୍ଷେତ୍ର ମନ୍ଦ ହେବନି। ଏକାଦଶସ୍ଥ ରବି ହେତୁ କହିବା ଲେଖିବାର ସମ୍ପର୍କ ଯେଉଁଠାରେ ରହିଛି ସେହି ସବୁ ପ୍ରତ୍ୟେକ ଦିଗ ଅନୁକୂଳ ରହିବ।

ମିଥୁନ: ପ୍ରତ୍ୟେକ ଗୁରୁଦୃଷ୍ଟି କାରଣରୁ କ୍ଷେତ୍ରରେ ଅଧୈର୍ଯ୍ୟ ନ ହୋଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ଶନି ଦୃଷ୍ଟ ଚନ୍ଦ୍ର ଯୋଗୁ ପାରିବାରିକ ସ୍ତରରେ ସନ୍ତାନ ହେତୁକ ମାନସିକ ଆଘାତ ପାଇ ପାରନ୍ତି। ଅବଶ୍ୟ ବିଭିନ୍ନ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା ବିଷୟରେ ଉନ୍ନତ ମାନର ଫଳ ପାଇବେ।

କର୍କଟ: ବୁଧ ଓ ଶୁକ୍ର ଅଷ୍ଟମଭାବସ୍ଥ ହେତୁ ମନୋରଞ୍ଜନ କିମ୍ବା ଭ୍ରମଣ ଦିଗରେ ମନ ବଳାଇବେ। ଅଧିକାଂଶ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ଆପଣ ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ପରିବାର ଲୋକ ମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ନିକଟ ସମ୍ପର୍କୀୟମାନଙ୍କ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ।

ସିଂହ: ପାପଗ୍ରହ ଦୃଷ୍ଟିରେ ଚନ୍ଦ୍ର ହେତୁ ଧନହାନି ହେତୁକ ଟେନ୍ସନ ପ୍ରାୟତଃ ଲାଗିରହିବ। ଆପଣ ନିଜ ଲୋକମାନଙ୍କୁ ଯେତିକି ଖୁସୀରେ ରଖିବାକୁ ଚାହିଁଲେ ମଧ୍ୟ ଆଜିର ପରିସ୍ଥିତି ଓ ରହୁଥିବା ପରିବେଶ ତାହା ସହଜରେ କରାଇ ଦେବନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ରାଜନୀତି, ଲୋକସମ୍ପର୍କ ପାଇଁ ଦିନଟି ବହୁତ ଭଲ।

କନ୍ୟା: ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ବିଶେଷ ଗୁରୁତର ହେବନାହିଁ। ଅଭାବ ପୂରଣ ସକାଶେ ବହୁ ଚେଷ୍ଟା ପରେ ଋଣ ସୂତ୍ରରେ ଅର୍ଥଲାଭ କରିବେ। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ପ୍ରଶାସନ, ରାଜନୀତି , ପ୍ରତିଦ୍ୱନ୍ଦ୍ୱୀ, ବାଣିଜ୍ୟ ଓ ଯାତ୍ରା ସମ୍ପର୍କରେ ଦୁଶିନ୍ତା ବଢ଼ିପାରେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ପଛରେ ନାନା ପ୍ରକାରର କଥା କହିପାରନ୍ତି।

ତୁଳା: ରାଶି ପ୍ରତି ମଙ୍ଗଳଙ୍କ ଦୃଷ୍ଟି ଅଭାବରୁ ଟିକିଏ ଟିକିଏ କଥାରେ ରାଗ ଲାଗିବ ନାହିଁ । ଅଭାବ ନ ଥିଲେ ମଧ୍ୟ ବିଭିନ୍ନ ବିଷୟରେ ଦୁଶ୍ଚିନ୍ତାଜନିତ ମନ ଭଲ ରହିବନାହିଁ। ସାଧାରଣ କଥାରେ ତର୍କ ଓ ବିବାଦ ପାରିବାରିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରିପାରେ। ପ୍ରତ୍ୟେକ କ୍ଷେତ୍ରରେ ଆଳସ୍ୟ ଓ ଅବହେଳା ସଙ୍ଗକୁ କାଳକ୍ଷେପଣ ନୀତି ହେତୁ କାମ ପାଇଁ ପ୍ରତିବନ୍ଧକ ଭଳି ମନେହେବ।

ବିଛା: ଦୈହିକ ସୁସ୍ଥତା, ଅର୍ଥାଭାବ, ଭଲ ଚିନ୍ତା ଓ କାମ କଲେ ମଧ୍ୟ ମନର ଅଭାବ ସମସ୍ତ ଅସୁଖର କାରଣ ପାଲଟିଯିବ। ଦ୍ୱାଦଶସ୍ଥ ଚନ୍ଦ୍ର ପ୍ରଭାବରେ ଯାହାକୁ ଯାହା କହିବେ ତାହା ନିଶ୍ଚିତ ଗ୍ରହଣଯୋଗ୍ୟ ହେବନାହିଁ। ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ଆପଣ ବିଜୟୀ ହେବେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।

ଧନୁ: ଭାଗ୍ୟାଧିପ ଚତୁର୍ଥ କେନ୍ଦ୍ରସ୍ଥ ହେତୁ ଯାହା ଚାହିଁବେ ତାହା କରିବାରେ କୌଣସି ପ୍ରତିବନ୍ଧକ ରହିବନାହିଁ। ଶନି ଓ ଚନ୍ଦ୍ରଙ୍କ ସମ୍ବନ୍ଧରୁ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ସୁସ୍ଥତା ରହି ନ ପାରେ। ଅଫିସ୍‌ ଭିତରେ କିଛି ବିଚାର ନ କରି ଅନ୍ୟକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ପାରିବାରିକ, ପରିବହନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ।

ମକର: କୌଣସି ଶୁଭ ଖବର ମନକୁ ଆମୋଦିତ କରିପାରେ। ପରିବାରରେ ଭୁଲ୍‌ ବୁଝାମଣା ନେଇ ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ତିକ୍ତତା ଦେଖାଦେବାର ସୂଚନା ମଧ୍ୟ ରହିଛି। ଆନୁଷ୍ଠାନିକ କାମ, ସଙ୍ଗଠନ, ରାଜନୀତି, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ।

କୁମ୍ଭ: ଚନ୍ଦ୍ରଙ୍କ ଅଶୁଭତ୍ୱରୁ କାର୍ଯ୍ୟବ୍ୟସ୍ତତାଜନିତ ମାନସିକ ଚାପ ବୃଦ୍ଧି ହେତୁ ସ୍ବାସ୍ଥ୍ୟହାନି କାମକୁ ପ୍ରତିରୋଧ କରିବ। ନିଜର ଲୋକମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇ ପାରନ୍ତି। ସ୍ତ୍ରୀ କିମ୍ବା ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ସଙ୍ଗକୁ ସମ୍ମାନିତ ମଧ୍ୟ ହୋଇପାରନ୍ତି।

ମୀନ: ରବିଙ୍କ ପ୍ରଭାବରେ ନିଜଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ସଭାସମିତି, ପ୍ରଶାସନିକ ଆଲୋଚନା, ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ଆସିବ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ।