୧୨ ଜାନୁଆରୀ ୨୦୨୦ ରବିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: କର୍ମକ୍ଷେତ୍ରରେ ଉପୁଜିଥିବା ଅପ୍ରୀତିକର ପରିସ୍ଥତିକୁ ସଜାଡି ନେଇପାରିବେ। ମୁହଁ ସାମ୍ନାରେ ଭଲ ଭଲ କହୁଥିବା ସମ୍ପର୍କୀୟମାନେ ପଛରେ ବିଭିନ୍ନ ପ୍ରକାର କଥା କହୁଥିବାର ଶୁଣିବାକୁ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡିବ। ଗତକାଲିଠାରୁ ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ପାଇପାରିବେ। ବୃଷ: ଅଭାବ ଅସୁବିଧା ମଧ୍ୟରେ ଚଳିବାକୁ ପଡୁଥିବାରୁ ମାନସିକ ସନ୍ତୁଳନ ହରାଇପାରନ୍ତି। ଅଫିସରେ ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ଯୋଗୁ କୌଣସି କାମ ଠିକ୍
 

ମେଷ: କର୍ମକ୍ଷେତ୍ରରେ ଉପୁଜିଥିବା ଅପ୍ରୀତିକର ପରିସ୍ଥତିକୁ ସଜାଡି ନେଇପାରିବେ। ମୁହଁ ସାମ୍‌ନାରେ ଭଲ ଭଲ କହୁଥିବା ସମ୍ପର୍କୀୟମାନେ ପଛରେ ବିଭିନ୍ନ ପ୍ରକାର କଥା କହୁଥିବାର ଶୁଣିବାକୁ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡିବ। ଗତକାଲିଠାରୁ ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ପାଇପାରିବେ।

ବୃଷ: ଅଭାବ ଅସୁବିଧା ମଧ୍ୟରେ ଚଳିବାକୁ ପଡୁଥିବାରୁ ମାନସିକ ସନ୍ତୁଳନ ହରାଇପାରନ୍ତି। ଅଫିସରେ ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ଯୋଗୁ କୌଣସି କାମ ଠିକ୍‌ ସମୟରେ କରି ପାରିବେ ନାହିଁ। ପରୋକ୍ଷ ଶତ୍ରୁତା, ସାମୟିକ ଦେହପୀଡା ଓ ବନ୍ଧୁଙ୍କ ସହ ବୁଝାମଣାର ଅଭାବ ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ।

ମିଥୁନ: ମନର ରାଗ ଓ ଅଭିମାନକୁ ନିୟନ୍ତ୍ରଣ ମଧ୍ୟରେ ନ ରଖିବା କାରଣରୁ ଅଯଥା କଳହର ଆଶଙ୍କା ସୃଷ୍ଟି ହୋଇପାରେ। ତଥାପି ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିପାରିବେ। ରାଜନୀତି , ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ। ସ୍ତ୍ରୀ ଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।

କର୍କଟ: ନିଜର ମନ କଥା ମନରେ ରଖି ବନ୍ଧୁଙ୍କ ନିକଟରେ ସଫେଇ ଦେବାକୁ ପଡିପାରେ। କର୍ମକ୍ଷେତ୍ରରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି। ମାଲିମକଦ୍ଦମାରେ ଜୟଲାଭ କରିବାର ଆଶା କ୍ରମଶଃ ବୃଦ୍ଧି ପାଇବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବାର ସୂଚନା ରହିଛି।

ସିଂହ: ପ୍ରତ୍ୟେକ କାମ ହାସଲ କରିବା ପୂର୍ବରୁ କୌଣସି ଆକସ୍ମିକ ସମସ୍ୟା ସୃଷ୍ଟି ହୋଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପାରିବାରିକ ଋଣ ଭାରରେ ଅତିଷ୍ଠ ହେବେ, କିନ୍ତୁ ପରିଶୋଧ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ । କ୍ରୀଡା, କଳା, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ଦୂରତ୍ୱ ବଜାୟ ରଖି ଚଳିବା ଭଲ ହେବ।

କନ୍ୟା: ଭାଗ୍ୟସ୍ଥାନ ପ୍ରତି ବୃହସ୍ପତିଙ୍କ ଦୃଷ୍ଟି ଆନୁଷଙ୍ଗିକ ସାହାଯ୍ୟ ପ୍ରଦାନ କରି କାର୍ଯ୍ୟ ସାଧିତ କରାଇବ। ଆଜି ଦିନଟିରେ କିଛି ପାଇବାର ଆଶା ରଖିଲେ କିଛି ଦେବା ପାଇଁ ଚେଷ୍ଟା କରନ୍ତୁ। ଦୀର୍ଘଦିନରୁ ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ।

ତୁଳା: ରାଶିରେ ଶନି ରହିଥିବାରୁ ଆପଣ କୌଣସି ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରି ପାରିବେନି। ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ ହେବ। ଆକସ୍ମିକ ଭାବରେ ଆସି ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିପାରେ। ବନ୍ଧୁଙ୍କୁ କେନ୍ଦ୍ରକରି ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିଯିବ।

ବିଛା: ଆନୁଷଙ୍ଗିକ ସହଯୋଗ ଲାଭକରି ଯେଉଁ କାମଟି ଦୀର୍ଘଦିନ ହେଲା ହୋଇ ପାରି ନ ଥିଲା ଆଜି ଆକସ୍ମିକ ଭାବରେ ସମ୍ପନ୍ନ ହୋଇଯିବ। ଅର୍ଥ ସମ୍ପର୍କରେ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବାକୁ ବ୍ୟାକୁଳତା ପ୍ରକାଶ କରିପାରନ୍ତି। ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରି ସଫଳତା ପାଇବେ।

ଧନୁ: ନିଜର ରହୁଥିବା ସ୍ଥାନର କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ ଦୁଶ୍ଚିନ୍ତାର କାରଣ ହୋଇପାରେ। ଆଲୋଚନା ମାଧ୍ୟମରେ ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନ କରିପାରିବେ। ଆଜିର ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।

ମକର: ଶାରୀରିକ ଅସୁସ୍ଥତା ଧୀରେ ଧୀରେ ଦୂରେଇବା ହେତୁ ମାନସିକ ଆଶ୍ୱସ୍ତି ଲାଭ କରିବେ। ଜଣେ ବ୍ୟକ୍ତି ଠାରୁ ହଠାତ୍‌ କୌଣସି ବିସ୍ମୟ ସୃଷ୍ଟିକାରୀ ଖବର ପାଇ ବିଚଳିତ ବୋଧ କରିପାରନ୍ତି। ଉପରିସ୍ଥ ଅଧିକାରୀଙ୍କ କାମହାସଲ ସକାଶେ ଆପଣଙ୍କ ଉପରେ ଚାପ ପଡିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତିରୁ ସୁଫଳ ପାଇବେ।

କୁମ୍ଭ: ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ହଠାତ୍‌ କଳହ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରସ୍ଥ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରି ପାରନ୍ତି। କଳା, କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ଲକ୍ଷ୍ୟହାସଲ କରିପାରିବେ। ସାମୟିକ କ୍ରନିକ ରୋଗରେ କଷ୍ଟ ପାଇପାରନ୍ତି।

ମୀନ: ପ୍ରତ୍ୟେକ କ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିବାର ଭିତରେ ଅଯଥା ବ୍ୟସ୍ତତା ପ୍ରକାଶ କରି ସମାଲୋଚିତ ହୋଇପାରନ୍ତି। ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରି ଖାଲରେ ପଡି ପାରନ୍ତି।