୧୮ ଜାନୁଆରୀ ୨୦୨୦ ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ରବି ସହ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି ପ୍ରଭାବରେ ପୂର୍ବଲୋଚନାନୁଯାୟୀ କାର୍ଯ୍ୟ କରିବା କଷ୍ଟପ୍ରଦ ହେବ। କେତୁଙ୍କ ନକ୍ଷତ୍ରରେ ଚନ୍ଦ୍ର ଥିବା କାରଣରୁ କୌଣସି ସିଦ୍ଧାନ୍ତ ନେବାରେ ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ଉଚ୍ଚାରୋହୀ ଶୁକ୍ରଙ୍କ ଯୋଗୁ ମନ ବୁଝିଲା ଭଳି କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କୁ ଆପଣେଇ ନେଇପାରିବେ। ବୃଷ: ତୃତୀୟାଧିପ ଚନ୍ଦ୍ର ପରିବାର ସ୍ଥାନରେ ରହିଥିବାରୁ ପଡୋଶିନୀଙ୍କ ହସ୍ତକ୍ଷେପ ଯୋଗୁ ପାରିବାରିକ କଳହର ଅବସାନ ଘଟିବ। କର୍ମାଧିପ ଶନି ରାଶ୍ୟାଧିପଙ୍କ
 

ମେଷ: ଆଜି ରବି ସହ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି ପ୍ରଭାବରେ ପୂର୍ବଲୋଚନାନୁଯାୟୀ କାର୍ଯ୍ୟ କରିବା କଷ୍ଟପ୍ରଦ ହେବ। କେତୁଙ୍କ ନକ୍ଷତ୍ରରେ ଚନ୍ଦ୍ର ଥିବା କାରଣରୁ କୌଣସି ସିଦ୍ଧାନ୍ତ ନେବାରେ ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ଉଚ୍ଚାରୋହୀ ଶୁକ୍ରଙ୍କ ଯୋଗୁ ମନ ବୁଝିଲା ଭଳି କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କୁ ଆପଣେଇ ନେଇପାରିବେ।

ବୃଷ: ତୃତୀୟାଧିପ ଚନ୍ଦ୍ର ପରିବାର ସ୍ଥାନରେ ରହିଥିବାରୁ ପଡୋଶିନୀଙ୍କ ହସ୍ତକ୍ଷେପ ଯୋଗୁ ପାରିବାରିକ କଳହର ଅବସାନ ଘଟିବ। କର୍ମାଧିପ ଶନି ରାଶ୍ୟାଧିପଙ୍କ ନକ୍ଷତ୍ରସ୍ଥ ହେତୁ ସଂଘର୍ଷର ସାମ୍‌ନା କରି କାମଗୁଡିକୁ ସମ୍ପୂର୍ଣ୍ଣ କରିବେ। ସହକର୍ମୀଙ୍କ ଘରୋଇ କଥାରେ ମଧ୍ୟସ୍ଥତା କଲେ ଅପମାନିତ ହେବାକୁ ପଡିବ।

ମିଥୁନ: ଧନାଧିପ ଚନ୍ଦ୍ର ରାଶ୍ୟାଧିପ ବୁଧଙ୍କୁ ଅବଲୋକନ କରୁଥିବାରୁ ପାରିବାରିକ ସମସ୍ୟା ଓ ଅର୍ଥର ବୋଝ ମନକୁ ବିଚଳିତ କରିବ। କର୍ମ କ୍ଷେତ୍ରରେ ଉପରସ୍ଥ କର୍ମଚାରୀଙ୍କୁ କୈଫୟତ୍‌ ଦେବାକୁ ପଡିପାରେ। କଳା,ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ। କିନ୍ତୁ ଆଜି ଶିଳ୍ପ,ବାଣିଜ୍ୟ ଓ ପରିବହନ ପାଇଁ କିଛି ଅସୁବିଧା ହେବ ନାହିଁ।

କର୍କଟ: ତିନୋଟି କେନ୍ଦ୍ରରେ ଗ୍ରହମାନେ ସାମାଗ୍ରୀକ ସୁଖ, ସୁବିଧା ପ୍ରଦାନ କରିବାରେ ସାହାଯ୍ୟ କରିବ। ଫଳତଃ ଭାଇ,ବନ୍ଧୁ, ସହକର୍ମୀ, ଅଂଶୀଦାର ବ୍ୟବସାୟୀମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କ ସହଯୋଗରୁ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। ପ୍ରଶାସନ, ବ୍ୟବସାୟ, ନିର୍ମାଣ ତଥା ସଭା ସମିତିରୁ ପ୍ରଶଂସିତ ହେବେ ।

ସିଂହ: ଆଜିର ଚନ୍ଦ୍ର ସ୍ଥିର ରାଶି ପ୍ରଭାବରେ ବିଶେଷ କୁପ୍ରଭାବ ସୃଷ୍ଟି କରିବେ ନାହିଁ। ଅବଶ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବାକୁ ପଡିପାରେ। ଅନ୍ୟମନସ୍କତା କିମ୍ବା ଅସାବଧାନତା ବଶତଃ ଧନହାନୀର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ କିଛି ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରିବା ଭଲ ହେବ।

କନ୍ୟା: ଅଷ୍ଟମ ଭାବରୁ ମଙ୍ଗଳଙ୍କ ଧନସ୍ଥାନକୁ ଦୃଷ୍ଟି ଅପବ୍ୟୟର ସୂଚନା ପ୍ରଦାନ କରେ। କିମ୍ବା ଦୀର୍ଘ ଦିନରୁ ଲାଗି ରହିଥିବା ଅପୂରଣୀୟ ଆଶା ଓ ଅର୍ଥର ଅଭାବ ହେତୁ ମାନସିକ ସ୍ଥିରତା ରହି ନ ପାରେ। ଶନିଙ୍କ ପ୍ରଭାବରେ ସତ୍‌ ସଙ୍ଗ କିମ୍ବା ନାମ ସଂକୀର୍ତ୍ତନରେ ନିଜକୁ ହଜାଇ ଦେଇ ପାରନ୍ତି। ବୁଧ ରାଶିଠାରୁ ଷଷ୍ଠସ୍ଥ ଯୋଗୁ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ଅସମର୍ଥ ହୋଇପାରନ୍ତି।

ତୁଳା: ସ୍ବଗୃହାଭିମୁଖୀ ଚତୁର୍ଥାଧିପ ଚନ୍ଦ୍ରଙ୍କ କୋଣଭାବ ମଣ୍ଡନ କରିଥିବାରୁ ପ୍ରତ୍ୟେକ କାମ ସକାଶେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। ସଭା ସମିତିରେ, କଚେରି ମାମଲାରେ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି। ନୂତନ ଗୃହ ନିର୍ମାଣ, ଯାନ ବାହାନ ମରାମତି, ପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନାର ସୁଯୋଗ ମିଳିବ।

ବିଛା: ଆକସ୍ମିକ ଭାବରେ ନିଜର ନିଷ୍ପତି ବଦଳାଇ ଅନୁତାପ କରିବାକୁ ପଡିପାରେ। ଲାଭାଧିପ ଚତୁର୍ଥ କେନ୍ଦ୍ରସ୍ଥ ଯୋଗୁ ବନ୍ଧୁମାନଙ୍କ ସାହାଯ୍ୟରୁ ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହେବାଇପାରେ। କିନ୍ତୁ ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ହେବେ।

ଧନୁ: ଚତୁର୍ଥାଧିପ ସ୍ବଭାବକୁ ବ୍ୟୟଭାବରୁ ଦେଖିବା ଯୋଗୁ ବନ୍ଧୁଙ୍କ ଅନୁପସ୍ଥିତି ମନରେ ଗଭୀର ଦୁଃଖ ପ୍ରଦାନ କରିବ। ଆଜି ଯେତିକି ପାଇବେ, ସେତିକିରେ ସନ୍ତୁଷ୍ଟ ରହିବା ଭଲ ହେବ କାରଣ ଅଧିକ ଆଶା କଲେ କିଛି ଲାଭ ହେବନି। ଶିକ୍ଷା, ପରୀକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।

ମକର: ବନ୍ଧୁଙ୍କ ଆଗମନକୁ ଅପେକ୍ଷା କରି ଭାବ ବିଭୋର ହୋଇପାରନ୍ତି। କିନ୍ତୁ ଅଷ୍ଟମାଧିପଙ୍କ ସ୍ଥିତି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ନୈରାଶ୍ୟ ପ୍ରଦାନ କରିପାରେ। ପାଖ,ପଡୋଶୀ,କିମ୍ବା ସହକର୍ମୀ ମାନେ ଫାଇଦା ହାସଲ କରିବା ସକଶେ ଅତି ନିଜର ଭଳି ବ୍ୟବହାର କରିପାରନ୍ତି। ବନ୍ଧୁ ମାନଙ୍କ ସହ ଯୋଗଯୋଗ କଲେ ସମସ୍ୟା ସମାଧାନର ରାସ୍ତା ବାହାରି ପାରେ।

କୁମ୍ଭ: ପାପଗ୍ରହ ସଂଯୁକ୍ତ ଶୁକ୍ର ହେତୁ ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବାର ଆଶା ମଉଳିଯିବ। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି। ବନ୍ଧୁଙ୍କ ପାଖରେ ରହିଥିବା ବହୁତ ଦିନର ବକେୟା ଟଙ୍କା ଆଜି ପାଇବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସାମାନ୍ୟ ବିଘ୍ନ ଆସିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।

ମୀନ: ଆପଣଙ୍କ ପାଇଁ ସଫଳତା ସକାଶେ ଭାଇ,ବନ୍ଧୁ ଓ ଆତ୍ମୀୟଙ୍କ ସାହାଯ୍ୟ,ସହ ଯୋଗ ଅବିସ୍ମରଣିୟ ରହିବ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ଓ ସଭା ସମିତିରେ ଲକ୍ଷ୍ୟହାସଲ କରିବେ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ।