୨୬ ଜାନୁଆରୀ ୨୦୨୦ ରବିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜିର ଏକାଦଶ୍ଥ ବୁଧାଦିତ୍ୟ ଯୋଗ ପ୍ରଭାବରେ ପ୍ରତ୍ୟେକ କାମ ସାହାଯ୍ୟ ସହଯୋଗ ମାଧ୍ୟମରେ ସମ୍ପନ୍ନ କରିପାରିବେ। ମନ ଚାହୁଁ ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ସହକର୍ମୀମାନଙ୍କ ସାହାଯ୍ୟରେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବା ଦିଗରେ ବନ୍ଧୁଙ୍କ ଅବଦାନକୁ ଭୁଲି ପାରିବେ ନାହିଁ । ବୃଷ: ଷଷ୍ଠାଧିପତି ଅଷ୍ଟମସ୍ଥ ଯୋଗୁ ପରୋକ୍ଷ ଶତ୍ରୁତାର ବିନାଶ ଘଟିବା ସଙ୍ଗକୁ ଋଣ ମାଧ୍ୟମରେ ଅର୍ଥ ପ୍ରାପ୍ତି ଘଟିବ। ମାନସିକ
 

ମେଷ: ଆଜିର ଏକାଦଶ୍ଥ ବୁଧାଦିତ୍ୟ ଯୋଗ ପ୍ରଭାବରେ ପ୍ରତ୍ୟେକ କାମ ସାହାଯ୍ୟ ସହଯୋଗ ମାଧ୍ୟମରେ ସମ୍ପନ୍ନ କରିପାରିବେ। ମନ ଚାହୁଁ ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ସହକର୍ମୀମାନଙ୍କ ସାହାଯ୍ୟରେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବା ଦିଗରେ ବନ୍ଧୁଙ୍କ ଅବଦାନକୁ ଭୁଲି ପାରିବେ ନାହିଁ ।

ବୃଷ: ଷଷ୍ଠାଧିପତି ଅଷ୍ଟମସ୍ଥ ଯୋଗୁ ପରୋକ୍ଷ ଶତ୍ରୁତାର ବିନାଶ ଘଟିବା ସଙ୍ଗକୁ ଋଣ ମାଧ୍ୟମରେ ଅର୍ଥ ପ୍ରାପ୍ତି ଘଟିବ। ମାନସିକ ଅସ୍ଥିରତା ରହିଥିଲେ ମଧ୍ୟ କାମରୁ ଓହରି ଆସି ପାରିବେ ନାହିଁ । ଅସମ୍ପୂର୍ଣ୍ଣ କାମରୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବା ସଙ୍ଗକୁ ରୋଗପୀଡାରୁ ଦୁଃଶ୍ଚନ୍ତାଗ୍ରସ୍ଥ ହୋଇପାରନ୍ତି।

ମିଥୁନ: ଭାଗ୍ୟସ୍ଥାନରେ ରାଶ୍ୟାଧିପତି ହେତୁ ପ୍ରତିଷ୍ଠିତବ୍ୟକ୍ତିଙ୍କ ସହାୟତାରେ କାର୍ଯ୍ୟ ହାସଲ କରିବେ। ଫଳତଃ କୈାଣସି କାମ ଅଟକିନରହି ଯଥା ସମୟରେ ସବୁ ଠିକ୍‌ ଠିକ୍‌ ହୋଇଯିବ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିଯୋଗଁୁ ମନରେ ସରସତା ରହିନପାରେ। କଳା, ସଙ୍ଗୀତ ତଥା କ୍ରୀଡା କ୍ଷେତ୍ରରେ ସଫଳତା ମିଳିବାର ସୂଚନା ରହିଛ।

କର୍କଟ: ଶୁକ୍ର ଓ ଶନିଙ୍କ ସମ୍ବନ୍ଧରୁ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନୀ କିମ୍ବା ମତପାର୍ଥକ୍ୟ କାରଣରୁ ସଂକଟଜନକ ସ୍ଥିତି ଉପତ୍ନ ହେବାର ସୂଚନା ରହିଛି ା ତଥାପି କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବନାହିଁ ା ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛ‘ି ତାହା ସହକର୍ମୀଙ୍କ ଜରିଆରେ ପାଇପାରିବେ।

ସିଂହ: ରବିଙ୍କ ସ୍ବରାଶି ଅବଲୋକନ ପ୍ରଭାବରେ ଆରୋଗ୍ୟଲାଭ,ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟ, ସରକାରୀ ସହାୟତା ପ୍ରାପ୍ତିର ସମ୍ଭାବନା ରହିଛି ା ବନ୍ଧୁଙ୍କ ଫେରିବା ବାଟର ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି। ଚେଷ୍ଟାସଫଳ ହେବାରେ ଜଣେ ଅଜଣା ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ ା ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ ।

କନ୍ୟା: ପାରିବାରିକ ଅଶାନ୍ତି ଓ ଦୈହିକ ଦୁର୍ବଳତା ମନୋବଳକୁ ହ୍ରାସ କରାଇପାରେ। କିନ୍ତୁ ହସ୍ତା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସିଡି ଚଢି ପାରିବେ। ଦୀର୍ଘ ଦିନ ହେଲା ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ। ଶନିଙ୍କ ପ୍ରଭାବରେ ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି।

ତୁଳା: ଧନସପ୍ତମାଧିପ ମଙ୍ଗଳଙ୍କ ସୁଦୃଷ୍ଟି ବ୍ୟବସାୟିକ ସ୍ଥିତିକୁ ସୁଦୃଢ କରିବା ସହ ଅର୍ଥିକ ଉନ୍ନତି ଘଟାଇବ। ଫଳପ୍ରଦ ଯାତ୍ରା, ଗୃହଭୂମି ଲାଭ, ପ୍ରତିଯୋଗିତାରେ ସଫଳତା ପ୍ରଦାନକରିବାର ପୂର୍ଣ୍ଣ ଆଶା ରହିଛି । ଚିତ୍ରା ନକ୍ଷତ୍ରର କେତେକ ଘରୋଇକଥା ବନ୍ଧୁଙ୍କ ନିକଟରେ ପ୍ରକାଶ କରିବାର ସୁଯୋଗ ହାତଛଡା ହୋଇଯିବ। ନିର୍ମାଣ କାର୍ଯ୍ୟରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ।

ବିଛା: ରବି ଓ ଚନ୍ଦ୍ର ଷଡଷ୍ଟକ ସ୍ଥିତି ଜନିତ ସମୟ ଓ ପରିସ୍ଥିତିର ବିଷମତା ଆଶା ଓ କାମନାକୁ ଏପଟସେପଟ କରିଦେଇପାରେ। ଅବଶ୍ୟ ବିଶାଖା ନକ୍ଷତ୍ର ସକାଶେ ସାମାଜିକ ସ୍ତରରେ ଗଠନ ମୁଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ପଦସ୍ଥବ୍ୟକ୍ତିଙ୍କ ସହିତ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇବାର ସୁଯୋଗ ମିଳିବ।

ଧନୁ: କର୍ମଭାବସ୍ଥ ଚନ୍ଦ୍ର ଆପଣଙ୍କ ସମସ୍ୟା ସମାଧାନପୂର୍ବକ କର୍ମପ୍ରବାହକୁ ଅଗ୍ରଗାମୀ କରାଇବ। ନୂତନ ଗୃହ, ଯାନାବହନ, ବନ୍ଧୁ ସମ୍ପର୍କରେ ଉନ୍ନତି ମାନସିକ ସ୍ଥିତିକୁ ଦୃଢୀଭୂତ କରିପାରେ ା ସାହିତ୍ୟ,କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ା ମତାନ୍ତର କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ।

ମକର: ଦ୍ୱାଦଶସ୍ଥ ଶୁକ୍ରଙ୍କ ପ୍ରଭାବରେ ବିଳାସବ୍ୟସନ ଦିଗରେ ମନ ଆକର୍ଷିତ ହୋଇ ଲକ୍ଷ୍ୟସାଧନର ମାର୍ଗକୁ ଅଣଦେଖା କରିପାରନ୍ତି। ଶ୍ରବଣା ନକ୍ଷତ୍ର ସକାଶେ ଏକାଦଶସ୍ଥ ଗ୍ରହସମ୍ପର୍କ ନୂତନ ସମ୍ପର୍କ ସୃଷ୍ଟି କରିବାରେ ସହାୟକ ହୋଇପାରିବ। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ଆତିଥ୍ୟ ଗ୍ରହଣ ପୂର୍ବକ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।

କୁମ୍ଭ: ରାଶିରେ ଶତୃଗ୍ରହ ରହିଥିଲେ ମଧ୍ୟ ଶନିଙ୍କ ଦୃଷ୍ଟିପ୍ରଭାବରେ କୌଣସି ଅସୁବିଧା ହେବନାହିଁ। ଯେତେ ପ୍ରକାରର ଚେଷ୍ଟାକଲେ ମଧ୍ୟ ବିରୋଧୀଶକ୍ତିର ପ୍ରାଦୁର୍ଭାବ ଆପଣଙ୍କ ଉପରେ କୌଣସି କୁପ୍ରଭାବ ପକାଇପାରିବ ନାହିଁ। ଆକସ୍ମିକ ଭାବରେ ପୂର୍ବରୁ କୌଣସି ସୂଚନା ନଦେଇ କୌଣସି ପ୍ରିୟ ବନ୍ଧୁ ଘରକୁ ଆସିପାରନ୍ତି।

ମୀନ: ରାଶ୍ୟାଧିପତିଙ୍କ ପୂର୍ଣ୍ଣଦୃଷ୍ଟି ଜନିତ ଅଭାବ ଓ ସାମୟିକ ପ୍ରତିବନ୍ଧକ କାମକୁ ସ୍ଥଗିତ ରଖିପାରିବ ନାହିଁ। ଆଜି ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। ଗୁରୁପାକ ଦ୍ରବ୍ୟ ଭୋଜନ ଜନିତ ସ୍ବାସ୍ଥ୍ୟହାନୀ ଘଟିବା ପୂର୍ବରୁସତର୍କତା ଅବଲମ୍ବନ କରିବା ଭଲ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।