୨୪ ଜାନୁଆରୀ ୨୦୨୦ ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଚନ୍ଦ୍ର ସହ ମଙ୍ଗଳଙ୍କ ସଂଯୋଗ ଏକାଧାରରେ ଦୈହିକ ସୁସ୍ଥତା, ପାରିବାରିକ ଉନ୍ନତି ସହ ବ୍ୟବସାୟ ଓ ପରିବହନ ସକାଶେ ବହୁତ ଶୁଭଫଳ ପାଇବେ । ସାମାଜିକ ସ୍ତରରେ ସୁଖ ଓ ସମ୍ମାନ ପ୍ରାପ୍ତି ହେବ । ବନ୍ଧୁ ମିଳନରୁ ଖୁସି ରହିବେ, କିନ୍ତୁ ଅଶ୍ୱିନୀ ନକ୍ଷତ୍ରର ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ରାଜନୀତି, ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ବୃଷ: ଆଜିର ଯାତ୍ରା, ବାଣିଜ୍ୟ, ବନ୍ଧୁସମ୍ପର୍କ, ଆଲୋଚନାଦି ବହୁ
 

ମେଷ: ଚନ୍ଦ୍ର ସହ ମଙ୍ଗଳଙ୍କ ସଂଯୋଗ ଏକାଧାରରେ ଦୈହିକ ସୁସ୍ଥତା, ପାରିବାରିକ ଉନ୍ନତି ସହ ବ୍ୟବସାୟ ଓ ପରିବହନ ସକାଶେ ବହୁତ ଶୁଭଫଳ ପାଇବେ । ସାମାଜିକ ସ୍ତରରେ ସୁଖ ଓ ସମ୍ମାନ ପ୍ରାପ୍ତି ହେବ । ବନ୍ଧୁ ମିଳନରୁ ଖୁସି ରହିବେ, କିନ୍ତୁ ଅଶ୍ୱିନୀ ନକ୍ଷତ୍ରର ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ରାଜନୀତି, ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।

ବୃଷ: ଆଜିର ଯାତ୍ରା, ବାଣିଜ୍ୟ, ବନ୍ଧୁସମ୍ପର୍କ, ଆଲୋଚନାଦି ବହୁ ପ୍ରୀତିପ୍ରଦ ହେବ। କିନ୍ତୁ ରୋହିଣୀ କାମଗୁଡ଼ିକ ସମ୍ପନ୍ନ କରିବାରେ ବହୁତ ତକ୍‌ଲିପି ଭୋଗ କରିବାକୁ ପଡ଼ିପାରେ। ଅବଶ୍ୟ ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ଲାଭବାନ୍‌ ହେବେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଆକ୍ଷେପୋକ୍ତିକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ।

ମିଥୁନ: ଯେକୌଣସି ପ୍ରକାରର ପରିସ୍ଥିତି ହେଉନା କାହିଁକି ଆପଣ ଲକ୍ଷ୍ୟ ହାସଲ କରିବାରେ ଅସୁବିଧା ହେବନାହିଁ । ପୁନର୍ବସୁ ନକ୍ଷତ୍ର ସାମାଜିକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ପ୍ରଶାସନିକ, ପରିବହନ, ବ୍ୟବସାୟ, ନିର୍ମାଣ ଓ ଆଲୋଚନା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇପାରନ୍ତି।

କର୍କଟ: କର୍ମସ୍ଥ ଗ୍ରହ ପ୍ରଭାବ ଆପଣଙ୍କୁ ଉନ୍ନତ ଚିନ୍ତାଧାରାସମ୍ପନ୍ନ ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରିବାରେ ସାହାଯ୍ୟ କରିବ। ଈର୍ଷାପରାୟଣ ଶତ୍ରୁମାନଙ୍କ ସମସ୍ୟା ସୃଷ୍ଟି ସାମୟିକ ମନକୁ ଭାରାକ୍ରାନ୍ତ କରିପାରେ। ଅଫିସରେ ଦାୟିତ୍ୱ କ୍ରମେ ବୃ ଦ୍ଧି ପାଇବାରୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ବକେୟା ପ୍ରାପ୍ତିକୁ ଦୃଷ୍ଟିରେ ରଖି ପରିସ୍ଥିତି ଅନୁଯାୟୀ କାମ କରିବେ।

ସିଂହ: ଚତୁର୍ଥସ୍ଥ ବୃହସ୍ପତି ପାରିବାରିକ ସମ୍ପର୍କକୁ ନଷ୍ଟକଲେ ମଧ୍ୟ କର୍ମକ୍ଷେତ୍ର ସକାଶେ ଉନ୍ନତ ସ୍ଥିତି ପ୍ରଦାନ କରିବ । ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରର ଆର୍ଥିକ ସ୍ଥିତି ପୂବ ପର୍ରି ରହିବ ଓ ବିଭିନ୍ନ ଯୋଜନା କରିବାର ଚେଷ୍ଟାକରି କେତେକାଂଶରେ ସଫଳ ହେବେ। କେତେକ ନୂତନ କାମର ପରିକଳ୍ପନା କରି ତାହାକୁ ଆରମ୍ଭ କରିବାର ମନସ୍ଥ କରିପାରନ୍ତି।

କନ୍ୟା: ଚନ୍ଦ୍ର ସହ ବୃହସ୍ପତିଙ୍କ ଷଡ଼ାଷ୍ଟକ ସ୍ଥିତି ଲୋକସମ୍ପର୍କ ହ୍ରାସ କରିପାରେ । ଫଳରେ ସାମାଜିକ ସ୍ତରରେ କିଛିଟା ସମସ୍ୟାର ସମ୍ମୁଖୀନ ହେବେ । ସମସ୍ୟା ରହିଥିଲେ ମଧ୍ୟ ବୁଝିବିଚାରି କାମ କରିବା ସାଙ୍ଗକୁ ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ । ଅନ୍ୟଦ୍ୱାରା ପ୍ରଭାବିତ ହୋଇ ବନ୍ଧୁ କେହି ଈର୍ଷା କରିପାରନ୍ତି।

ତୁଳା: କର୍ମାଧିପତିଙ୍କର ଧନାଧିପତିଙ୍କ ସହ କେନ୍ଦ୍ରାବସ୍ଥାନ ଅର୍ଥପ୍ରାପ୍ତି ସହ ପଦାଧିକାରୀଙ୍କ ପ୍ରୀତିଭାଜନ କରାଇବ। ବିଶାଖା ନକ୍ଷତ୍ର ସକାଶେ ନିଜର ଲୋକମାନଙ୍କ ବିରୁଦ୍ଧାଚରଣ ଦୁଃଖର କାରଣ ହୋଇପାରେ। ବ୍ୟବସାୟିକ, ସାମାଜିକ ଅଭିବୃଦ୍ଧି କ୍ରମଶଃ ବୃଦ୍ଧି ପାଇବାରୁ ସାମୟିକ ଖୁସି ରହିବେ । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କାରଣରୁ ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ ।

ବିଛା: ମଙ୍ଗଳ ସହ ବୃହସ୍ପତିଙ୍କ ଷଡ଼ାଷ୍ଟକ ସ୍ଥିତି ସ୍ବାସ୍ଥ୍ୟ ସମସ୍ୟା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ ା ଜ୍ୟେଷ୍ଠା ନକ୍ଷତ୍ର ସକାଶେ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା କାରଣରୁ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ। ଚେଷ୍ଟା କରୁଥିବା କାର୍ଯ୍ୟ, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା, ବ୍ୟବସାୟରେ ପ୍ରତିବନ୍ଧକ ଦେଖାଦେଇପାରେ।

ଧନୁ: ମୂଳା ନକ୍ଷତ୍ର ସକାଶେ ସ୍ବାସ୍ଥ୍ୟ ସମସ୍ୟା,ଅସଜଡ଼ା ପାରିବାରିକ ପରିସ୍ଥିତି ସହ କର୍ମକ୍ଷେତ୍ରରେ କଳହକୁ ନେଇ ଅଶାନ୍ତି ଲାଗିରହିପାରେ । ଜମିଜମା କାରବାର, କଚେରି ମାମଲା, ରାଜନୈତିକ କ୍ଷେତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ। ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି।

ମକର: ପାରିବାରିକ କ୍ଷେତ୍ରରେ ବନ୍ଧୁମିଳନ ସହ ବୈବାହିକ ସମ୍ପର୍କ ସ୍ଥାପନର ଶୁଭସୂଚନା ମନକୁ ଖୁସିକରାଇବ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଚେଷ୍ଟା କରୁଥିବା କାମରେ ସଫଳତା ମିଳିପାରେ। ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ନିଜର ଲକ୍ଷ୍ୟ ହାସଲ କରିପାରିବେ। ଶ୍ରବଣା ନକ୍ଷତ୍ର ମନର ଦୁଃଖକୁ ଲୁଚାଇ ରଖି ଉପରେ ହସି ହସି କଥା କହିବେ।

କୁମ୍ଭ: ତୃତୀୟସ୍ଥ ଚନ୍ଦ୍ର କୌଣସି ଶୁଭକାର୍ଯ୍ୟର ଯୋଜନା ଦିଗରେ ଚେଷ୍ଟିତ କରାଇବ। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ ଓ ଲକ୍ଷ୍ୟ ହାସଲ କରିବେ । ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ , ଅବଶ୍ୟ ଆବଶ୍ୟକ ସୁବିଧା ସୁଯୋଗ ଆପଣାଛାଏଁ ଜୁଟିଯିବ। ଶତଭିଷା ନକ୍ଷତ୍ର ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇପାରନ୍ତି।

ମୀନ: ମୁଖଭାବରେ ଚନ୍ଦ୍ର ଆପଣଙ୍କ ବ୍ୟବହାର ବନ୍ଧୁମାନଙ୍କ ମନୋରଞ୍ଜନ କରାଇବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ଆଶାକରି ନିରାଶ ହେବେ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ଗବେଷଣା, ଅଧ୍ୟୟନ ଓ ଅଧ୍ୟାପନା, କଳା, ସାହିତ୍ୟ କ୍ଷେତ୍ରରୁ ସମ୍ମାନ ମିଳିବ। ପାରିବାରିକ କ୍ଷେତ୍ରରେ ଧୀରେ ଧୀରେ ସମସ୍ୟା ସମାଧାନ ହେବାର ରାସ୍ତା ଉନ୍ମୁକ୍ତହୋଇପାରେ।