ଧନ୍ୱନ୍ତରୀ ଓ ମା ଲକ୍ଷ୍ମୀଙ୍କ କୃପାରୁ ଧନତେରସ ଠାରୁ ବଦଳିବ ୫ ରାଶିଙ୍କ ଭାଗ୍ୟ, ହେବ ଧନର ପ୍ରାପ୍ତି

 

ସାରା ଦେଶରେ ପାଳିତ ହୋଇଛି ଧନର ଦିନ‌ ଧନତେରାସର। ଏହି ଖାସ୍ ଦିନରେ ମା'ଲକ୍ଷ୍ମୀ, ଆୟୁର୍ବେଦର ଜନକ ଧନ୍ୱନ୍ତରୀ ତଥା ଭଗବାନ କୁବେରଙ୍କୁ ପୂଜା କରାଯାଏ। ଧନତେରାସ ଦିନ ନୂଆ ଜିନିଷ କିଣିବାର ପରମ୍ପରା ରହିଛି। ଲୋକମାନେ ଏହି ଦିନ ସୁନା, ରୂପା ଏବଂ ବାସନ କିଣନ୍ତି, ଏହି ଜିନିଷ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଚଳିତଥର ଧନତେରସ ରେ ଘଟୁଛି ଦୁର୍ଲଭ ଯୋଗ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ଧନତେରସରେ ଗ୍ରହମାନଙ୍କ ବିରଳ ସଂଯୋଗ ଘଟିବାକୁ ଯାଉଛି।

ବୃହସ୍ପତି ଓ ବୁଧ ମେଷ ରାଶିରେ ବିରାଜମାନ ହେବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ, ଦୀର୍ଘ ବର୍ଷ ପରେ ଗଠନ ହେବାକୁ ଥିବା ଏହି ବିରଳ ସଂଯୋଗ। ଏହି ସଂଯୋଗ ରାଶିଚକ୍ରରେ ଥିବା ୫ଟି ଉପରେ ସକରାତ୍ମକ ପ୍ରଭାବ ପକାଇବ। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ମେଷ ରାଶି: ମେଷ ରାଶିର ଲୋକେ ଏହିଦିନ ଘରକୁ ସୁନା, ରୂପ, କିମ୍ବା ପିତଳ ଜିନିଷ ଘରକୁ କିଣି ଆଣିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ଓ ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ।

ବୃଷ ରାଶି: ବୃଷ ରାଶିର ଲୋକେ ଧନତେରସ ରେ ଘରକୁ ବସ୍ତ୍ର କିଣି ଆଣିବା ଶୁଭ ହୋଇଥାଏ। ଏହିଦିନ କଦାପି ତେଲ, କାଠ, ଓ ଚମଡା ରେ ପ୍ରସ୍ତୁତ ଜିନିଷ କିଣି ଆଣିବା ଉଚିତ ନୁହେଁ , ଏହି ସବୁ ଜିନିଷ କିଣି ଆଣିବା ଦ୍ୱାରା ଘରକୁ ବିଘ୍ନ ର ଆଗମନ ହୋଇଥାଏ।

ମିଥୁନ ରାଶି: ମିଥୁନ ରାଶିର ଲୋକେ ଧନତେରସ ରେ ରତ୍ନ , ଭୂମି, ଘର କିଣିବା ଶୁଭ ଅଟେ। କିନ୍ତୁ କାଠ ଓ ଆଲୁମିନିୟମ ବସ୍ତୁ କିଣନ୍ତୁ ନାହିଁ। ଏହାଦ୍ୱାରା ଘରକୁ ନକାରାତ୍ମକ ଶକ୍ତିର ଆଗମନ ହୋଇଥାଏ।

କର୍କଟ ରାଶି: କର୍କଟ ରାଶିର ବ୍ୟକ୍ତି ଏହିଦିନ ଚିନି, ଧଳା ବସ୍ତ୍ର, ବାହନ କିଣିବା ଶୁଭ ଅଟେ। ଏହିଦିନ ଆପଣ କଳା ରଙ୍ଗର ବସ୍ତୁ କିଣନ୍ତୁ ନାହିଁ। ଏହା ସମୃଦ୍ଧି ରେ ବାଧା ସୃଷ୍ଟି କରିଥାଏ।

ସିଂହ ରାଶି: ସିଂହ ରାଶିର ଲୋକେ ଏହିଦିନ ସୁନା, ଇଲେକ୍ଟ୍ରୋନିକ୍ସ ଜିନିଷ କିଣି ଘରକୁ ଆଣିବା ଶୁଭ ଅଟେ। ଏହିଦିନ ଲୁହା ଜିନିଷ କିଣି କଦାପି ଘରକୁ ଆଣିବେ ନାହିଁ। ଏହାଦ୍ୱାରା ବାଧାବିଘ୍ନ ର ଆଗମନ ହୋଇଥାଏ।