ଭାଗ:୨ ସାଇଙ୍କ ଚମତ୍କାର, ପଢନ୍ତୁ ବାବାଙ୍କ ଚମତ୍କାରର ସତ୍ଯ ଘଟଣା

ଥରେ ଜଣେ ବୃଦ୍ଧ କାନ୍ଦି କାନ୍ଦି ସାଇବାବାଙ୍କ ପାଖକୁ ଆସି ହାତ ଯୋଡି ଠିଆ ହୋଇଥିଲେ। ସାଇବାବାଙ୍କ ଜଣେ ଶିଷ୍ୟ ପଚାରିଲେ କ’ଣ ହେଲା? ବୃଦ୍ଧ ଜଣକ କହିଥିଲେ ଯେ ମୋର ସାନ ପୁଅର ମୃତ୍ୟୁ ହୋଇଛି। ତାର କ୍ରୀୟାକର୍ମ କରିବା ପାଇଁ ମୋ ପାଖରେ ଗୋଟିଏ ପଇସା ବି ନାହିଁ। ସାଇବାବା ତାଙ୍କ ଆଡକୁ ଅନାଇ ପଚାରିଲେ ‘ପୁଅର କେବେହେଲା ମୃତ୍ୟୁ?’ ବୃଦ୍ଧ ଜଣଙ୍କ କହିଲେ ଆଜି ଅପରାହ୍ନରେ। ମୁଁ ଅନେକ ସ୍ଥାନକୁ ଗଲି କିନ୍ତୁ
 

ଥରେ ଜଣେ ବୃଦ୍ଧ କାନ୍ଦି କାନ୍ଦି ସାଇବାବାଙ୍କ ପାଖକୁ ଆସି ହାତ ଯୋଡି ଠିଆ ହୋଇଥିଲେ। ସାଇବାବାଙ୍କ ଜଣେ ଶିଷ୍ୟ ପଚାରିଲେ କ’ଣ ହେଲା? ବୃଦ୍ଧ ଜଣକ କହିଥିଲେ ଯେ ମୋର ସାନ ପୁଅର ମୃତ୍ୟୁ ହୋଇଛି। ତାର କ୍ରୀୟାକର୍ମ କରିବା ପାଇଁ ମୋ ପାଖରେ ଗୋଟିଏ ପଇସା ବି ନାହିଁ। ସାଇବାବା ତାଙ୍କ ଆଡକୁ ଅନାଇ ପଚାରିଲେ ‘ପୁଅର କେବେହେଲା ମୃତ୍ୟୁ?’

ବୃଦ୍ଧ ଜଣଙ୍କ କହିଲେ ଆଜି ଅପରାହ୍ନରେ। ମୁଁ ଅନେକ ସ୍ଥାନକୁ ଗଲି କିନ୍ତୁ ମୋତେ କେହି ସାହାଯ୍ୟ କଲେ ନାହିଁ। ଏହାଶୁଣି ସାଇବାବା ହସିକରି କହିଲେ ଯେ ‘ଯେତେବେଳେ ତୁମ ନିଜ ପାଖରେ ଏତେ ଟଙ୍କା ଅଛି, ତ କେହି ତୁମକୁ କାହିଁକି ସାହାଯ୍ୟ କରିବ? ଏହା ଶୁଣି ବୃଦ୍ଧ ଆଶ୍ଚର୍ଯ୍ଯ ହୋଇ କହିଲେ ବାବା ଆପଣ ଏ କଣ କହୁଛନ୍ତି ମୋ ପାଖରେ କଉଡି ଟିଏ ବି ନାହିଁ। ଏହାଶୁଣି ବାବା କହିଲେ ‘ତୁମେ ମିଛ କହୁଛ’।

ସାଇବାବା କହିଲେ, ନିଜ ପକେଟରେ ହାତ ପୁରାଅ, ସେଠାରେ ଟଙ୍କା ହିଁ ଟଙ୍କା ଅଛି। ଯେତେବେଳେ ବୃଦ୍ଧ ଜଣକ ପକେଟରେ ହାତ ରଖିଥିଲେ, ହଠାତ୍ ଅନେକ ନୋଟ୍ ବାହାରିଲା। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ। ଆଶ୍ଚର୍ଯ୍ୟ ହୋଇ ତାଙ୍କଆଆଖରରୁ ଲୁହ ଗଡି ଆସିଲା। ଏହା ଦେଖି ବାବା କହିଲେ ଏବେ ବର୍ତ୍ତମାନ ଯାଇ ତୁମର କାମ କର। ବୃଦ୍ଧ ଜଣକ ବାବାଙ୍କ ଜୟଜୟ ଗାନ କରି ଖୁସିରେ ଚାଲିଗଲା। ସାଇଙ୍କ ଆଉ ଏକ ଚମତ୍କାର ଦେଖି ବାବାଙ୍କ ଶିଷ୍ୟ ମାନେ ଜୟ ଜୟକାର କରିବାକୁ ଲାଗିଲେ।