୧ ଜୁଲାଇ ୨୦୧୯ ସୋମବାରର ରାଶିଫଳ, ଏମିତି କଟିବ ଆଜିର ଦିନ ଆପଣଙ୍କର

ମେଷ: ଆଜିର ରୋହିଣୀ ନକ୍ଷତ୍ରସ୍ଥ ଚନ୍ଦ୍ର ଅର୍ଥଲାଭ,ସାମାଜିକ ସମ୍ମାନ ସହ କାର୍ଯ୍ୟସିଦ୍ଧି କରାଇବ। ଦୀର୍ଘଦିନ ହେଲା ଯାହା ହୋଇପାରିିନି ତାହା ପୂର୍ଣ୍ଣତା ଲାଭ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା, ନୂତନ ବନ୍ଧୁସମ୍ପର୍କ ମାନସିକ ସ୍ଥିତିକୁ ହର୍ଷିତ କରିପାରେ। ବୃଷ: ଶନି ଓ ଚନ୍ଦ୍ରଙ୍କ ଷଡ଼ାଷ୍ଟକ ସ୍ଥିତି କାର୍ଯ୍ୟ ହାସଲରେ ବିଜାତୀୟ ବ୍ୟକ୍ତିଙ୍କ ପ୍ରତିବାଦର ସ୍ବରକୁ ତୀବ୍ର କରିପାରେ। ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହୋଇପାରନ୍ତି।
 

ମେଷ: ଆଜିର ରୋହିଣୀ ନକ୍ଷତ୍ରସ୍ଥ ଚନ୍ଦ୍ର ଅର୍ଥଲାଭ,ସାମାଜିକ ସମ୍ମାନ ସହ କାର୍ଯ୍ୟସିଦ୍ଧି କରାଇବ। ଦୀର୍ଘଦିନ ହେଲା ଯାହା ହୋଇପାରିିନି ତାହା ପୂର୍ଣ୍ଣତା ଲାଭ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା, ନୂତନ ବନ୍ଧୁସମ୍ପର୍କ ମାନସିକ ସ୍ଥିତିକୁ ହର୍ଷିତ କରିପାରେ।

ବୃଷ: ଶନି ଓ ଚନ୍ଦ୍ରଙ୍କ ଷଡ଼ାଷ୍ଟକ ସ୍ଥିତି କାର୍ଯ୍ୟ ହାସଲରେ ବିଜାତୀୟ ବ୍ୟକ୍ତିଙ୍କ ପ୍ରତିବାଦର ସ୍ବରକୁ ତୀବ୍ର କରିପାରେ। ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହୋଇପାରନ୍ତି। ଜମିଜମା କାରବାର, ନୂତନ ଘର ତିଆରି, ଯାନବାହନ ମରାମତି, ଦୋକାନର ଉନ୍ନତୀକରଣ ଦିଗରେ ମନୋନିବେଶ କରିପାରନ୍ତି।

ମିଥୁନ: ଧନ ସ୍ଥାନରେ ବୁଧଯୁକ୍ତ ମଙ୍ଗଳ ବନ୍ଧୁଙ୍କ ସହ କଳହର ସୂତ୍ରପାତ କରାଇପାରନ୍ତି। ଆଶା କରିଥିବା ସ୍ଥାନରୁ ଅର୍ଥ ପାଇବାରେ କୌଣସି ଅସୁବିଧା ହେବନାହିଁ। ଘର କିମ୍ବା ଜମିଜମା, ପୁରୁଣା ଗାଡ଼ି ଓ ଯାନ୍ତ୍ରିକ ଜିନିଷ କ୍ରୟବିକ୍ରୟ କ୍ଷେତ୍ରରେ ଦ୍ୱନ୍ଦ୍ୱଯକ୍ତ ହୋଇପାରନ୍ତି। ଆଜିର ଯାତ୍ରା, କଚେରି ମାମଲା, ମନୋରଞ୍ଜନ କାର୍ଯ୍ୟକ୍ରମ ଦିଗରୁ ଉପକୃତ ହେବେ।

କର୍କଟ: ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। କର୍ମକ୍ଷେତ୍ରରେ ଦୃଢ଼ ମନୋବଳ ନେଇ କୌଣସି କଥାକୁ ଖାତିର ନ କରି ଆଗକୁ ମାଡ଼ିଚାଲିବେ। ପରୋକ୍ଷ ଶତ୍ରୁତାଜନିତ ଟେନ୍‌ସନ ଲାଗି ରହିବା ଯୋଗୁ ସାମୟିକ ଆନମନା ରହିପାରନ୍ତି। ସହକର୍ମୀ, ପାଖପଡ଼ୋଶୀ କିମ୍ବା ନବାଗତ ବନ୍ଧୁଙ୍କ ସହ ଆଳାପ ଆଲୋଚନା ବେଶ୍‌ ଜମିପାରେ।

ସି˚ହ: ଲାଭ ଭାବରେ ଏକାଧିକ ଗ୍ରହଙ୍କ ସ୍ଥିତି ଆପଣଙ୍କ ଆଶା ପୂରଣ କରିବାରେ ସମର୍ଥ ହେବ। ପାରିବାରିକ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବା ହେତୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ପର ଉପରେ ନିର୍ଭର କରିବା କାରଣରୁ କେତେକ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇପାରେ।

କନ୍ୟା: ଶନି ଓ ବୃହସ୍ପତିଙ୍କ ସ୍ଥିତି ପରିବାର, ଲୋକସମ୍ପର୍କ, ଯାନବାହନ, ସଭାସମିତି ତଥା ସାମୂହିକ କାମରେ ସମସ୍ୟା ସୃଷ୍ଟି କରିପାରେ।  କର୍ମାଧିପତି ଏକାଦଶସ୍ଥ ହୋଇ ଅଷ୍ଟମାଧିପତି ସହ ମିଳିତ ହୋଇଥିବାରୁ ଅଭିଳଷିତ ଜିନିଷର ପ୍ରାପ୍ତି ଆଶା ନିରର୍ଥକ ହୋଇପାରେ। ପ୍ରଶାସନ, କଳା, ସାହିତ୍ୟ, ପ୍ରକାଶନ ଓ ପରିବହନ କ୍ଷେତ୍ରରେ ଶୁଭଫଳ ପାଇବେ।

ତୁଳା: କର୍ମ ସ୍ଥାନରେ ବୁଧ ଓ ମଙ୍ଗଳଙ୍କ ସ୍ଥିତି କାରଣରୁ ଆପଣଙ୍କ ଯାତ୍ରା ପ୍ରୀତିପ୍ରଦ ରହିବ। ଆନୁଷଙ୍ଗିକ ଆର୍ଥିକ ସାହାଯ୍ୟ ଓ ବ୍ୟକ୍ତିଗତ ସହଯୋଗ ଲାଭକରି କାମ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କାମରେ ଗଠନମୂଳକ ପରାମର୍ଶ ଦେଇ ବନ୍ଧୁ ତଥା ସହକର୍ମୀମାନଙ୍କ ପ୍ରିୟପାତ୍ର ହେବେ।

ବିଛା: ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ ନୂତନ କର୍ମାରମ୍ଭ, ଅଭିଳଷିତ ଦ୍ରବ୍ୟପ୍ରାପ୍ତି ଓ ବନ୍ଧୁମିଳନ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିବ।କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ଆନୁଷ୍ଠାନିକ କାମ, ସାମୂହିକ ଆଲୋଚନା, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବନାହିଁ।

ଧନୁ: ଅଷ୍ଟମାଧିପତି ଚନ୍ଦ୍ର ଧନାଧିପତିଙ୍କ ସହ ଷଷ୍ଟାଷ୍ଟମ ସ୍ଥିତିରେ ରହିଥିବାରୁ ଆପଣଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁ ଅପ୍ରିୟତା ଅର୍ଜନ କରିପାରନ୍ତି। ପାରିବାରିକ ଅଶାନ୍ତି କେତେକାଂଶରେ ଥମିଯିବା କାରଣରୁ ପୂର୍ବାଷାଢ଼ ନକ୍ଷତ୍ର ଆଶ୍ୱସ୍ତି ଲାଭ କରିବେ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବା ଫଳରେ ସମାଧାନ ବିଳମ୍ବିତ ହୋଇପାରେ।

ମକର: କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ। ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଉତ୍ସାହ ବଢିବ। ବନ୍ଧୁ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ। ଦୂରଯାତ୍ରାର ସୁଯୋଗ ପାଇବେ। ଅର୍ଥଲାଭର ମାର୍ଗ ଖୋଲି ଯିବ। କୌଣସି ମାଙ୍ଗଳିକ କାର୍ଯ୍ୟ ଆୟୋଜନରେ ଯୋଗ ଦେବେ। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷକ ଓ ସହପାଠୀ ମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ।

କୁମ୍ଭ: କର୍ମକ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ଓ ମାନସିକ ଶାନ୍ତି ପାଇବେ। ଶୁଭ ସମାଚାର ମିଳିବ। ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ। ବ୍ୟବସାୟିକ ସ୍ଥିତି ସୁଧୁରିଯିବ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ମହିଳାମାନେ ଉଚିତ୍ପନ୍ଥା ଗ୍ରହଣ କରି ହସ ଖୁସିରେ ସମୟ ବିତେଇବେ। ଛାତ୍ର ଛାତ୍ରୀ ମାନଙ୍କର ସଂଘର୍ଷ ଦ୍ୱାରା ସଫଳତା ମିଳିବ।

ମୀନ: କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ। ମହିଳାମାନେ ମାନସିକ ସୁସ୍ଥତା ଅନୁଭବ କରିବେ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣ ସଫଳତା ଅର୍ଜନ କରିବେ। ଆର୍ଥିକ, ପାରିବାରିକ ଏବଂ ସାମାଜିକ କାର୍ଯ୍ୟରେ ଜୟଯୁକ୍ତ ହେବେ। ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ଓ ବରିଷ୍ଠ ବ୍ୟକ୍ତିମାନେ ସନ୍ତୋଷ ହେବେ। ବ୍ୟବସାୟୀମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତାପରୀକ୍ଷା ଓ ସାକ୍ଷାତକାରରେ ଉଚ୍ଚ ପ୍ରଶଂସିତ ହେବେ। ବନ୍ଧୁ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ। ଦୂରଯାତ୍ରାର ସୁଯୋଗ ପାଇବେ।