୧୦ ମଇ ୨୦୧୯ ଶୁକ୍ରବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ସହ ଘରୋଇ ଆଲୋଚନାରେ ନିମଗ୍ନ ରହିପାରନ୍ତି। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହିବାରୁ କେତେକ ବନ୍ଧୁ ମୁହଁ ଫେରାଇ ନେବାର ଆଶଙ୍କା ଉପୁଜିପାରେ। ସନ୍ଧ୍ୟାରେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବରେ ଆସିପାରେ। କର୍ମକ୍ଷେତ୍ରରେ କୌଣସି କର୍ମଚାରୀଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ବୃଷ: ଅନ୍ୟମାନଙ୍କ ସମର୍ଥନ ଲାଭ କରିବା ସହ ନିଜ ଲୋକମାନଙ୍କ ନିକଟରୁ ଦୂରେଇ ରହିବାକୁ ବାଧ୍ୟ ହେବେ। ଗାଡ଼ି, ମୋଟର, ପୁରୁଣା ଘର ମରାମତି ସକାଶେ ନୂତନ
 

ମେଷ: ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ସହ ଘରୋଇ ଆଲୋଚନାରେ ନିମଗ୍ନ ରହିପାରନ୍ତି। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହିବାରୁ କେତେକ ବନ୍ଧୁ ମୁହଁ ଫେରାଇ ନେବାର ଆଶଙ୍କା ଉପୁଜିପାରେ। ସନ୍ଧ୍ୟାରେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବରେ ଆସିପାରେ। କର୍ମକ୍ଷେତ୍ରରେ କୌଣସି କର୍ମଚାରୀଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ ।

ବୃଷ: ଅନ୍ୟମାନଙ୍କ ସମର୍ଥନ ଲାଭ କରିବା ସହ ନିଜ ଲୋକମାନଙ୍କ ନିକଟରୁ ଦୂରେଇ ରହିବାକୁ ବାଧ୍ୟ ହେବେ। ଗାଡ଼ି, ମୋଟର, ପୁରୁଣା ଘର ମରାମତି ସକାଶେ ନୂତନ ଯୋଜନା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଟେନ୍‌ସନ ଦୂର ହେବ ଓ ଅଟକି ରହିଥିବା କାମଗୁଡିକ ଯଥାବିଧି ସମ୍ପନ୍ନ ହେବ । କଳା, ସାହିତ୍ୟ ଓ କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ।

ମିଥୁନ: ଆନୁଷଙ୍ଗିକ ସହଯୋଗ, ସଦିଚ୍ଛା ଲାଭକରି ଦାୟିତ୍ୱ ସମ୍ପନ୍ନ କରିବାରେ କୌଣସି ଅସୁବିଧା ରହିବ ନାହିଁ । କେତେକ କ୍ଷେତ୍ରରେ ନିଜ ଲୋକମାନଙ୍କୁ ଛାଡ଼ିପାରିବେ ନାହିଁ। ସଭାସମିତି, ପରିବହନ, କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡ଼ିବା ସକାଶେ ବିଭିନ୍ନ ପ୍ରକାର ଯୋଜନା କରିବେ।

କର୍କଟ: ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ଆଡ୍‌ଜଷ୍ଟ କରି ନେବା ଯୋଗୁ କୌଣସି ଅସୁବିଧା ହେବନାହିଁ । ଅତ୍ୟାବଶ୍ୟକ ଜିନିଷଟି ପରକୁ ଦେଇ ଅପଦସ୍ତ ହୋଇପାରନ୍ତି। ଅଟକି ରହିଯାଇଥିବା କାମ ସକାଶେ ମନ ଅସ୍ଥିର ରହିପାରେ। ପଡ଼ୋଶୀଙ୍କ ପରୋକ୍ଷ ଶତ୍ରୁତା ହେତୁ ସାମୟିକ ବାଧା ସୃଷ୍ଟି ହୋଇପାରେ । ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରନ୍ତି।

ସିଂହ: ଆର୍ଥିକ ଉନ୍ନତି ସହ ବନ୍ଧୁମିଳନ ଓ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିପାରନ୍ତି। ପରିବାରରେ ସମସ୍ୟା ସମାଧାନ, ପରିବହନରେ ଅର୍ଥଲାଭ, ନିର୍ମାଣ କାମରେ ଅଗ୍ରଗତି ଓ ଜମିଜମା ସମ୍ପର୍କିତ କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ। ପ୍ରତ୍ୟୁଷ ଯାତ୍ରା କାଳରେ ପର କଥାରେ ମୁଣ୍ଡ ନ ପୂରାଇବା ଭଲ କାରଣ ଅଯଥା ଟେନ୍‌ସନ ବଢ଼ିବ।

କନ୍ୟା: କର୍ମକ୍ଷେତ୍ରରେ ବ୍ୟତିକ୍ରମ ଯୋଗୁ ମାନସିକ ଅସ୍ଥିରତା ବୃଦ୍ଧି ପାଇବ। ପାରିବାରିକ ଦିଗ ପାଇଁ ବିଶେଷ କ୍ଷତିକାରକ ହେବନାହିଁ। କୌଣସି ନୂତନ କର୍ମାରମ୍ଭ ସକାଶେ ଅର୍ଥର ଆବଶ୍ୟକତା ବନ୍ଧୁଙ୍କ ମାଧ୍ୟମରେ ପୂରଣ ହୋଇଯିବ। ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି।

ତୁଳା: ଆପଣ ପୂର୍ବରୁ ଯେଉଁ କାମଟିକୁ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିଲେ, ଆଜି ସେହି କାମଟି କରିବା ପାଇଁ ପ୍ରବଳ ଇଚ୍ଛା ମନରେ ଜାଗ୍ରତ ହେବ। ଅତି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତିଜନିତ ମନ ବ୍ୟାକୁଳିତ ରହିବ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାତିତ ଭାବେ ପାଇବେ। କର୍ମକ୍ଷେତ୍ରରେ ବହୁ ଦାୟିତ୍ୱ ହାତକୁ ନେବାକୁ ପଡ଼ିବ।

ବିଛା: ନୂତନ କର୍ମାରମ୍ଭ, ବନ୍ଧୁଙ୍କ ସହ ଆଲୋଚନା ଏବଂ ତୀର୍ଥାଟନ ସକାଶେ ଅନୁକୂଳ ବାତାବରଣ ଆନୟନ କରିବ। ବିଭିନ୍ନ ପ୍ରକାର ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ ା ମାନସିକ ଚାପଗ୍ରସ୍ତ ହୋଇ ପାରିବାରିକ କ୍ଷେତ୍ର ପ୍ରତି ବୀତସ୍ପୃହ ରହିପାରନ୍ତି। କେତେକ କ୍ଷେତ୍ରରେ ନିଜର ସ୍ବକୀୟ ମତ ପୋଷଣ କରି ସମାଲୋଚିତ ହେବାକୁ ପଡ଼ିପାରେ।

ଧନୁ: ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ, ନତୁବା ମନସ୍ତାପ କରିବାକୁ ପଡିପାରେ। ଏକାଧିକ କାମରେ ହାତଦେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି। କେତେକ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବେ। ଶାରୀରିକ ଅସୁସ୍ଥତାଜନିତ ପୀଡ଼ାରେ କଷ୍ଟ ପାଇପାରନ୍ତି। ମନର ଗୋପନ ବ୍ୟଥାକୁ ପ୍ରିୟଜନ ସମ୍ମୁଖରେ କହିପାରିବେ ନାହିଁ ।

ମକର: ଆଜିର ଦିନଟିରେ କେତେକ ସ୍ମରଣୀୟ ମୁହୂର୍ତ୍ତ ଆପଣଙ୍କୁ ଅପେକ୍ଷା କରି ରହିଛି। ଅନ୍ୟମାନଙ୍କୁ ସହଜରେ ଆକର୍ଷିତ କରି କାମ ହାସଲ କରିବେ। ଯାତ୍ରା ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବା ସକାଶେ ବହୁତ କଷ୍ଟ କରିବାକୁ ପଡିପାରେ। ପାରିବାରିକ ଅଶାନ୍ତି କ୍ରମଶଃ ବଢ଼ିପାରେ।

କୁମ୍ଭ: ସାଧାରଣ କଥାକୁ କେନ୍ଦ୍ରକରି ଆମତ୍ୀୟଙ୍କ ସହ ମତାନ୍ତର ସୃଷ୍ଟି ହୋଇପାରେ । ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ ଜୋର୍‌ଦାର ଉଦ୍ୟମ କରିପାରନ୍ତି। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥକୈନ୍ଦ୍ରିକ ହୋଇପଡିବ। ବ୍ୟବସାୟିକ ସଫଳତା ପାଇବେ। ନୂତନ କର୍ମାରମ୍ଭ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କରିପାରନ୍ତି।

ମୀନ: ଆଜି ପ୍ରତ୍ୟେକ ଦିଗରୁ ଦିନଟି ଉପଭୋଗ୍ୟ ରହିବ। ପାରିବାରିକ ଓ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ମତଭେଦ ଦୂରେଇ ଯିବାର ସମ୍ଭାବନା ରହିଛି। ବ୍ୟବସାୟରୁ ଲାଭବାନ୍‌ ହେବା ସହ ନୂତନ ବ୍ୟବସାୟାରମ୍ଭ ପାଇଁ ମଧ୍ୟ ଯୋଜନା କରିପାରନ୍ତି। ଦୀର୍ଘଦିନରୁ ଆଶା କରିଥିବା କୌଣସି ଖବର ଅପରାହ୍ନେ ପାଇ ଖୁସି ହୋଇପାରନ୍ତି।