୩୦ ଏପ୍ରିଲ୍ ୨୦୧୯ ମଙ୍ଗଳବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ
ମେଷ: ଆଜି ବାଧକାଧିପତି ଶନିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିପାରେ। କୌଣସି ଖବର ଶୁଣିବା ପରେ ଏକ ଅଜଣା ଆବେଗରେ ମନ ଉଦ୍ୱେଳିତ ହେବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଦୌରାମତ୍ୟ ଅସହ୍ୟ ହୋଇପାରେ। ଅବଶ୍ୟ ଦ୍ୱିଜା ନକ୍ଷତ୍ରର ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
ବୃଷ: ରବି ଦ୍ୱାଦଶରେ ରହିଥିଲେ ହେଁ ଶୁକ୍ରଙ୍କ ନକ୍ଷତ୍ରସ୍ଥ ହେତୁ ପାରଷ୍ପରିକ ବିରୋଧାମତ୍କ ପରିବେଶରେ ମଧ୍ୟ ନିଜର ସ୍ଥିତିକୁ ସୁଦୃଢ କରିପାରିବେ। ବନ୍ଧୁମାନଙ୍କ ସହ ଆଲୋଚନା ପରିସରରେ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିପାରନ୍ତି। ପ୍ରକାଶନ, ପ୍ରଶାସନ, ଶିଳ୍ପ, ବ୍ୟବସାୟିକ ଓ ପରିବହନ କ୍ଷେତ୍ର ସମସ୍ୟାବହୁଳ ହୋଇପାରେ।
ମିଥୁନ: ମଙ୍ଗଳ ସ୍ବନକ୍ଷତ୍ରସ୍ଥ ହେତୁ ଷଷ୍ଠାଧିପତି ବ୍ୟୟଭାବରେ ବିପରୀତ ରାଜଯୋଗ ସୃଷ୍ଟି କରି ବିଶେଷ ଅସୁବିଧା ସୃଷ୍ଟି କରିବେ ନାହିଁ। କଠିନ ଶ୍ରମ ବିନିଯୋଗକରି ଶିଳ୍ପ, ବ୍ୟବସାୟ, ପରିବହନରେ ଲାଭବାନ ହେବେ। ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ସମସ୍ୟା ଆସିବ, କିନ୍ତୁ ସ୍ବଳ୍ପ ସମୟ ମଧ୍ୟରେ ତାହା ସମାଧାନ ହୋଇଯିବ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।
କର୍କଟ: ବୁଧ ରେବତୀ ନକ୍ଷତ୍ରରେ ରହି ତୃତୀୟଭାବକୁ ଦେଖୁଥିବାରୁ ବନ୍ଧୁ,ସହକର୍ମୀମାନଙ୍କ ସାହାଯ୍ୟ,ସହ ଯୋଗରେ କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ। ଆଜି ଦିନ ମଧ୍ୟରେ ଆର୍ଥିକ ଦିଗଟି ଭଲ ରହିବ ଓ କାମ ଗୁଡିକ ସହଜରେ ସମ୍ପନ୍ନ ହେବ। କିନ୍ତୁ ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଲାଗି ରହିବା କାରଣରୁ ମନ ଏକ ପ୍ରକାର ମାନ୍ଦା ରହିବା ସଙ୍ଗକୁ କୈାଣସି କାମରେ ଉତ୍ସାହ ଲାଗିବ ନାହିଁ।
ସିଂହ: ବୃହସ୍ପତି ଜ୍ୟେଷ୍ଠା ନକ୍ଷତ୍ରସ୍ଥ ହୋଇ କେନ୍ଦ୍ରସ୍ଥ ଯୋଗୁ ପୂର୍ବ ସମସ୍ୟାଗୁଡିକୁ ସୁଧାରିବାକୁ ଚେଷ୍ଟା କଲେ ନିଶ୍ଚିତ କୃତକାର୍ଯ୍ୟ ହୋଇପାରିବେ। ଅକୁହା କଥାକୁ ବନ୍ଧୁଙ୍କ ଆଗରେ ବଖାଣି ଘର ଲୋକମାନଙ୍କ ବିରାଗ ଭାଜନ ହୋଇ ପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି।
କନ୍ୟା: ଭାଗ୍ୟାଧିପ ଶୁକ୍ର ରେବତୀ ନକ୍ଷତ୍ରରେ ରହି ଶନି ନକ୍ଷତ୍ରସ୍ଥ ହେତୁ ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟରେ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ। ସବୁ ସୁବିଧା ଥିଲେ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବାରୁ ମନ ବିଶେଷ ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ଅନିଶ୍ଚିତତା ମଧ୍ୟରେ ଗତି କରିବା ସଙ୍ଗକୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରା ବିଳମ୍ବିତ ହୋଇପାରେ।
ତୁଳା: କେନ୍ଦ୍ରକୋଣାଧିପ ଶନି ଭାଗ୍ୟସ୍ଥାନ ପ୍ରତି ଦୃଷ୍ଟିପାତ କରୁଥିବାରୁ କର୍ମକ୍ଷେତ୍ରରେ ନିର୍ଭିକତା ହେତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ। ମାତ୍ର ଜମା ଭଲ ସମ୍ପର୍କ ନ ଥିବା ଖଳଲୋକମାନଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡି ପାରନ୍ତି। ଅଧସ୍ତନ କର୍ମଚାରୀଙ୍କ ମତକୁ ସମ୍ମାନ ଦେଇ କାମ କଲେ ସହଜ ଓ ସୁବିଧାରେ କାମ ହାସଲ କରିବେ।
ବିଛା: ଅଷ୍ଟମ ସ୍ଥାନରେ ରାହୁ ଦେବଗୁରୁଙ୍କ ନକ୍ଷତ୍ରରେ ରହି ସୁଚିନ୍ତିତ କାମରେ ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଆଲୋଚନା କ୍ଷେତ୍ରରେ, ପ୍ରଶାସନିକ କାମରେ,ରାଜନୈତିକ ଚର୍ଚ୍ଚାରେ, ଯାତ୍ରା କ୍ଷେତ୍ରରେ ତଥା ସଭା ସମିତିରେ ଆଶାଜନକ ଫଳ ପାଇବେ। ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତି ମାନଙ୍କ ପ୍ରତି ସତର୍କ ରୁହନ୍ତ। ଆଜିର ପ୍ରାତଃ ଭ୍ରମଣ ଅବକାଶରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ।
ଧନୁ: ରାଶିରେ ଉପଚୟାଧିପତି ଶନିଙ୍କ ସହ କବନ୍ଧଗ୍ରହ କେତୁଙ୍କ ଶୁକ୍ର ନକ୍ଷତ୍ରସ୍ଥ ସଂଯୋଗ ଅପମାନଜନକ ସ୍ଥିତିକୁ ଆମନ୍ତ୍ରଣ କରିପାରେ। ଯେତେ ଭଲ କାମ କଲେ ମଧ୍ୟ ପରିବାରର ସଦସ୍ୟ ମାନେ ଆପଣଙ୍କୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରି ପାରନ୍ତି। ପରିବହନରେ ଆକସ୍ମିକ ସମସ୍ୟାକୁ ସମାଧାନ କରିବାରେ ସଫଳତା ହାସଲ କରିବେ।
ମକର: ସପ୍ତମାଧିପତି ଚନ୍ଦ୍ର ସ୍ବଭାବରୁ ଅଷ୍ଟମସ୍ଥ ଯୋଗୁ ପାରିବାରିକ ଜୀବନରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ପରିବାର ମଧ୍ୟରେ ନିଜ ନିଜ ଭିତରେ ଅଯଥା କଳହରୁ ଦୂରେଇ ରୁହିବା ଭଲ ହେବ। ଜମିଜମା କାରବାର କ୍ଷେତ୍ରରେ କଳହର ସମ୍ମୁଖୀନ ହେବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ, ନିର୍ମାଣ ଓ ବ୍ୟବସାୟିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ।
କୁମ୍ଭ: ଷଷ୍ଠାଧିପ ରାଶିରେ ରହି ନିଜର ପ୍ରିୟବ୍ୟକ୍ତି ମାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭଲ ସମ୍ପର୍କ ଥିବା ନିଜର ସମ୍ପର୍କୀୟମାନେ ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିନା କାରଣରେ କଳହ କରି ପାରନ୍ତି। ପିଠି କିମ୍ବା ଆଣଣ୍ଠୁଗଣ୍ଠିରେ ଦରଜ ଅନୁଭବ କରିପାରନ୍ତି। ହଠାତ୍ ଯାତ୍ରା କରିବାକୁ ଯିବାକୁ ମନସ୍ଥ କରି ସ୍ଥଗିତ ରଖିବାକୁ ବାଧ୍ୟ ହେବେ।
ମୀନ: ଧନାଧିପ ଏକାଦଶସ୍ଥ ଯୋଗୁ ଅର୍ଥନୈତିକ ଉନ୍ନତି ଘଟିବା ସହ ନୂତନ କର୍ମାରମ୍ଭରୁ ଖୁସୀ ରହିବେ। ପାଖ ପଡୋଶୀ କିମ୍ବା ନିଜ ଆତ୍ମୀୟମାନଙ୍କ ଠାରୁ ଅଯାତିତ ଭାବେ ସହାୟତା ପାଇପାରନ୍ତି। ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ। ବ୍ୟବସାୟ ଏକ ପ୍ରକାର ରହିବ ଓ ଲାଭର ମାତ୍ରା ମଧ୍ୟ କମିବ ନାହିଁ।