ରାଶିଫଳ ୨୦୨୨: ନୂଆବର୍ଷ ରେ ବଦଳିବ ଏହି ୩ଟି ରାଶିର ଲୋକଙ୍କ ଭାଗ୍ୟ, ଧନ ସମ୍ପତ୍ତି ବଢିବ ଏବଂ କର୍ମକ୍ଷେତ୍ରରେ ମିଳିବ ସଫଳତା

 

ନୂଆ ଆଶା ଏବଂ ଆକାଂକ୍ଷାର ସଞ୍ଚାର ନେଇ ଆସିଛି ବର୍ଷ ୨୦୨୨। ବିଗତ ଦିନ ମାନଙ୍କର ତିକ୍ତ ଅନୁଭୂତି କୁ ଭୁଲି ସମସ୍ତେ ନୂତନ ବର୍ଷକୁ ସ୍ୱାଗତ ଜଣାଇଛନ୍ତି। କିଛି କିଛି ବର୍ଷ ଆମମାନଙ୍କ ପାଇଁ ବେସ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ସେହିପରି, ବର୍ଷ ୨୦୨୨ ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ବୋଲି ଜୋତିର୍ବିତମାନେ ପୂର୍ବାନୁମାନ କରିଛନ୍ତି।

୧. କୁମ୍ଭ ରାଶି:- ଜୋତିଷମାନଙ୍କ ଗଣନା ଅନୁଯାଇ କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ୨୦୨୨ ବେସ ଅନୁକୂଳ ରହିବ। ଚଳିତବର୍ଷ ସେମାନଙ୍କୁ ଆର୍ଥିକ ସଫଳତା ମିଳିବା ସହିତ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ଜାନୁଆରୀ ମାସ ଠାରୁ ହିଁ ଏମାନଙ୍କର ଭଲ ସମୟ ଆରମ୍ଭ ହୋଇ ଯାଉଛି। ମାର୍ଚ୍ଚ ମାସରେ ହିଁ କୁମ୍ଭ ରାଶି ଉପରେ ଚାରୋଟି ପ୍ରମୁଖ ଗ୍ରହ- ଶନି, ମଙ୍ଗଳ, ବୁଧ ଏବଂ ଶୁକ୍ର ଏକତ୍ରିତ ହେବେ। ଯାହା କୁମ୍ଭ ଉପରେ ସକରାତ୍ମକ ପ୍ରଭାବ ପକାଇବ।

୨. ମୀନ:- ମୀନ ରାଶି ଥିବା ଲୋକମାନଙ୍କ ପାଇଁ ଚଳିତବର୍ଷ ବେସ୍ ଭଲ କଟିବାକୁ ଯାଉଛି। ଖାସ୍ କରି ମୀନ ରାଶିର ଲୋକଙ୍କ ପାଇଁ ଚଳିତବର୍ଷ ଆର୍ଥିକ ସଫଳତାର ବର୍ଷ ହେବ ବୋଲି କୁହାଯାଉଛି। ଏପ୍ରିଲ ମାସରେ, ଶନି ଦେବ ଏକାଦଶରୁ ଦ୍ୱାଦଶ ଘରେ ଉପସ୍ଥିତ ରହିବେ। ଏହା ସହିତ, ଶନି ଦେବ ମୀନ ରାଶି ଥିବା ଲୋକଙ୍କ ଉପରେ ସନ୍ତୁଷ୍ଟ ହେବେ ଏବଂ ସେମାନେ ନୂତନ ଆୟର ଉତ୍ସ ପାଇପାରିବେ ବୋଲି ଜୋତିର୍ବିତମାନେ କହିଛନ୍ତି।

୩. ଧନୁ ରାଶି:- ୨୦୨୨ ଧନୁ ରାଶିର ଲୋକଙ୍କ ପାଇଁ ଧନର ବର୍ଷା ଆଣିଦେବ। ଏହି ରାଶିର ଲୋକମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବା ସହିତ ବ୍ୟାପାରରେ ମଧ୍ୟ ବୃଦ୍ଧି ଘଟିବ। ଜାନୁଆରୀରେ ମଙ୍ଗଳ ଗ୍ରହର ଗମନାଗମନ ଦ୍ୱାରା ଧନ ପ୍ରାପ୍ତି ହେବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୨ ବହୁ ସଫଳତା ଆଣିଦେବ।