ସୋସିଆଲ ଟକ୍ ଫେସବୁକ ପେଜର ମାଲିକ ପ୍ରୀତି ପ୍ରକାଶ ବାନ୍ଧି ନେଲା ପୋଲିସ୍, ଜାଣନ୍ତୁ ପୂରା ଘଟଣା

 

ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ିବାରେ ଲାଗିଛି। ଏହାରି ଭିତରେ ମହିଳାମାନଙ୍କ ପ୍ରତି ଅଶାଳୀନ ବ୍ୟବହାର ଦେଖାଇବା ଏବଂ ସେମାନଙ୍କୁ ନେଇ ଅଶ୍ଲୀଳ ମନ୍ତବ୍ୟ ଦେଇଥିବା ହେତୁ ସୋସିଆଲ ଟକ୍ ନାମକ ଏକ ଫେସବୁକ ପେଜର ମୁଖ୍ୟ ପ୍ରୀତିପ୍ରକାଶ ନାୟକଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ନାମରେ ଏହା ପୂର୍ବରୁ ଅନେକ ଅଭିଯୋଗ ଆସିଥିବା ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଛି।

ଅଭିଯୋଗ ଅନୁଯାଇ ନିଜର ସୋସିଆଲ ମିଡିଆ ପେଜ୍ ମାଧ୍ୟମରେ ପ୍ରୀତିପ୍ରକାଶ ମହିଳା ମାନଙ୍କ ସମେତ ଅନେକ ରାଜନେତା ଏବଂ ବ୍ୟକ୍ତିବିଶେଷଙ୍କୁ ନେଇ ଅତ୍ୟନ୍ତ କଦର୍ଯ୍ୟ ଶବ୍ଦ ବ୍ୟବହାର କରିବା ସହିତ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରୁଥିଲେ। ଜଣେ ଯୁବତୀ କରିଥିବା ଅଭିଯୋଗକୁ ଆଧାର କରି ଚନ୍ଦ୍ରଶେଖରପୁର ପୋଲିସ ତାଙ୍କୁ ଗିରଫ କରିଛି।

ଗିରଫ ସମୟର ଫୋଟୋ ଭାଇରାଲ ହୋଇଥିବା ବେଳେ ଅଭିଯୁକ୍ତ ପ୍ରୀତିପ୍ରକାଶ ହସିହସି ପୋଲିସ ସହିତ ଯାଉଥିବା ଦେଖିବାକୁ ମିଳିଛି। ଏହା ପ୍ରଥମ ଘଟଣା ନୁହେଁ ବରଂ ଗତବର୍ଷ ସେପ୍ଟେମ୍ବର ମାସ ୨୫ ତାରିଖରେ କଂଗ୍ରେସ ନେତା ଜଗଜୀବନ ମହାନ୍ତି ମଧ୍ୟ ତାଙ୍କ ନାମରେ ସାଇବାର ଥାନାରେ ଅଭିଯୋଗ ଆଣିଥିଲେ।