୨୦ ବର୍ଷ ସାନ ଝିଅକୁ ଦ୍ୱିତୀୟ ବିବାହ କରିବେ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଏହି ଝିଅକୁ ହେବେ ବାହା, ଜାଣନ୍ତୁ କିଏ ସେ?

 

ପୁଣିଥରେ ହାତକୁ ଦି ହାତ ହେବାକୁ ଯାଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିବ୍ୟଶଙ୍କର ଏହି ଚର୍ଚ୍ଚାରେ ମୋହର ମାରି ନିଜ ବିବାହ କଥାକୁ ସ୍ୱୀକାର କରିଛନ୍ତି ।

ଚଳିତ ମାସ ୨୬ ତାରିଖରେ ପୁରୀ ନିକଟ ଏକ ରିସର୍ଟରେ ବେଶ୍‌ ନିରାଡମ୍ବରେ ଏହି ବିବାହ ହେବ ବୋଲି ଚର୍ଚ୍ଚା ହେଉଛି । ଏହି ଅବସରରେ କେବଳ ପରିବାର ସଦସ୍ୟଙ୍କ ସହ କିଛି ନିକଟତର ସମ୍ପର୍କୀୟମାନେ ଉପସ୍ଥିତ ରହିବେ ।

ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଇଞ୍ଜିନିୟର ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ବେଙ୍ଗାଲୁରୁରେ ସପ୍ଟୱେର ଇଞ୍ଜିନିୟର ଥିବା ଦେକୋଟ ଗ୍ରାମର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କା ଅଗସ୍ତି ଛଦ୍ନନାମ ପିନାଙ୍କୁ ବିବାହ କରିବେ ଦିବ୍ୟଶଙ୍କର। ତେବେ ଦିବ୍ୟଶଙ୍କରଙ୍କଠାରୁ ବୟସରେ ପ୍ରାୟ ୨୦ ବର୍ଷ ସାନ ହେବେ ବୋଲି ସୂଚନା ମିଳିଛି ।

ଉଭୟ ଦିବ୍ୟଶଙ୍କର ଓ ଯୁବତୀଜଣକ ପୂର୍ବରୁ ବିବାହ କରିଥିବା ବେଳେ ଏହା ହେଉଛି ସେମାନଙ୍କର ଦ୍ୱିତୀୟ ବିବାହ । ଦିବ୍ୟଶଙ୍କର ପ୍ରାୟ ୧୦ ବର୍ଷ ପୂର୍ବେ ନିଜ ପ୍ରଥମ ପତ୍ନୀଙ୍କୁ ଛାତ୍ରପତ୍ର ଦେଇଥିଲେ । ଉଭୟଙ୍କର ୨୦ ବର୍ଷର ଏକ ପୁଅ ଥିବାର ଜଣାପଡିଛି । ସେହିପରି ଯୁବତୀଜଣକ ମଧ୍ୟ ପୂର୍ବରୁ ବିବାହ କରିଥିବା ବେଳେ କୌଣସି କାରଣକୁ ନେଇ ତାଙ୍କର ମଧ୍ୟ ଛାଡ଼ପତ୍ର ହୋଇ ଯାଇଛି ।