ମିସ୍‌ ୟୁନିଭର୍ସ ପ୍ରତିଯୋଗୀଙ୍କ ଗମ୍ଭୀର ଅଭିଯୋଗ, ଆୟୋଜକ ଆମ ଅନ୍ତବସ୍ତ୍ର ଖୋଲି ଆମସହ ସେମାନେ...

 

ନୂଆଦିଲ୍ଳୀରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କିଛି ମାସ ପୂର୍ବରୁ ମିସ୍‌ ୟୁନିଭର୍ସ ଇ‌ଣ୍ଡୋନେସିଆର ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ସଂଗଠନର ଆୟୋଜକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ସେମାନେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ପ୍ରତିଯୋଗିତାର ଆୟୋଜକମାନେ ତାଙ୍କୁ ଟପ୍‌ଲେସ୍‌ ହେବାକୁ କହିଥିଲେ।

କେବଳ ସେତିକି ନୁହେଁ, ପ୍ରତିଯୋଗୀମାନଙ୍କୁ ପୁରୁଷବିଚାରକମାନଙ୍କ ସାମ୍ନାରେ ନଗ୍ନ ହେବାକୁ କୁହାଯାଇଥିଲା। ପ୍ରତିଯୋଗୀଙ୍କ ଶାରୀରିକ ‌ସୌନ୍ଦର୍ଯ୍ୟ ଆକଳନ କରିବା ଉଦ୍ଦେଶ୍ୟରେ ଏପରି କରାଯାଉଥିବା ପ୍ରତିଯୋଗୀମାନେ ଥାନାରେ ଅବିଯୋଗ କରିଛନ୍ତି ।

ଗତ ଜୁଲାଇ ୨୯ରୁ ଅଗଷ୍ଟ ୩ ଭିତରେ ହୋଇଥିବା ଏହି ପ୍ରତିଯୋଗିତା ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ହୋଇଥିଲା। ଅଭିଯୋଗକାରିଣୀମାନେ ସେମାନଙ୍କ ଅଭିଯୋଗରେ କହିଛନ୍ତି ଯେ ଶରୀର ପରୀକ୍ଷା ବା ବଡ଼ି ଚେକ୍‌ ପାଇଁ ପୁରୁଷ ବିଚାରକଙ୍କ ସହିତ ଆହୁରି ୨୦ ଜଣଙ୍କ ସାମ୍ନାରେ ସେମାନଙ୍କୁ ଅନ୍ତବସ୍ତ୍ର ଖୋଲିବାକୁ କୁହାଯାଇଥିଲା।

                                                          ଅଭିଯୋଗକାରିଣୀମାନେ ପୁଲିସ୍‌ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି। ପ୍ରତିଯୋଗୀମାନଙ୍କ ଓକିଲ ମେଲିସା ଅଙ୍ଗଗ୍ରେନି କହିଛନ୍ତି ଯେ ଆୟୋଜକମାନେ ପ୍ରତିଯୋଗୀମାନଙ୍କୁ ଟପ୍‌ଲେସ୍‌ ହେବାକୁ କହିବା ସହ ଟପଲେସ୍ ହୋଇଥିବା ସମୟର ଫଟୋ ଉଠାଇ ନିଜ ପାଖରେ ରଖିଛନ୍ତି । ଭାଗନେଇଥିବା ୬ ଜଣ ପ୍ରତିଯୋଗୀ ପୁଲିସ ନିକଟରେ  ଅଭିଯୋଗ କରିଛନ୍ତି।

ଏନେଇ ମିସ୍ ୟୁନିଭର୍ସ ସଂଗଠନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ କରାଯାଇଥିଲା ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ କରି ଏହାର ସମାଧାନ ପାଇଁ ପୋଲିସ ନିକଟେରେ ଅଭିଯୋଗ କରିଛନ୍ତି । ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ଯୋଗାଇବା ହେଉଛି ମିସ୍ ୟୁନିଭର୍ସ ସଂଗଠନର ମୂଳ ଲକ୍ଷ୍ୟ।