ବୋଟ୍ ଦୁର୍ଘଟଣା ଅକାଳରେ ଚାଲିଗଲା ଦୁଇ ଜୀବନ, ଦୁଃଖ ଦାୟକ ତଥାପି ଉଠୁଛି ପ୍ରଶ୍ନ, ଭୁଲ୍ କାହାର ଦାୟୀ କିଏ?, ଜାଣନ୍ତୁ ପୂରା ଖବର

 

ମୁଣ୍ଡୁଳି ବ୍ୟାରେଜ୍ ଠାରେ ପାଣି ଭିତରେ ଫସିରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ରେସକ୍ୟୁ ବୋଟ ଓଲଟି ସେଥିରେ ଥିବା ୫ ଓଡ୍ରାଫ୍ ଯବାନ ଏବଂ ୨ ଗଣମାଧ୍ୟମ ପ୍ରତିନିଧି ବୁଡ଼ି ଯାଇଥିଲେ। ସେଥିମଧ୍ୟରୁ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କର ଅକାଳ ବିୟୋଗ ଘଟିଥିବା ବେଳେ ଓଡ୍ରାଫ କର୍ମଚାରୀ ସିତାରାମଙ୍କର ବହୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରାଯାଇଛି।

ଅରିନ୍ଦମଙ୍କର ବିୟୋଗରେ ରାଜ୍ୟର ଗଣମାଧ୍ୟମ ଜଗତକୁ ଶକ୍ତ ଧକ୍କା ଲାଗିଛି। ତେବେ, ଏହି ଦୁର୍ଘଟଣା ପାଇଁ ଦାୟୀ କିଏ? ଭୁଲ କାହାର? ଏହିପରି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ପ୍ରଥମ ପ୍ରଶ୍ନ ହେଉଛି ଯେ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିବା ବୋଟରେ ସାଧାରଣ ଲୋକଙ୍କୁ ଯିବା ପାଇଁ କିଏ ଅନୁମତି ଦେଇଥିଲା। ଓଡ୍ରାଫ କର୍ମଚାରୀଙ୍କୁ ଅନୁରୋଧ କରି ଯାଇଥିଲେ କି ଅରିନ୍ଦମ?

ଆହୁରି ଏକ ବଡ଼ ପ୍ରଶ୍ନ ହେଉଛି ନଦୀ ପଠା ଏବଂ ବ୍ରିଜ୍ ଉପରୁ ପୁରା ଘଟଣାର ସିଧା ପ୍ରସାରଣ ହେଉଥିଲେ ମଧ୍ୟ ଅରିନ୍ଦମ ଏବଂ କ୍ୟାମେରାମ୍ୟାନ ପ୍ରଭାତ ସିନ୍ହା କଣ ପାଇଁ ବିପଦ ମୁହଁକୁ ଯାଇଥିଲେ। ଯଦିବି TRP ନିଶାରେ ଅରିନ୍ଦମ ସେଠାକୁ ଯାଇଥିଲେ ତଥାପି ତାଙ୍କୁ ସାଥିରେ ନେଇଥିବା ଓଡ୍ରାଫ୍ ଟିମ ଏଥିପାଇଁ ଦାୟୀ ରହିବ କି? ଏହିପରି ଅନେକ ପ୍ରଶ୍ନର ଉତ୍ତର ମିଳି ପାରିନଥିବା ବେଳେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି ଆଶା କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଦୁର୍ଘଟଣାରେ ନିଖୋଜ ଥିବା ସିତାରାମ ମୂର୍ମୁଙ୍କୁ ଏପର୍ଯ୍ୟନ୍ତ ସୁଦ୍ଧା ଉଦ୍ଧାର କରାଯାଇ ପାରିନାହିଁ।