ଓଡ଼ିଶାର ରଶ୍ମୀକା ମନ୍ଦନାଙ୍କୁ କିଏ ଦେଲା ଧୋକା? ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ କେମିତି ହେଲା ଭାଇରାଲ, ଜାଣନ୍ତୁ ପୁରା ଘଟଣା

 

ବିବାହ ପ୍ରତିଶ୍ରୁତି ଦେଇ ବାର୍ ଡାନ୍ସରଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଡିଜେ ପ୍ଲେୟାରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ବାର ଡାନ୍ସର। କେବଳ ସେତିକି ନୁହେଁ, ପ୍ରେମିକ ଜଣକ ଦୁଷ୍କର୍ମ ପରେ ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲ କରିଛି। ଏଭଳି ଏକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱରର ଏକ ବାର୍‌ରେ କାମ କରୁଥିବା ଜଣେ ଡାନ୍ସର ତଥା ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର।

କେନ୍ଦୁଝର ଜିଲ୍ଲାର ଯୁବକ ଅମୀୟ ଚକ୍ର ରାଜଧାନୀ ଭୁବନେଶ୍ୱରରେ ଏକ କମ୍ପାନୀରେ ଆକାଉଣ୍ଟାଣ୍ଟ୍ ଭାବେ ଚାକିରି କରୁଛନ୍ତି। ସେଠାରେ ଚାକିରି କରୁଥିଲେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଲିମା(ଛଦ୍ମନାମ)। ପ୍ରଥମ ଦେଖାରେ ଲିମାଙ୍କୁ ମନ ଦେଇ ବସିଥିଲେ ଅମୀୟ। ଆଉ ପ୍ରପୋଜ ମାରିଥିଲେ। ହେଲେ ଲିମା ମନା କରିଥିଲେ। ଉଭୟଙ୍କ ଜାତି ଭିନ୍ନ ହୋଇଥିବାରୁ ଅମୀୟଙ୍କ ପ୍ରପୋଜକୁ ଅସ୍ୱୀକାର କରିଥିଲେ ଲିମା।

ହେଲେ ଅମୀୟ ଭାରି ଚତୁର ଥିଲେ। ମିଠାମିଠା କଥା କହି ଲିମାଙ୍କ ମନ ଜିଣିଥିଲେ। ପ୍ରେମରେ ଜାତିପ୍ରଥା ପ୍ରତିବନ୍ଧକ ସାଜିବ ନାହିଁ ବୋଲି କଥା ଦେଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ପରସ୍ପରକୁ ଭଲ ପାଇଥିଲେ। ବିବାହ କରିବା ପାଇଁ ପରସ୍ପରକୁ କଥା ଦେଇଥିଲେ। ଯେଉଁଥିପାଇଁ ଅମୀୟଙ୍କ ପାଦ ତଳେ ନିଜକୁ ସମର୍ପି ଦେଇଥିଲେ ଲିମା। ଉଭୟ ମିଳାମିଶା ହେଉଥିଲେ। ଏହାର ସୁଯୋଗ ନେଇ ଅମୀୟ ଥରେ ଲିମାଙ୍କୁ ଏକ ହୋଟେଲ୍ ଡାକି ନେଇଯାଇଥିଲେ। ଲିମାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲେ। ହେଲେ ଲିମା ପ୍ରଥମେ ରାଜି ହୋଇନଥିଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ଅମୀୟ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।

ଅମୀୟ ଶାରୀରିକ ସମ୍ପର୍କ ରଖିଲା ବେଳେ ଲିମାଙ୍କ ଅଜାଣତରେ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟର ଭିଡିଓ ରେକଡିଂ କରିଥିଲେ। ତା’ପରେ ଦୁଇ ପ୍ରେମପକ୍ଷୀ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଧୀରେଧୀରେ ଲିମାଙ୍କଠାରୁ ଅମୀୟ ଦୂରେଇବାରେ ଲାଗିଲେ। ପୂର୍ବ ପରି କଥାବାର୍ତ୍ତା ହେଲେନାହିଁ। ମିଳାମିଶା ମଧ୍ୟ ହେଉନଥିଲେ। ଏ ସମ୍ପର୍କରେ ଅମୀୟଙ୍କୁ ପଚାରି ଥିଲେ ଲିମା। ଜବାବରେ ଅମୀୟ କହିଥିଲେ, ଭିନ୍ନ ଜାତି ହୋଇଥିବାରୁ ବିବାହ ପାଇଁ ପରିବାର ଲୋକେ ରାଜି ହେଉନାହାନ୍ତି। ତେଣୁ ବିବାହ ହୋଇପାରିବ ନାହିଁ।

ଜୀବନର ପ୍ରଥମ ପ୍ରେମକୁ ଭୁଲି ପାରୁନଥିବା ବେଳେ ହଠାତ୍ ସାମ୍ନାକୁ ଆସିଥିଲା ଲିମାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ। ଯେଉଁ ଭିଡିଓ ପ୍ରେମିକ ଅମୀୟ ଶୁଟ୍ କରିଥିଲେ। ସେହି ଭିଡିଓ ଭାଇରାଲ୍ ହେଉଥିବା ଦେଖି ଗତ ୧୦ ତାରିଖରେ ପୀଡ଼ିତା ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଲିଙ୍ଗରାଜ ଥାନା ପୁଲିସ୍ ଏଫଆଇଆର୍ ଗ୍ରହଣ କରିନଥିଲେ। କଟକ ବାଙ୍କୀ ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।