ସ୍ୱାମୀ ନଥିବା ବେଳେ ପ୍ରେମିକକୁ ଡାକି ବେଡରୁମରେ ଖେଳ କରୁଥିଲା ବୋହୂ.. ଧରିପକାଇଲା ଶାଶୂ, ଆଉ ତାପରେ...

 

ସ୍ବାମୀ ଏବଂ ପାଞ୍ଚ ବର୍ଷର ଶିଶୁ ଥାଇ ମଧ୍ୟ ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହିତ କରୁଥିଲା ଖେଳ। ରାତି ଅଧରେ ସ୍ବାମୀ ଘରେ ନଥିବା ବେଳେ ସ୍ତ୍ରୀ ପ୍ରେମିକକୁ ବେଡରୁମକୁ ଡାକିଥିଲେ। ସବୁଠାରୁ ବଡ଼କଥା ହେଉଛି ବୋହୂର ପାଞ୍ଚ ବର୍ଷର ଏକ ଶିଶୁ କନ୍ୟା ରହିଛି। କିନ୍ତୁ ଏବେ ଧରା ପଡ଼ିଯାଇଛି ବୋହୂର ପ୍ରେମ। ଏଭଳି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି ବାଲେଶ୍ଵର ଜିଲ୍ଲା ଅଓପଦା ବ୍ଲକ ସୋରିଷପାଳ ଗାଁରୁ। 

ସୂଚନା ଅନୁସାରେ ଏହି ଗ୍ରାମର ସନାତନ ନାୟକଙ୍କ ପୁଅ ସତ୍ୟପାଳ ନାୟକ ଯାହାଙ୍କର ପାଞ୍ଚ ବର୍ଷ ତଳେ ଖଇରା ବ୍ଲକ ନଝିପୁର ସନାତନ ବିଶ୍ଵାଳଙ୍କ ଝିଅଙ୍କୁ ବିବାହ କରିଥିଲେ। କିଛି ବର୍ଷ ଦୁଇଜଣଙ୍କ ଭିତରେ ଭଲ ସମ୍ପର୍କ ମଧ୍ୟ ଥିଲା। ଆଉ ସେମାନଙ୍କର ଗୋଟିଏ କନ୍ୟା ସନ୍ତାନ ମଧ୍ୟ ଜନ୍ମ ହେଇଥିଲା। ତେବେ ସତ୍ୟବାନ୍ ଘରକୁ ସେହି ଗ୍ରାମର ତାଙ୍କ ସାଙ୍ଗ ଲମ୍ବୋଦର ରାଉତ ନିୟମିତ ଭାବେ ଯିବା ଆସିବା କରିଥିଲେ। 

ଆଉ ତାହାରି ଭିତରେ ଦୁହିଁଙ୍କ ମଧ୍ୟରେ ଗୁପ୍ତ ପ୍ରେମ ସଂପର୍କ ଗଢି ଉଠିଥିଲା। ଏପରିକି ସ୍ତ୍ରୀ ସ୍ବାମୀ ନଥିବା ସମୟରେ ବେଡ ରୁମକୁ ଡାକି କରୁଥିଲା ଖେଳ। ଏବେ ବୋହୂର ଖେଳ ଧରା ପଡ଼ିଯାଇଛି। ତେବେ ଘରେ ଥିଲା ଶାଶୁ ସୂର୍ଯ୍ୟମଣି ନାୟକ ହଠାତ ଶାଶୁ ବାହାରକୁ ଉଠିଥିବା ସମୟରେ ଘରେ ଚୋର ବସିଥିବା ଭାବି ବାହାର ପଟୁ କବାଟ ବନ୍ଦ କରି ଚୋର ଚୋର କହି ଗାଁ ଲୋକଙ୍କୁ ଡାକିଥିଲେ। 

ତାପରେ ଗାଁ ଲୋକ ଆସିଲା ପରେ କବାଟ ଖୋଲି ଦେଖିଥିଲେ ଯେ, ପ୍ରେମିକା ଆଉ ପ୍ରେମିକକୁ ଦେଖିଥିଲେ। ତେବେ ପ୍ରେମିକା ଜଣଙ୍କ ହେଉଛନ୍ତି ସୂର୍ଯ୍ୟମଣିଙ୍କ ବୋହୂ। ଏଭଳି ଏକ ନିନ୍ଦନୀୟ କାର୍ଯ୍ୟକୁ ନିନ୍ଦା କରାଯାଇଥିବା ବେଳେ ଲୋକଙ୍କୁ ଅପବାଦରୁ ରକ୍ଷା ପାଇବା ପାଇଁ ଗାଁ ଲୋକେ ସମାଧାନ ପାଇଁ ବସିଥିଲେ। କିନ୍ତୁ କିଛି ନହେବାରୁ ୨୩ ତାରିଖ ମାମଲା ଥାନାକୁ ଆସିଥିଲା। ପୋଲିସକି ହସ୍ତକ୍ଷେପ ପରେ ଘଟଣାର ସମାଧାନ କରି ଉଭୟ ପ୍ରେମିକ ଓ ପ୍ରେମିକଙ୍କୁ ଛାଡ଼ି ଦେଇଥିଲେ।