କଣ ସତରେ ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ଜଗି ରହିଛି ନାଗ? ଜାଣନ୍ତୁ କଣ ରହିଛି ସତ୍ୟତା

 

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା। ରତ୍ନଭଣ୍ଡାର ଭିତରେ ବର୍ଷାଦିନେ ପାଣି ପଶୁଥିବା ବେଳେ ଏହାର ଏବଂ ଏହା ଭିତରେ ଥିବା ସୁନା ଏବଂ ରତ୍ନ ଅଳଙ୍କାର ଗୁଡିକର ସୁରକ୍ଷା ଚିନ୍ତା ସମସ୍ତଙ୍କୁ ଘାରିଛି। କେବଳ ସେତିକି ନୁହେଁ ରତ୍ନଭଣ୍ଡାର ଖୋଲାଯାଇ ପ୍ରଭୁଙ୍କର ସମସ୍ତ ସମ୍ପତ୍ତିକୁ ହିସାବ କରିବା ପାଇଁ ମଧ୍ୟ ସ୍ୱର ଉଠୁଛି। କିନ୍ତୁ, ଚାବି ଥାଇ ମଧ୍ୟ କଣ ପାଇଁ ଖୋଲାଯାଇ ପାରୁନାହିଁ ରତ୍ନ ଭଣ୍ଡାର? 

ଆଜି ମଧ୍ୟ ଲୋକକଥା ଭିତରେ ଘେରି ରହିଛି ପୁରୀ ରତ୍ନଭଣ୍ଡାରର ରହସ୍ୟ। କୁହାଯାଏ ଆଜି ପର୍ଯ୍ୟନ୍ତ ଯିଏ ବି ଏହାକୁ ଖୋଲିବାକୁ ଚେଷ୍ଟା କରିଛି ସମସ୍ତଙ୍କୁ ବିଷଧର ସାପ ମାନଙ୍କର ଭୟଙ୍କର ଗର୍ଜନ ଶୁଣିବାକୁ ମିଳିଛି। ଏହା ସତ କିମ୍ବା କେବଳ ଏକ ଅନ୍ଧବିଶ୍ୱାସ ସେଥିନେଇ କଳ୍ପନା-ଜଳ୍ପନା ଜାରି ରହିଛି। ବସୁକି ନାଗ ଏହି ରତ୍ନ ଭଣ୍ଡାରର ସୁରକ୍ଷା କରୁଥିବା କୁହାଯାଏ। 

କୁହାଯାଏ ବିଦେଶୀ ଆକ୍ରମଣରେ ମଧ୍ୟ ପ୍ରଭୁଙ୍କର ରତ୍ନ ଭଣ୍ଡାରକୁ ଲୁଟା ଯାଇପାରିନଥିଲା। କେବଳ ସେତିକି ନୁହେଁ ଇଂରେଜମାନେ ମଧ୍ୟ ଏହି ରତ୍ନ ଭଣ୍ଡାରକୁ ଲୁଟିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇପାରିନଥିଲେ। ଏପରିକି ୨୦୧୮ ମସିହାରେ ରତ୍ନ ଭଣ୍ଡାର ଖୋଲିବାକୁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ୧୬ ଜଣିଆ କମିଟି ଗଠନ କରାଯାଇଥିଲା କିନ୍ତୁ ସେମାନେ ମଧ୍ୟ ଏହି ରତ୍ନ ଭଣ୍ଡାରକୁ ଖୋଲି ପାରିନଥିଲେ।